ଲିଙ୍କ ଉପରେ କ୍ଲିକ୍‌ କରିବା ପରେ ଆକାଉଣ୍ଟରୁ ଚାଲିଗଲା ୫୦ ହଜାର

ଗୋପାଳପୁର,୧୧ା୧(ନବୀନ ରାଜ ଆଚାରୀ): କିଛି ମାସ ହେଲା ରାଜ୍ୟରେ ସାଇବ ଠକେଇ ସଂଖ୍ୟା ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଗୋପାଳପୁର ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଗୋପାଳପୁରରେ ରହୁଥିବା ମୁରଲୀଧର ଗୌଡ଼ ମୋବାଇଲରେ ଏସ୍‌ବିଆଇ କେୱାଇସି ଅପ୍‌ଡେଟ୍‌ ପାଇଁ ଅନଲାଇନ୍‌ ଲିଙ୍କ୍‌ରେ ୫୦ ହଜାର ଠକେଇ ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଏହି ଥାନା ଅଧୀନ ଚଳିତ ମାସ ୭ ତାରିଖ ରାତି ୮.୨୭ ସମୟରେ ମୁରଲୀଧରଙ୍କ ମୋବାଇଲକୁ ଏସ୍‌ବିଆଇ କେୱାଇସି ଆପ୍‌ଟୁଡେଟ ଲିଙ୍କ୍‌ ଏକ ମେସେଜ ଆସିଥିଲା। ମୁରଲୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କେୱାଇସି ଆପଟୁଡେଟ ମାଗୁଥିବା ନେଇ କ୍ଲିକ୍‌ କରିଥିଲେ। କ୍ଲିକ୍‌ କରୁକରୁ ଏକ ଓଟିପି ଆସିଥିଲେ ମଧ୍ୟ ଓଟିପି ନମ୍ବର ଦେଇ ନ ଥିଲେ। କିନ୍ତୁ ସଙ୍ଗେସଙ୍ଗେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା କଟି ଯାଇଥିବା ଜାଣିପାରିଥିଲେ। ସାଇବର ଠକେଇ ହେଲ୍‌ଫଲାଇନକୁ ଯୋଗଯୋଗ କରିଥିଲେ। ପରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ୮ତାରିଖ ଦିନ ବ୍ରହ୍ମପୁର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶୁକ୍ରବାର ସାରେ ଗୋପାଳପୁର ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ଥାନା କେସ୍‌ ନମ୍ବର ୧୯/୨୫ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।