୫୮ ନୂଆ ଶୀତଳଭଣ୍ଡାର

ଓଡ଼ିଶାରେ ଆବଶ୍ୟକ ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ଉତ୍ପାଦିତ ସାମଗ୍ରୀ ସଂରକ୍ଷଣ କରିପାରୁନାହାନ୍ତି। ଏଥିଯୋଗୁ ସେସବୁକୁ କମ୍‌ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଅଭାବୀ ବିକ୍ରି ସମସ୍ୟା ଯୋଗୁ ରାଜ୍ୟରେ କେତେକେ ଚାଷପ୍ରତି ବିମୁଖ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏହି ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର ଶୀତଳଭଣ୍ଡାର ନୀତି ତୁରନ୍ତ ପ୍ରଣୟନ କରିବେ। ପ୍ରଥମ ପର୍ଯ୍ୟାୟରେ ୫୮ ଉପଖଣ୍ଡରେ ଗୋଟିଏ ଲେଖାଏ କୋଲ୍ଡଷ୍ଟୋରେଜ୍‌ ନିର୍ମାଣ କରାଯିବ ବୋଲି ବୁଧବାର ବିଧାନସଭାରେ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

ଭୁବନେଶ୍ୱର,୨୦ା୩ (ରବିନାରାୟଣ ଜେନା)ରାଜ୍ୟରେ ଚାଷୀକୁଳଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତଥା ସଂରକ୍ଷଣ ସୁବିଧା ଓ ଅଭାବୀ ବିକ୍ରି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଶୀତଳଭଣ୍ଡାର ନୀତି ତ୍ୱରିତ କାର୍ଯ୍ୟାନ୍ବୟନ କରିବେ। ଏହାର ପ୍ରଥମ ପର୍ଯ୍ୟାୟରେ ୫୮ ଉପଖଣ୍ଡରେ ଗୋଟିଏ ଲେଖାଏ ଶୀତଳଭଣ୍ଡାର ନିର୍ମାଣ କରାଯିବ। ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ୬.୫୦ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ସୁବିଧା ମିଳିବ ବୋଲି କୃଷିମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ବୁଧବାର ଭାଜପା ସଦସ୍ୟ ଅମର ନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ନୂତନ ଶୀତଳଭଣ୍ଡାର ନୀତି ଅନୁଯାୟୀ ଉଦ୍ୟୋଗୀମାନେ ଉପଖଣ୍ଡ ତଥା ବ୍ଲକସ୍ତରରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିପାରିବେ। ଯାଜପୁର ଭଳି ଗୋଟିଏ ସବ୍‌ଡିଭିଜନ ଥିବା ଜିଲାରେ ଯଦି ଏକାଧିକ ଶୀତଳଭଣ୍ଡାର ପାଇଁ ପ୍ରସ୍ତାବ ଆସେ ତେବେ ତାକୁ ବିଚାରକୁ ନିଆଯିବ ବୋଲି ଡ. ମହାପାତ୍ର କହିଥିଲେ। ଏହି ଅବସରରେ ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ୧୨ଟା ଯାଏ ମୁଲତବୀ ଘୋଷଣା କରିଥିଲେ।
ଗୃହ ବାହାରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଖାଦ୍ୟଶସ୍ୟ ସଂରକ୍ଷଣ ସୁବିଧାକୁ ମଜଭୁତ କରିବା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି, ଯାହା ବେସରକାରୀ ଉଦ୍ୟୋଗୀଙ୍କୁ ଆର୍ଥିକ ସମ୍ଭାବନା ଦୃଷ୍ଟିରୁ ଶୀତଳଭଣ୍ଡାର ନ ଥିବା ସ୍ଥାନରେ ଶୀତଳଭଣ୍ଡାର ଲାଗି ଉତ୍ସାହିତ କରିବ। ଏହି ଯୋଜନାର ସୁପରିଚାଳନା ଲାଗି ୫ ବର୍ଷ ଅବଧି ମଧ୍ୟରେ ୨୫୨ କୋଟି ଟଙ୍କାର ବଜେଟ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ଶୀତଳଭଣ୍ଡାର ପାଇଁ ସ୍ଥାୟୀ ପୁଞ୍ଜି ବ୍ୟୟର ୬୦ପ୍ରତିଶତ ଅର୍ଥାତ୍‌ ସର୍ବାଧିକ ୬.୫୦ କୋଟିି ଟଙ୍କା ରିହାତି ମିଳିବ। ଅନୁସୂଚିତ ଜାତି, ଜନଜାତି, ମହିଳା, ତୃତୀୟଲିଙ୍ଗୀ ହିତାଧିକାରୀଙ୍କୁ ଏହି ରିହାତି ସୁବିଧା ମିଳିବ।
ସେହିପରି ସ୍ଥାୟୀ ପୁଞ୍ଜି ବ୍ୟୟର ୫୦ ପ୍ରତିଶତ ଅର୍ଥାତ୍‌ ସର୍ବାଧିକ ୬ କୋଟି ଟଙ୍କା ରିହାତି ଅନ୍ୟାନ୍ୟ ହିତାଧିକାରୀଙ୍କୁ ମିଳିବ। ଏହି ଯୋଜନାରେ ୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାରରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ, ଯେଉଁଥିରେ ରାଜ୍ୟ ସରକାରଙ୍କ ୩ ପ୍ରତିଶତ ଓ କେନ୍ଦ୍ର ସରକାରଙ୍କ ୩ ପ୍ରତିଶତ ଭାଗ ରହିବ। ନୂତନ ଶୀତଳଭଣ୍ଡାର ୟୁନିଟ୍‌ କାର୍ଯ୍ୟକ୍ଷମ ହେବା ତାରିଖରୁ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ସମୁଦାୟ ବିଦ୍ୟୁତ୍‌ ଶୁଳ୍କ ଉପରେ ୫୦ପ୍ରତିଶତ ରିହାତି ପ୍ରଦାନ କରାଯିବ। ଇଚ୍ଛୁକ ଅଣକାର୍ଯ୍ୟକ୍ଷମ ୟୁନିଟ୍‌ର ପୁନରୁଦ୍ଧାର ପାଇଁ ସର୍ବାଧିକ ୧.୫ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ବତନ୍ତ୍ର ଆର୍ଥିକ ସହାୟତା ପାଇଁ ବିବେଚନା କରାଯିବ। ଶୀତଳଭଣ୍ଡାର ଉଦ୍ୟୋଗୀମାନଙ୍କର ବକେୟା ବିଦ୍ୟୁତ୍‌ ଦେୟ, ବକେୟା ଟ୍ୟାକ୍ସ, ବକେୟା ବ୍ୟାଙ୍କ ଦେୟ ଏବଂ ବକେୟା ଅନ୍ୟାନ୍ୟ ବିଧି ଯାହାକି ସରକାରୀ କିମ୍ବା ଜନକଲ୍ୟାଣ ସେବା ପ୍ରଦାନକାରୀଙ୍କୁ ପ୍ରଦାନ କରାଯିବାର ଥିବ, ସେଥିପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଶୀତଳଭଣ୍ଡାର ୟୁନିଟ୍‌ଗୁଡ଼ିକ ସମ୍ଭାବ୍ୟ କୃଷି ଉତ୍ପାଦନ ପୁଞ୍ଜ ସହିତ ସଂଲଗ୍ନ କରାଯିବ। ସଂରକ୍ଷଣ ଏବଂ ପରିବହନ ରିହାତି ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଅମଳ ପରବର୍ତ୍ତୀ ପରିଚାଳନା ଯୋଜନା ମାଧ୍ୟମରେ ପ୍ରଦାନ କରାଯିବ।
ଏହି ଅବସରରେ ଡ. ମହାପାତ୍ର କହିଥିଲେ, ରାଜ୍ୟରେ ସମୁଦାୟ ୧୩୩ଟି ଶୀତଳଭଣ୍ଡାର ଅଛି, ଯାହାର କି ସଂରକ୍ଷଣ କ୍ଷମତା ୪ଲକ୍ଷ ୧ହଜାର ୯୨୫ ମେଟ୍ରିକ୍‌ ଟନ୍‌। ସେଥିମଧ୍ୟରୁ ୩୫ଟି ସଚଳ ଅବସ୍ଥାରେ ରହିଛି। ଏଥିରେ ୨ଟି ସରକାରୀ ଶୀତଳଭଣ୍ଡାର ଯଥା ପୁରୀ ଏବଂ କଟକରେ ରହିଥିବାବେଳେ ଅବଶିଷ୍ଟ ୩୩ଟି ବେସରକାରୀ ଶୀତଳଭଣ୍ଡାର ରହିଛି। ସେହିପରି ରାଜ୍ୟରେ ୯୮ଟି ଶୀତଳଭଣ୍ଡାର ଅଚଳ ଅବସ୍ଥାରେ ରହିଛି ଯାହାର କି ସଂରକ୍ଷଣ କ୍ଷମତା ୨ଲକ୍ଷ ୨୯ହଜାର ୭୪୫ ମେଟ୍ରିକ୍‌ ଟନ୍‌ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri