ବଜ୍ରପାତରେ ୫ ବର୍ଷରେ ୫୬ ମୃତ

ନବରଙ୍ଗପୁର,୧୧।୪(ବି.ପ୍ର.)ନବରଙ୍ଗପୁର ଜିଲାରେ ୨୦୧୯ରୁ ୨୦୨୩ ମଧ୍ୟରେ ବଜ୍ରପାତରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି ବୋଲି ଜିଲାପାଳ କମଳ ଲୋଚନ ମିଶ୍ର ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବଜ୍ରପାତରୁ ରକ୍ଷା ପାଇବାକୁ ହେଲେ ସଚେତନତା ଆବଶ୍ୟକ ବୋଲି ସେ କହିଛନ୍ତି।
ନବରଙ୍ଗପୁର ଜିଲାରେ ୨୦୧୯ରେ ୬ ହଜାର ୪୪୮, ୨୦୨୦ରେ ୧୬ ହଜାର ୯୫୭, ୨୦୨୧ରେ ୧୨ ହଜାର ୭୫୨ ଓ ୨୦୨୨ରେ ୧୦ ହଜାର ୨୧୫ଥର ବିଜୁଳି ଓ ଘଡ଼ଘଡ଼ି ହୋଇଥିବା ବୈଜ୍ଞାନିକ ସର୍ବେକ୍ଷଣରୁ ଜଣାପଡ଼ିଛି। ଓଡ଼ିଶାରେ ପ୍ରାୟ ୭ ଲକ୍ଷ ଥର ବିଜୁଳି ଘଡ଼ଘଡ଼ି ହୋଇଥିବା ଆକଳନ କରାଯାଇଛି। ତେବେ ଜନସାଧାରଣଙ୍କ ଅବଗତି ଓ ସଚେତନତା ପାଇଁ ବିଭିନ୍ନ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବୋର୍ଡ ଲଗାଯିବ ବୋଲି ଜିଲାପାଳ କହିଛନ୍ତି। ବିଜୁଳି ଓ ଘଡ଼ଘଡ଼ି ସମୟରେ ଘର ଭିତରେ ଥିବା ବ୍ୟକ୍ତି ବିଶେଷ ଓଦା ସ୍ଥାନରେ ଠିଆ ହେବେନାହିଁ କି କାନ୍ଥକୁ ଲାଗି ବସିବେ ନାହିଁ। ଇଲେକ୍ଟ୍ରି ବୋର୍ଡ ନିକଟରୁ ଦୂରେଇ ରହିବେ ଓ ମୋବାଇଲ ଆଦି ବ୍ୟବହାର ନ କରିବା ଅତି ଭଲ ବୋଲି କହିଥିଲେ। ସେହିଭଳି ବାହାରେ ଥିବା ଲୋକମାନେ ଗଛତଳେ କିମ୍ବା ବିଦ୍ୟୁତ୍‌ ଖୁଣ୍ଟ ତଳେ ରହିବେ ନାହିଁ। ଖୋଲାସ୍ଥାନରେ ରହିଲେ ସୁରକ୍ଷା ପାଇଁ ଗୋଇଠି ଯୋଡ଼ି ମୁଣ୍ଡ ତଳକୁ କରି ଦୁଇହାତ କାନ ଉପରେ ଚାପି ମୁଣ୍ଡ ନୁଆଇଁ ବସିଲେ ବିପଦକୁ ଏଡ଼ାଯାଇପାରିବ ବୋଲି ସେ କହିଥିଲେ। ବଜ୍ରପାତରୁ ରକ୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ସଚେତନତା ପାଇଁ ସମସ୍ତ ବିଦ୍ୟାଳୟରେ ସପ୍ତାହର ଗୋଟିଏ କ୍ଲାସ୍‌ ଦିଆଯିବାକୁ ନିବେଦନ କରାଯାଇଛି। ବିଜୁଳି ଓ ଘଡ଼ଘଡ଼ିରୁ କିଭଳି ରକ୍ଷାପାଇବା ସେନେଇ ଜନସାଧାରଣଙ୍କୁ ସଚେତନ କରାଯିବା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲାପାଳ କହିଛନ୍ତି। ସତର୍କ ଆପ୍‌ ମାଧ୍ୟମରେ ବିଜୁଳି ଓ ଘଡ଼ଘଡ଼ି ସମ୍ପର୍କରେ ଜାଣିହେବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri