Posted inଜାତୀୟ

ସାମ୍ବିଧାନିକ ପୀଠରେ ୫୦୦ ବିଚାରଧୀନ ମାମଲା: ଆଇନ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧୭।୧୨ : ସୁପ୍ରିମ୍‌କୋର୍ଟର ସାମ୍ବିଧାନିକ ପୀଠରେ ୫୦୦ ବିଚାରଧୀନ ମାମଲା ପଡ଼ି ରହିଛି। ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। କୋର୍ଟରେ ନିର୍ବାଚନ ସମ୍ପର୍କିତ ୫୦୦ ମାମଲାର ବିଚାରାଧିନ ରହିଛି। ୨୦୨୦ରେ ଶୀର୍ଷକୋର୍ଟ ୧୩୦ ମାମଲାର ଫଇସଲା କରି ସାରିଛନ୍ତି। ୨୦୨୨ରେ ଏଭଳି ୧୦ ମାମଲାର ବିଚାର ଶେଷ ହୋଇଛି।

ଦେଶର ବିଭିନ୍ନ ହାଇକୋର୍ଟରେ ୧୦ ହଜାରରୁ ବିଚାରାଧିନ ଜନସ୍ବାର୍ଥ ମାମଲାର ବିଚାର ଜାରି ରହିଛି।
ଏଥିରେ ଦର୍ଶାଯାଇଛି ଯେ ଭାରତ ସୁପ୍ରିମକୋର୍ଟ ମହିଳାଙ୍କ ବିରୋଧରେ ଅପରାଧ ସମ୍ବନ୍ଧୀୟ ସୂଚନା ଖୋଜୁଥିବା ପଦ୍ଧତିରେ ପରିଚାଳନା କରୁନାହାଁନ୍ତି। ତେବେ, ସୁପ୍ରିମକୋର୍ଟ ବିଷୟ ବର୍ଗ ଅନୁଯାୟୀ, ୧୪୦୩ ମାମଲାର ବିଚାର ଜାରି ରହିଛି। ୨୦୧୪ଠାରୁ ସୁପ୍ରିମକୋର୍ଟରେ ଉପରୋକ୍ତ ବିଷୟ ବର୍ଗରେ ବିଚାରାଧୀନ ମାମଲାଗୁଡ଼ିକର ମୋଟ ସଂଖ୍ୟା ହେଉଛି ୧୮୨। ଏଥିସହ ଏହା କହିଛି ଯେ ହାଇକୋର୍ଟ ଏବଂ ଜିଲା ତଥା ଅଧିନସ୍ଥ ଅଦାଲତରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ସହ ଜଡିତ ମାମଲା ସମ୍ବନ୍ଧୀୟ ସୂଚନା ନ୍ୟାୟ ବିଭାଗରେ କେନ୍ଦ୍ରୀୟ ଭାବେ ପରିଚାଳିତ ହେଉନାହିଁ।

୨୦୨୨ମସିହାରେ ସୁପ୍ରିମକୋର୍ଟରେ ମୋଟ ବିଚାରାଧୀନ ମାମଲା ୬୮୭୮ ଅଟେ। ୨୦୧୪ପରେ ବିଚାରାଧିନ ମାମଲାରେ ୦.୬୫ ପ୍ରତିଶତ ହ୍ରାସ ଦେଖାଦେଇଛି। ୫୩୫୧୨୮୪ ବିଚାରାଧୀନ ମାମଲା ସହିତ ହାଇକୋର୍ଟର ବିଚାରାଧିନ ମାମଲାରେ ୦.୮୨ ପ୍ରତିଶତ ବୃଦ୍ଧି ଘଟିଛି। ଜିଲା କୋର୍ଟରେ ମାମଲାଗୁଡ଼ିକର ପେଣ୍ଡେନ୍ସି ହେଉଛି ୪୧୮୨ ୬୭୭୭୭। ୨୦୧୪ ଠାରୁବିଚାରାଧିନ ମାମଲାରେ୪.୩୨ ପ୍ରତିଶତ ବୃଦ୍ଧି ହୋଇଛି।

ସୂଚନାନୁସାରେ, ସୁପ୍ରିମକୋର୍ଟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସଂଖ୍ୟା ଉପରେ ସୂଚନା ଦିଆଯାଇଥିବା ପଦ୍ଧତିରେ ରକ୍ଷଣାବେକ୍ଷଣ କରାଯାଇ ନାହିଁ। ତେବେ, ୩୧ ଅକ୍ଟୋବର ୨୦୨୨ ସୁଦ୍ଧା ସୁପ୍ରିମକୋର୍ଟରେ ଫଇସଲା ହୋଇଥିବା ମୋଟ ମାମଲା ସଂଖ୍ୟା ହେଉଛି ୨୯,୧୦୯।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri