୫୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ସର୍ବାଧିକ

ଭୁବନେଶ୍ୱର,୩୧।୫:(ଅନୁରାଧା ମହାରଣା): ଦେଶରେ ପ୍ରଚଳିତ ନୋଟ୍‌ ମଧ୍ୟରେ ୫୦୦ ଟଙ୍କିଆ ନୋଟ୍‌ର ପରିମାଣ ସର୍ବାଧିକ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ, ମାର୍ଚ୍ଚ ୨୦୨୪ ସୁଦ୍ଧା ୫୦୦ଟଙ୍କିଆ ନୋଟ୍‌ର ଅଂଶ ୮୬.୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ୧ ବର୍ଷ ପୂର୍ବେ ଏହା ୭୭.୧ ପ୍ରତିଶତ ଥିଲା । ଗତ ବର୍ଷ ମେ ମାସରେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ଘୋଷଣା ହେବା ପରେ ୫୦୦ଟଙ୍କିଆ ନୋଟ୍‌ର ବ୍ୟବହାର ବଢ଼ିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ୨୦୦୦ ଟଙ୍କିଆ ନୋଟ୍‌ର ପରିମାଣ ୧ ବର୍ଷ ପୂର୍ବେ ସମାନ ଅବଧିରେ ୧୦.୮ ପ୍ରତିଶତରୁ ୦.୨ ପ୍ରତିଶତକୁ ଖସି ଆସିଛି।

ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସର୍ବାଧିକ ୫.୧୬ ଲକ୍ଷ ୫୦୦ ଟଙ୍କିଆ ନୋଟ୍‌ ରହିଥିବାବେଳେ ୨.୪୯ ଲକ୍ଷଟି ୧୦ ଟଙ୍କିଆ ନୋଟ୍‌ ସହ ଦ୍ୱିତୀୟ ସ୍ଥାନରେ ରହିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ନୋଟ୍‌ଗୁଡିକର ମୂଲ୍ୟ ଏବଂ ପରିମାଣ ଯଥାକ୍ରମେ ୩.୯ ପ୍ରତିଶତ ଏବଂ ୭.୮ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ପୂର୍ବ ଆର୍ଥିକ ବର୍ଷରେ ଏହି ବୃଦ୍ଧି ଯଥାକ୍ରମେ ୭.୮ ପ୍ରତିଶତ ଏବଂ ୪.୪ ପ୍ରତିଶତ ବୃଦ୍ଧି ପାଇଛି।

ତେବେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କାରଣରୁ ନକଲି ନୋଟ୍‌ ଚିହ୍ନଟ ମଧ୍ୟ ସରଳ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୨,୦୦୦ ଟଙ୍କିଆ ୨୬,୦୦୦ ରୁ ଅଧିକ ନକଲି ନୋଟ୍‌ ଚିହ୍ନଟ ହୋଇଥିବାବେଳେ ୧ ବର୍ଷ ପୂର୍ବେ ୯,୮୦୬ ନକଲି ନୋଟ୍‌ ଚିହ୍ନଟ କରାଯାଇଥିଲା। ତେବେ ଚିହ୍ନଟ ହୋଇଥିବା ନକଲି ୫୦୦ ଟଙ୍କିଆ ନୋଟ୍‌ ସଂଖ୍ୟା ୧ ବର୍ଷ ମଧ୍ୟରେ ୯୧,୧୧୦ ରୁ ୮୫,୭୧୧ କୁ ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ, ଆର୍‌ବିଆଇ ନୋଟ୍‌ ଛାପିବା ପାଇଁ ୫,୧୦୧ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ୧ ବର୍ଷ ପୂର୍ବରୁ ସମାନ ସମୟ ମଧ୍ୟରେ ୪,୬୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଲୋକଙ୍କ ମଧ୍ୟରେ ମୁଦ୍ରା ବ୍ୟବହାରକୁ ନେଇ ରିଜର୍ଭ ବ୍ୟାଙ୍କ ମଧ୍ୟ ଏକ ସର୍ଭେ କରିଥିଲା।

ଡିଜିଟାଲ ପେମେଣ୍ଟ ପଦ୍ଧତି ଲୋକପ୍ରିୟ ହେବା ସତ୍ତ୍ୱେ ନଗଦ ଟଙ୍କା କାରବାର କମି ନ ଥିବା ସର୍ଭେରୁ ଜଣାପଡ଼ିଛି।
୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ବିଷୟରେ ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୧୬ ରେ ବିମୁଦ୍ରୀକରଣ ପରେ ଆରମ୍ଭ ହୋଇଥିବା ଏହି ନୋଟ୍‌ର ପ୍ରାୟ ୮୯ ପ୍ରତିଶତ ୪ ବର୍ଷରୁ ଅଧିକ ସମୟ ଧରି ପ୍ରଚଳିତ ଥିଲା। ଏହି ନୋଟ୍‌ଗୁଡିକ ସାଧାରଣତଃ କାରବାରରେ ବ୍ୟବହୃତ ହେଉ ନ ଥିଲା ତେଣୁ ଏହାକୁ ପ୍ରତ୍ୟାହର କରିବା ଜରୁରୀ ଥିଲା। ରିପୋର୍ଟ ଅନୁଯାୟୀ, ଜନସାଧାରଣଙ୍କ ନିକଟରେ ଉପଲବ୍ଧ ୨୦୦୦ ଟଙ୍କିଆ ନୋଟ୍‌ ମୂଲ୍ୟର ମୋଟ ୩.୫୬ ଲକ୍ଷ କୋଟି ଟଙ୍କା ମଧ୍ୟରୁ ୯୭.୭ ପ୍ରତିଶତ ମାର୍ଚ୍ଚ ୩୧ ସୁଦ୍ଧା ଫେରସ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?