ଖାଲି ପଡ଼ିଛି ୫୧ ପଦବୀ: ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ

ଭବାନୀପାଟଣା,୨୪ା୩(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାବାସୀଙ୍କ ଦୀର୍ଘଦିନର ଆନ୍ଦୋଳନ ପ ରାଜ୍ୟ ସରକାରଙ୍କ ପକ୍ଷରୁ ଭବାନୀପାଟଣା ସହର ଭଙ୍ଗାବାରୀଠାରେ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଘୋଷଣା ହୋଇଥିଲା। ୨୦୨୩ ମସିହାରୁ ଏଠାରେ ପାଠପଢା ଆରମ୍ଭ ହୋଇଛି। ହେଲେ ମେଡିକାଲ କଲେଜରେ ଏବେ ବହୁ ଅଧ୍ୟାପକ ପଦବୀ ଖାଲିପଡିଛି। ବର୍ତ୍ତମାନ ୧୫୮ଟି ପଦବୀ ମଧ୍ୟରୁ ୫୧ଟି ଖାଲି ପଡିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ୨୧ଟି ମଞ୍ଜୁରିପ୍ରାପ୍ତ ପ୍ରଫେସର ପଦବୀ ଥିବାବେଳେ ଏବେ ୧୧ ଜଣ ଅଛନ୍ତି ଓ ୧୦ଟି ପଦବୀ ଖାଲି ପଡିଛି। ସେହିପରି ୨୭ ଜଣ ଆସୋସିଏଟ୍‌ ପ୍ରଫେସର ପଦବୀ ଥିବାବେଳେ ୧୬ ଜଣ ଅଛନ୍ତି ଓ ୧୧ଟି ପଦବୀ ଖାଲି ରହିଛି। ୪୫ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଜାଗାରେ ୪୩ ଜଣ କାର୍ଯ୍ୟ କରୁଥିବାବେଳେ ୨ଟି ପଦବୀ ଖାଲି ପଡିଛି। ୨୬ଟି ଟ୍ୟୁଟର୍‌ ପଦବୀରୁ ୧୩ ଜଣ ଅଛନ୍ତି ଓ ୧୩ଟି ପଦବୀ ଖାଲି ପଡିଛି। ୩୯ ଜଣ ସିନିୟର ରେସିଡେଣ୍ଟ ମଧ୍ୟରୁ ୨୪ ଜଣ କାର୍ଯ୍ୟରତ ଅଛନ୍ତି ଓ ଆହୁରି ୧୫ଟି ପଦବୀ ଖାଲି ଅଛି। କିଛିଦିନ ତଳେ ବିଧାନସଭାରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀଙ୍କ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି। ନିୟମିତ ମନୋନୟନ, ପଦୋନ୍ନତି, ଡେପୁଟେଶନ ଓ ଚୁକ୍ତିଭିତ୍ତିକ ନିଯୁକ୍ତି ମାଧ୍ୟମରେ ଖାଲିଥିବା ପଦବୀଗୁଡିକ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ନ୍ୟାଶନାଲ ମେଡିକାଲ କମିସଶନଙ୍କ ନିୟମାବଳୀ ଅନୁଯାୟୀ ମେଡିକାଲ କଲେଜରେ ବିଭିନ୍ନ ଡାକ୍ତରୀ ପଦବୀ ସୃଷ୍ଟି କରାଯାଇଛି। ଯେଉଁଥିରେ ଜୁନିୟର ରେସିଡେଣ୍ଟ ଡାକ୍ତର ପଦ ସୃଷ୍ଟି ପାଇଁ କୌଣସି ନିୟମ ନାହିଁ ବୋଲି ମନ୍ତ୍ରୀ ମହାଲିଙ୍ଗ ପ୍ରକାଶ କରିଛନ୍ତି। ଗତ ୨ବର୍ଷ ଧରି କଲେଜରେ ମାଇକ୍ରୋ ବାୟୋଲୋଜି ବିଭାଗରେ ଏଚ୍‌ଓଡି ପଦବୀ ଖାଲିଥିବା ବେଳେ ଅସ୍ଥାୟୀ ଅଧ୍ୟାପକଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିଭଳି ଆନାଟୋମି ବିଭାଗର ଏଚ୍‌ଓଡି ଓ ଟ୍ୟୁଟର୍‌ ପଦବୀ ପୂରଣ ନ ହୋଇ କାମଚଳାରେ ଚାଲିଛି। ବର୍ତ୍ତମାନ ମେଡିକାଲ କଲେଜରେ ତୃତୀୟ ବର୍ଷ ନିମନ୍ତେ ପାଠପଢା ଆରମ୍ଭ ହେବାକୁ ଥିବାବେଳେ ଅଧ୍ୟାପକ ପଦବୀ ଖାଲିଥିବା ନେଇ ଛାତ୍ରୀଛାତ୍ରମାନେ ଚିନ୍ତାରେ ଅଛନ୍ତି। ତୃତୀୟ ବର୍ଷ ପାଠପଢା ଆରମ୍ଭ ପୂର୍ବରୁ ଅଧ୍ୟାପକ ପଦବୀ ଯଥାଶୀଘ୍ର ପୂରଣ କରିବା ନିମନ୍ତେ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତାପିତାଙ୍କୁ ଅବହେଳା କଲେ ଦରମାରୁ କଟିବ ୧୦ ହଜାର

ହାଇଦ୍ରାବାଦ,୨୯ା୩: ବୃଦ୍ଧ ମାତାପିତାଙ୍କ ପ୍ରତି ଯତ୍ନ ଏବଂ ପରିଣତ ବୟସରେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ସାମାଜିକ ଦାୟିତ୍ୱବୋଧକୁ ତେଲଙ୍ଗାନା ସରକାର ଗୁରୁତ୍ୱ ଦେଇ ରବିବାର ଏକ ଐତିହାସିକ…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri