୫୨

ଭାରତୀୟ ଗଣମାଧ୍ୟମ ଏବେ ଏକ ବିଷମ ସ୍ଥିତି ଦେଇ ଗତି କରୁଛି। ବିଷମ ସ୍ଥିତିଟି ବୋଇଲେ ଏହା ପୂର୍ବାପେକ୍ଷା ତା’ର ସ୍ବାତନ୍ତ୍ର୍ୟ ହରାଇ ବସିଲା ଭଳି ଦେଖାଯାଉଛି। ଏହା ଜଣାଶୁଣା ଯେ, ଗଣମାଧ୍ୟମ ତିଷ୍ଠିବା ପାଇଁ ବିଜ୍ଞାପନ ଉପରେ ନିର୍ଭର କରିବା ବାଧ୍ୟତାମୂଳକ। ଅନ୍ୟପକ୍ଷରେ ଯେହେତୁ ସରକାର ବିଜ୍ଞାପନ ଦେଉଛନ୍ତି ତାଙ୍କ କଥା ଖବରକାଗଜ ହେଉ ବା ଟେଲିଭିଜନ୍‌ ସବୁଥିରେ ପ୍ରସାର କରାଯିବା ଥୟ। ସରକାରୀ ପ୍ରୋତ୍ସାହନ ମିଳୁଥିବାରୁ ପ୍ରାୟ ଗଣମାଧ୍ୟମ ସଂସ୍ଥା ସରକାରଙ୍କୁ ସମାଲୋଚନା କରିପାରୁନାହାନ୍ତି ବୋଲି କଥା ଉଠିଛି। ସେଥିପାଇଁ ଆଜିର ସ୍ଥିତିରେ ଗଣମାଧ୍ୟମର ସ୍ବରୂପକୁ ଦେଖି ଅନେକେ ତାହାକୁ ଗୋଦି ମିଡିଆ ବା କୋଳାଶ୍ରିତ ଗଣମାଧ୍ୟମ ଆଖ୍ୟା ଦେଲେଣି। ଶାସନରେ ଥିବା ବ୍ୟକ୍ତିଙ୍କୁ ପ୍ରଶଂସା ଶୁଣିବାକୁ ଭଲ ଲାଗୁଛି। ପୂର୍ବରୁ ଭାଟଙ୍କ ବିଷୟରେ ଅନେକ କାହାଣୀ ଶୁଣିଛେ। ରାଜା କିମ୍ବା ଜମିଦାରଙ୍କୁ ଖୁସି କରିବା ଲାଗି ଭାଟମାନେ ସେମାନଙ୍କର ପ୍ରଶଂସା କରୁଥିଲେ। ପ୍ରତିବଦଳରେ ଉପହାର ପାଇବା ଥିଲା ମୁଖ୍ୟ ଉଦ୍ଦେଶ୍ୟ। ଯଦି ପ୍ରତିଟି ଗଣମାଧ୍ୟମ କେବଳ ପ୍ରଶସ୍ତିଗାନରେ ରହିବେ, ତେବେ ତାହା ଗଣତନ୍ତ୍ରକୁ କ୍ଷତି ପହଞ୍ଚାଇବ। ପ୍ରଶଂସା ପାଇ ସେଥିରେ ଭୋଳି ଯାଉଥିବା ବ୍ୟକ୍ତି କଦାପି ନିଜର ଦୁର୍ବଳତା ଜାଣିପାରି ନ ଥାଆନ୍ତି। ଯେତେବେଳେ ସରକାର ସ୍ଥିତି ଅନୁଧ୍ୟାନ କିମ୍ବା କୋର୍ସ କରେକ୍‌ଶନ କରିବାକୁ ଚାହିଁଥାଆନ୍ତି ସେତେବେଳକୁ ସମୟ ପାଇ ନ ଥାଆନ୍ତି। ତେଣୁ ଏହାଦ୍ୱାରା ଶାସକ ଅଧିକ ମନମୁଖି ହୋଇଯାଆନ୍ତି କିମ୍ବା ଲୋକଙ୍କ ସମସ୍ୟାଠାରୁ ଦୂରେଇ ଯାଇଥାଆନ୍ତି। ଏହା ଓଡ଼ିଶାବାସୀ ପୂର୍ବ ସରକାର ସମୟରେ ଭଲଭାବେ ହୃଦ୍‌ବୋଧ କରିଥିଲେ।
ଅପରେଶନ ସିନ୍ଦୂର ବିଷୟରେ ସବୁ ଗଣମାଧ୍ୟମ ଏତେ ପ୍ରଚାର କଲେ ମଧ୍ୟ ଫଳାଫଳ କ’ଣ ହେଲା ସମସ୍ତେ ଜାଣନ୍ତି। ପହଲଗାମ ଆକ୍ରମଣ ଯାଇ ଲାଲକିଲ୍ଲାର କାର୍‌ ବିସ୍ଫୋରଣ ହୋଇଥିଲେ ମଧ୍ୟ ପୂର୍ବ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ଙ୍କୁ ଅଦ୍ୟାବଧି ଠାବ କରାଯାଇପାରିନାହିଁ। ଏପରିକି ଲାଲ୍‌କିଲ୍ଲା ଆତଙ୍କବାଦୀ ବିସ୍ଫୋରଣ ପରେ କୌଣସି ସରକାରୀ ଅଧିକାରୀ ଥରେ ମଧ୍ୟ ପାକିସ୍ତାନର ନାମ ଉଚ୍ଚାରଣ କରିବାକୁ ସାହସ କଲେ ନାହିଁ। ସମସ୍ତଙ୍କ ମନେ ଥିବ ୧୭ ନଭେମ୍ବରରେ ଭାରତର ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ବିନା କୌଣସି କାରଣରେ ବିବୃତି ଦେଲେ ଯେ ଅପରେଶନ ସିନ୍ଦୂର ସମୟରେ ଭାରତ ତରଫରୁ ୮୮ ଘଣ୍ଟିଆ ଟ୍ରେଲର ଦେଖାଯାଇଥିଲା। ତତ୍‌କ୍ଷଣାତ୍‌ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଅସିଫ୍‌ କହିଲେ ଯେ ପାକିସ୍ତାନ ସମ୍ପୂର୍ଣ୍ଣ ସତର୍କ ରହିଛି ଓ ଭାରତ ବିପକ୍ଷରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛିି। ଉପେନ୍ଦ୍ରଙ୍କ ମନ୍ତବ୍ୟକୁ ଭାରତୀୟ ଗଣମାଧ୍ୟମ ଯଥେଷ୍ଟ ଗୁରୁତ୍ୱ ଦେଇ ବାରମ୍ବାର ଦୋହରାଇବାକୁ ପସନ୍ଦ କରିଥିବା ବେଳେ ପାକିସ୍ତାନର ପାଲଟା ଜବାବକୁ ପ୍ରାୟତଃ ପ୍ରାଧାନ୍ୟ ଦେଇନାହିଁ। ଉଚ୍ଚକୋଟୀର ସାମ୍ବାଦିକତା ଦୃଷ୍ଟିରୁ ଦେଖିଲେ ଏଭଳି ଖବର ପ୍ରସାରଣ ଭାରତୀୟ ନାଗରିକଙ୍କ ପାଇଁ କ୍ଷତିକାରକ ହୋଇପାରେ। ଏହା ପଛର କାରଣ ହେଉଛି ପୂର୍ବରୁ ପାକିସ୍ତାନ ତରଫରୁ ଏଭଳି ଆକ୍ରମଣାତ୍ମକ ମନ୍ତବ୍ୟ ପ୍ରକାଶ ପାଉ ନ ଥିଲା, ସେଥିପାଇଁ ଅସିଫ୍‌ଙ୍କ ମନ୍ତବ୍ୟକୁ ଘୋଡ଼ାଇଦେଲେ। ସାଧାରଣ ଭାରତୀୟ ପରିସ୍ଥିତିକୁ ଉଚିତ ଢଙ୍ଗରେ ବୁଝିପାରିବେ ନାହିଁ। ଆଜିର ପୃଥିବୀରେ ସଚ୍ଚୋଟ ଡାଟା ବା ତଥ୍ୟ ସବୁଠାରୁ ଅଧିକ ଗୁରୁତ୍ୱ ଧାରଣ କରିଥାଏ। ନାଗରିକଙ୍କଠାରୁ ସେହି ତଥ୍ୟ ଲୁକ୍କାୟିତ ରଖିବା ଏକ ମାରାତ୍ମକ ଅପରାଧ ଭାବେ ପରିଗଣିତ ହେବା ଉଚିତ। ଦେଶପ୍ରେମ ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିରେ କାହାରି ଦ୍ୱିମତ ହେବାର ପ୍ରଶ୍ନ ଉଠୁନାହିଁ। କିନ୍ତୁ ଦେଶପ୍ରେମ ନାମରେ ରାଷ୍ଟ୍ରର ଦୁର୍ବଳତାକୁ ଘୋଡ଼ାଇବାର ଉଦ୍ୟମ ପଛରେ ଅତ୍ୟନ୍ତ ମନ୍ଦ ଉଦ୍ଦେଶ୍ୟ ଦେଖାଯାଇଥାଏ। ନିଃସନ୍ଦେହରେ କୁହାଯାଇପାରେ, ମନ୍ତ୍ରୀମାନଙ୍କ ଅଫିସ ତରଫରୁ ପ୍ରସ୍ତୁତ କରାଯାଉଥିବା ବିରାଟକାୟ ଲେଖା ଓ ଫଟୋ ଛପାଇବା ଗଣମାଧ୍ୟମର ଦାୟିତ୍ୱ ଓ କର୍ତ୍ତବ୍ୟ। ଅପରପଟରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟର ପର୍ଦ୍ଦାଫାଶ କରିବା ପାଇଁ ସୁଯୋଗ ମିଳିବା ଦରକାର। ପ୍ରଶ୍ନ ଉଠିପାରେ ଯେ ସୁଯୋଗ ପାଇଁ ବିନମ୍ର ହୋଇ ମାଗିବାର ପ୍ରୟୋଜନ କାହିଁକି ଉଠୁଛି। ଯେତେବେଳେ ବଡ଼ ଅଧିକାରୀମାନେ ଗଣମାଧ୍ୟମ ପ୍ରତି ଅଣଦେଖା କିମ୍ବା ଅସହିଷ୍ଣୁତା ପ୍ରଦର୍ଶନ କରୁଛନ୍ତି ସେତେବେଳେ ତଳତଳିଆ ସରକାରୀ କର୍ମଚାରୀ ଆହୁରି ଦଶ ପାଦ ଆଗକୁ ଚାଲିଯାଉଛନ୍ତି। ଉଦାହରଣ ସ୍ବରୂପ, ଏବକାର ଭାରତରେ ଜିଲା ପ୍ରଶାସନର ଅଧିକାରୀମାନେ ପୂର୍ବାପେକ୍ଷା ଗଣମାଧ୍ୟମ ପ୍ରତି ଅଧିକ କ୍ରୋଧ ପ୍ରକଟ କରୁଛନ୍ତି, ଯାହାଫଳରେ ଖବରଦାତାମାନେ ଅନେକ ସମୟରେ ଏକତରଫା ଖବର ଦେବାକୁ ବାଧ୍ୟ ହେଉଛନ୍ତି। ପ୍ରଶ୍ନ ପଚାରିଲେ ଅଫିସର ବିରକ୍ତ ହୋଇ କହୁଛନ୍ତି, ହ୍ବାଟ୍ସଆପ୍‌ରେ ପଠାଯାଇଥିବା ତଥ୍ୟ ବସାଇଦିଅ ବା ପ୍ରସାରଣ କରିଦିଅ। ଅନ୍ୟ ଭାଷାରେ କହିଲେ ଏହାର ଅର୍ଥ ହେଉଛି ‘ଧାଡ଼ିରେ ଛିଡ଼ାହୋଇ ରୁହ, ବେଶି ଖୋଳତାଡ଼ କଲେ ଅସୁବିଧାରେ ପଡ଼ିବ’।
ଏଭଳି ମାନସିକତା ପୋଷଣ କରୁଥିବା ଅଫିସର ଓ ରାଜନେତାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ଗୋଡ଼ାଣିଆ ଗୋଦି ମିଡିଆ ପ୍ରତିନିଧି ସର୍ବନିମ୍ନରୁ ସର୍ବୋଚ୍ଚସ୍ତର ପର୍ଯ୍ୟନ୍ତ ବିଛେଇ ହୋଇ ଅଛନ୍ତି। ଏହି ଗୋଦି ମିଡିଆର ମାଲିକ ଓ ଖବରଦାତାମାନେ ସାମ୍ବାଦିକତାର ମୌଳିକ ଚାହିଦା-କ୍ଷମତାକୁ ପ୍ରଶ୍ନ କରିବା-ଠାରୁ ଦୂରେଇ ରହୁଛନ୍ତି। ମନେରଖିବାକୁ ହେବ ଯେ ଗଣମାଧ୍ୟମ କୌଣସି ଭାବେ ଭାରତୀୟ ସମ୍ବିଧାନରେ ସ୍ଥାନ ପାଇନାହିଁ। ଚତୁର୍ଥ ସ୍ତମ୍ଭର ଆଖ୍ୟା ବାରମ୍ବାର ଦୋହରା ଯାଉଥିବା ସତ୍ତ୍ୱେ ଭାରତୀୟ ସମ୍ବିଧାନରେ ସେଭଳି କୌଣସି ଉଲ୍ଲେଖ କରାଯାଇନାହିଁ। ସେଥିପାଇଁ ଗଣମାଧ୍ୟମ ଅର୍ଥାତ୍‌ ଛାପା, ଟେଲିଭିଜନ କିମ୍ବା ଡିଜିଟାଲ ଗଣମାଧ୍ୟମକୁ କୌଣସି ମୌଳିକ ସୁରକ୍ଷା ଭାରତୀୟ ବ୍ୟବସ୍ଥାରେ ଦିଆଯାଇ ନାହିଁ। ନିକଟରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୩ ଓ ତା’ ସମ୍ପର୍କରେ ୨୦୨୫ରେ ଅଣାଯାଇଥିବା ନିୟମାବଳୀ ବ୍ୟକ୍ତିବିଶେଷର ପ୍ରିଭେସି ବା ଅନ୍ତରଙ୍ଗ ତଥ୍ୟ ସୁରକ୍ଷା କରିବାର ଆଢୁଆଳରେ ସ୍ପଷ୍ଟ ସାମ୍ବାଦିକତାକୁ ଏକ କଠୋର ଆଘାତ ଦେବାର ବ୍ୟବସ୍ଥା କରାଯାଇଛି। ସରକାରରେ ଥିବା ରାଜନେତା ଓ ରାଜନୈତିକ ଦଳର ପରିବର୍ତ୍ତନ ଆମେ ଓଡ଼ିଶାବାସୀ ଦେଖିଆସୁଛୁ। ବିଶେଷକରି କଂଗ୍ରେସ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୪ ବର୍ଷ ଏବଂ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ଶାସନ ଓଡ଼ିଶାକୁ କେଉଁ ରୂପ ଦେଇଛି ତାହା ନିକଟରେ ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଓ ବିଜେଡି ଫଳାଫଳରୁ ସ୍ପଷ୍ଟ ଜଣାପଡ଼ିଲା। ଭାରତ ତୁଳନାରେ ଆମେରିକାକୁ ଦେଖାଗଲେ ସେଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକଚ୍ଛତ୍ରବାଦୀ ହେବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସାମ୍ବାଦିକମାନେ ତାଙ୍କୁ ବାରମ୍ବାର ପ୍ରଶ୍ନ ପଚାରି ହଡ଼ବଡ଼େଇ ଦେଇପାରୁଛନ୍ତି। ଟ୍ରମ୍ପ୍‌ ପ୍ରାୟ ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ବାଧ୍ୟ ହେଉଛନ୍ତି। ତାହା ହିଁ ପ୍ରକୃତ ଗଣତନ୍ତ୍ର ଯେଉଁଠି ଗଣମାଧ୍ୟମ ନିରପେକ୍ଷ ଭାବେ ବଞ୍ଚି ବଢ଼ିବାର ସୁଯୋଗ ପାଉଛି।
୫୨ତମ ଜନ୍ମଦିବସ ଉପଲକ୍ଷେ ଧରିତ୍ରୀ ପରିବାର ପକ୍ଷରୁ ଆମେ ଆମର ପାଠିକାପାଠକ, ବିଜ୍ଞାପନଦାତା, ବିତରକ ଏବଂ ଶୁଭେଚ୍ଛୁମାନଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛୁ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri