ନିରାଶାରେ ୫୦% ଯୁବବର୍ଗ

ନୂଆଦିଲ୍ଲୀ,୧୩।୮: କୋଭିଡ୍‌-୧୯ ବଜାରରେ ଏକ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛି। ବିଶ୍ୱର ମୋଟ୍‌ ଯୁବବର୍ଗଙ୍କ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୫୦% ବର୍ତ୍ତମାନ ନିରାଶ ଏବଂ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୭% ନିକଟରେ ଚାକିରି ବର୍ତ୍ତମାନ ନାହିଁ। ଅପରପକ୍ଷରେ ପ୍ରାୟ ଏକ ତୃତୀୟାଂଶ ଯୁବବର୍ଗଙ୍କ ଭବିଷ୍ୟତ କ୍ୟାରିୟର କ’ଣ ରହିବ ସେ ନେଇ ଅନିଶ୍ଚିତତା ଘେରକୁ ଚାଲିଯାଇଥିବା ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ(ଆଇଏଲ୍‌ଓ) ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଆଇଏଲ୍‌ଓ ପକ୍ଷରୁ ଯୁବବର୍ଗଙ୍କ ଏବଂ କୋଭିଡ୍‌-୧୯ ପ୍ରଭାବ ଉପରେ ଏକ ଅଧ୍ୟୟନରେ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି। ଏହି ଅଧ୍ୟୟନରେ ଯୁବବର୍ଗଙ୍କ ନିଯୁକ୍ତି, ଶିକ୍ଷା, ଅଧିକାର ଏବଂ ମାନସିକ ସ୍ବାସ୍ଥ୍ୟ ଭଳି ପ୍ରସଙ୍ଗକୁ ବିଚାର କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ସମସ୍ୟାର ସମାଧାନ ଦିଗରେ ଯଦି କୌଣସି ପଦକ୍ଷେପ ହାତକୁ ନ ନିଆଯାଏ ତେବେ ପରିଣାମ ଭୟାବହ ହେବ।
ଜୀବନର ପ୍ରତିଟି କ୍ଷେତ୍ରକୁ କୋଭିଡ୍‌-୧୯ ପ୍ରଭାବିତ କରିଛି। ଯୁବବର୍ଗଙ୍କ ଅର୍ଥନୈତିକ ଏବଂ ସାମାଜିକ ସମନ୍ବୟ କ୍ଷେତ୍ରରେ ଏହା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତ୍ୱରିତ ଭିତ୍ତିରେ ସମସ୍ୟାକୁ ସମାଧାନ କରିବାର ଆବଶ୍ୟକତାକୁ ବୁଝିବାକୁ ହେବ। ନ ହେଲେ ଏହା ଯୁବବର୍ଗଙ୍କୁ ଆହୁରି ସମସ୍ୟାରେ ପକାଇପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ୧୮ରୁ ୨୯ ବର୍ଷ ମଧ୍ୟରେ ପ୍ରାୟ ୧୧୨ ଦେଶର ୧୨ ହଜାର ଯୁବବର୍ଗଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ୧୮ରୁ ୨୪ ବର୍ଷ ବୟସ୍କଙ୍କ ମାନସିକ ସ୍ବାସ୍ଥ୍ୟ ସବୁଠାରୁ ନିମ୍ନ ସ୍ତରରେ ରହିଛି। ଯେଉଁମାନଙ୍କର ଶିକ୍ଷା କିମ୍ବା କାର୍ଯ୍ୟ ସ୍ଥିତି ବିଗିଡିଛି ସେମାନେ ଡିପ୍ରେସନକୁ ଚାଲିଯାଇଛନ୍ତି। ଶିକ୍ଷା ଗ୍ରହଣ କରୁଥିବା ଏବଂ ନିଯୁକ୍ତିରେ ଥିବା ଯୁବବର୍ଗଙ୍କର ମାନସିକ ସ୍ବାସ୍ଥ୍ୟ ଉନ୍ନତ ରହିଛି।
ଶିକ୍ଷାରେ ବିଳମ୍ବତା ଏବଂ ବନ୍ଦ ଯୋଗୁ ୨୨% ଡିପ୍ରେଶନର ଶିକାର ହୋଇଥିବା ବେଳେ ୧୨% ଛାତ୍ରୀଛାତ୍ରଙ୍କ ଶିକ୍ଷା ଟ୍ରାକ୍‌କୁ ଫେରିଛି। ପ୍ରାୟ ୩୮% ଭବିଷ୍ୟତକୁ ନେଇ ଅନିଶ୍ଚିତ ରହିଛନ୍ତି। ଶ୍ରମ ବଜାର ଉପରେ କୋଭିଡ୍‌ ଗଭୀର ପ୍ରଭାବ ପକାଇଥିବା ବେଳେ ସ୍କୁଲ, କଲେଜ ଶିକ୍ଷା ନେଇ ବର୍ତ୍ତମାନ ସୁଦ୍ଧା କିଛି ନିଶ୍ଚିତ ହୋଇପାରିନାହିଁ। ପ୍ରତି ୬ ଜଣରେ ଜଣେ ଯୁବକଯୁବତୀ କାମ ହରାଇଛନ୍ତି। ସର୍ପୋଟ, ସର୍ଭିସ ଏବଂ ସେଲ୍‌ସ ଭଳି କ୍ଷେତ୍ରରେ କାମ କରୁଥିବା ଯୁବକଯୁବତୀଙ୍କୁ ଚାକିରିରେ ବେଶି ସମସ୍ୟା ସାମ୍ନା କରିବାକୁ ପଡିଛି। ମହାମାରୀ ଯୁବବର୍ଗଙ୍କୁ ଏକ ଶକ୍ତ ଧକ୍କା ଦେଇଛି ବୋଲି ଆଇଏଲ୍‌ଓର ମହାନିର୍ଦ୍ଦେଶକ ଗାଏ ରାଇଡର କହିଛନ୍ତି। ଏଭଳି ଚ୍ୟାଲେଞ୍ଜିଂ ସମୟରେ ଯୁବବର୍ଗଙ୍କୁ ସେମାନଙ୍କ ଚିନ୍ତାଧାରା ଏବଂ ନିଷ୍ପତ୍ତି ଗ୍ରହଣ ଦିଗରେ ଉତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ସିସିକ୍ୟୁସିରେ ଓଏମ୍‌ସିର ୧୭ଟି ଟିମ୍‌କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର,୨୯।୯: କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ୮ମ ଚାପ୍ଟର କନ୍‌ଭେନ୍ସନ ଅନ୍‌ କ୍ୱାଲିଟି କନ୍ସେପ୍ଟସ (ସିସିକ୍ୟୁସି)-୨୦୨୬ରେ ଓଡ଼ିଶା ଖଣି…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?