୫୨୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ କ୍ରୟ ଲକ୍ଷ୍ୟ

ନୂଆଦିଲ୍ଲୀ,୨୪।୮: ଚଳିତ ଆର୍ଥିକ ବର୍ଷର ଖରିଫ ବିପଣନ ଋତୁ ( କେଏମ୍‌ଏସ୍‌) ମଧ୍ୟରେ ଆବଶ୍ୟକ ପରିମାଣର ଚାଉଳ କ୍ରୟ ସହ ଅନ୍ୟାନ୍ୟ ଦିଗ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫ୍‌ପିଡି) ସଚିବଙ୍କ ସମେତ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼,ଗୁଜରାଟ,ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, କର୍ନାଟକ, ରାଜସ୍ଥାନ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ତାମିଲନାଡ଼ୁ, ତେଲଙ୍ଗାନା, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟ ସଚିବ, ଖାଦ୍ୟ ସଚିବ ଏବଂ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଗତ କିଛି ବର୍ଷ ହେବ ଆକଳନଠାରୁ କମ୍‌ ଚାଉଳ କ୍ରୟ ଏବଂ ଦରବୃଦ୍ଧି ଉଭୟ ଖାଉଟି ଏବଂ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପାଇଁ ଚିନ୍ତାର କାରଣ ପାଲିଟିଛି। ସେହିଭଳି ଆଗାମୀ କେଏମଏସ୍‌ରେ ଖରିଫ ଫସଲର କ୍ରୟ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷର କେଏମ୍‌ଏସ୍‌ ମଧ୍ୟରେ ମୋଟ ୫୨୧.୨୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ କ୍ରୟର ଲକ୍ଷ୍ୟ ରଖାଯାଇଛି। ଗତ ଆର୍ଥିକ ବର୍ଷର ଅନୁମାନ ପ୍ରାୟ ୫୧୮ ଲକ୍ଷ ମେଟ୍ରିକ ଟନ୍‌ ଥିଲାବେଳେ ଗତ ଖରିଫ୍‌ ବିପଣନ ଋତୁରେ ମୋଟ ୪୯୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ କ୍ରୟ କରାଯାଇଥିଲା। ଚଳିତ ଖରିଫ ବିପଣନ ଋତୁରେ ଚାଉଳର ଆନୁମାନିକ କ୍ରୟ ମଧ୍ୟ ବିଭିନ୍ନ ରାଜ୍ୟ ଅନୁଯାୟୀ ସ୍ଥିର କରାଯାଇଛି। ଏ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ସୂଚୀ ଅନୁଯାୟୀ ପଞ୍ଜାବ-୧୨୨ଏଲ୍‌ଏମ୍‌ଟି, ଛତିଶଗଡ଼ ୬୧ଏଲ୍‌ଏମ୍‌ଟି, ତେଲଙ୍ଗାନା ୫୦ଏଲ୍‌ଏମ୍‌ଟି, ଓଡ଼ିଶା ୪୪.୨୮ଏଲ୍‌ଏମ୍‌ଟି, ଉତ୍ତର ପ୍ରଦେଶ ୪୪ ଏଲ୍‌ଏମ୍‌ଟି, ହରିୟାଣା ୪୦ ଏଲ୍‌ଏମ୍‌ଟି, ମଧ୍ୟପ୍ରଦେଶ ୩୪ ଏଲ୍‌ଏମ୍‌ଟି, ବିହାର ୩୦ ଏଲ୍‌ଏମ୍‌ଟି, ଆନ୍ଧ୍ର ପ୍ରଦେଶ ୨୫ ଏଲ୍‌ଏମ୍‌ଟି, ପଶ୍ଚିମବଙ୍ଗ ୨୪ ଏଲ୍‌ଏମ୍‌ଟି, ଓ ତାମିଲନାଡ଼ୁ ୧୫ ଏଲ୍‌ଏମ୍‌ଟିର କ୍ରୟ ପରିମାଣ ରହିଛି।

ସେହିପରି ଚଳିତ ଖରିଫ୍‌ ବିପଣନ ଋତୁରେ ୩୩.୦୯ ଲକ୍ଷ ମେଟ୍ରିକ୍‌ ଟନ୍‌ ଶ୍ରୀଅନ୍ନ-ବାଜରା (ଶ୍ରୀ ଅନ୍ନ)ର କ୍ରୟ ଅନୁମାନ କରାଯାଇଥିଲାବେଳେ ଗତ ଖରିଫ ବିପଣନ ଋତୁ (ଖରିଫ୍‌ ଓ ରବି)ରେ ମୋଟ ୭.୩୭ ଲକ୍ଷ ମେଟ୍ରିକ୍‌ ଟନର ବାସ୍ତବିକ କ୍ରୟ କରାଯାଇଛି। ଚଳିତ ଖରିଫ ବିପଣନ ଋତୁରୁ ଆରମ୍ଭ କରି ଆଗାମୀ ୩ବର୍ଷ ପର୍ଯ୍ୟନ୍ତ ରାଗିର ସର୍ବନିମ୍ନ ସମର୍ଥନ ମୂଲ୍ୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଉକ୍ତ ବୈଠକରେ ଏଫ୍‌ସିଆଇର ଅଧ୍ୟକ୍ଷଙ୍କ ସମେତ ପ୍ରବନ୍ଧ ନିର୍ଦ୍ଦେଶକ, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ, ଭାରତୀୟ ଜଳବାୟୁ ବିଜ୍ଞାନ ବିଭାଗ ଏବଂ କୃଷି ଏବଂ କୃଷକ କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ମୋନାଲିସା ନାବାଳିକା: ଜେଲ୍‌ ଯିବେ ସ୍ବାମୀ ଫରମାନ! ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶ ଏବଂ କେରଳ ରାଜ୍ୟ ସହିତ ଜଡିତ ଏକ ହାଇ-ପ୍ରୋଫାଇଲ ମାମଲାରେ ‘ଭାଇରାଲ ଗର୍ଲ’ ଭାବରେ ପରିଚିତ ମୋନାଲିସା ଭୋଁସଲେଙ୍କ ବିଷୟରେ ଏକ ବଡ଼ ଖୁଲାସା…

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri