ନିରାଶାରେ ୫୦% ଯୁବବର୍ଗ

ନୂଆଦିଲ୍ଲୀ,୧୩।୮: କୋଭିଡ୍‌-୧୯ ବଜାରରେ ଏକ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛି। ବିଶ୍ୱର ମୋଟ୍‌ ଯୁବବର୍ଗଙ୍କ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୫୦% ବର୍ତ୍ତମାନ ନିରାଶ ଏବଂ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୭% ନିକଟରେ ଚାକିରି ବର୍ତ୍ତମାନ ନାହିଁ। ଅପରପକ୍ଷରେ ପ୍ରାୟ ଏକ ତୃତୀୟାଂଶ ଯୁବବର୍ଗଙ୍କ ଭବିଷ୍ୟତ କ୍ୟାରିୟର କ’ଣ ରହିବ ସେ ନେଇ ଅନିଶ୍ଚିତତା ଘେରକୁ ଚାଲିଯାଇଥିବା ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ(ଆଇଏଲ୍‌ଓ) ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଆଇଏଲ୍‌ଓ ପକ୍ଷରୁ ଯୁବବର୍ଗଙ୍କ ଏବଂ କୋଭିଡ୍‌-୧୯ ପ୍ରଭାବ ଉପରେ ଏକ ଅଧ୍ୟୟନରେ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି। ଏହି ଅଧ୍ୟୟନରେ ଯୁବବର୍ଗଙ୍କ ନିଯୁକ୍ତି, ଶିକ୍ଷା, ଅଧିକାର ଏବଂ ମାନସିକ ସ୍ବାସ୍ଥ୍ୟ ଭଳି ପ୍ରସଙ୍ଗକୁ ବିଚାର କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ସମସ୍ୟାର ସମାଧାନ ଦିଗରେ ଯଦି କୌଣସି ପଦକ୍ଷେପ ହାତକୁ ନ ନିଆଯାଏ ତେବେ ପରିଣାମ ଭୟାବହ ହେବ।
ଜୀବନର ପ୍ରତିଟି କ୍ଷେତ୍ରକୁ କୋଭିଡ୍‌-୧୯ ପ୍ରଭାବିତ କରିଛି। ଯୁବବର୍ଗଙ୍କ ଅର୍ଥନୈତିକ ଏବଂ ସାମାଜିକ ସମନ୍ବୟ କ୍ଷେତ୍ରରେ ଏହା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତ୍ୱରିତ ଭିତ୍ତିରେ ସମସ୍ୟାକୁ ସମାଧାନ କରିବାର ଆବଶ୍ୟକତାକୁ ବୁଝିବାକୁ ହେବ। ନ ହେଲେ ଏହା ଯୁବବର୍ଗଙ୍କୁ ଆହୁରି ସମସ୍ୟାରେ ପକାଇପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ୧୮ରୁ ୨୯ ବର୍ଷ ମଧ୍ୟରେ ପ୍ରାୟ ୧୧୨ ଦେଶର ୧୨ ହଜାର ଯୁବବର୍ଗଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ୧୮ରୁ ୨୪ ବର୍ଷ ବୟସ୍କଙ୍କ ମାନସିକ ସ୍ବାସ୍ଥ୍ୟ ସବୁଠାରୁ ନିମ୍ନ ସ୍ତରରେ ରହିଛି। ଯେଉଁମାନଙ୍କର ଶିକ୍ଷା କିମ୍ବା କାର୍ଯ୍ୟ ସ୍ଥିତି ବିଗିଡିଛି ସେମାନେ ଡିପ୍ରେସନକୁ ଚାଲିଯାଇଛନ୍ତି। ଶିକ୍ଷା ଗ୍ରହଣ କରୁଥିବା ଏବଂ ନିଯୁକ୍ତିରେ ଥିବା ଯୁବବର୍ଗଙ୍କର ମାନସିକ ସ୍ବାସ୍ଥ୍ୟ ଉନ୍ନତ ରହିଛି।
ଶିକ୍ଷାରେ ବିଳମ୍ବତା ଏବଂ ବନ୍ଦ ଯୋଗୁ ୨୨% ଡିପ୍ରେଶନର ଶିକାର ହୋଇଥିବା ବେଳେ ୧୨% ଛାତ୍ରୀଛାତ୍ରଙ୍କ ଶିକ୍ଷା ଟ୍ରାକ୍‌କୁ ଫେରିଛି। ପ୍ରାୟ ୩୮% ଭବିଷ୍ୟତକୁ ନେଇ ଅନିଶ୍ଚିତ ରହିଛନ୍ତି। ଶ୍ରମ ବଜାର ଉପରେ କୋଭିଡ୍‌ ଗଭୀର ପ୍ରଭାବ ପକାଇଥିବା ବେଳେ ସ୍କୁଲ, କଲେଜ ଶିକ୍ଷା ନେଇ ବର୍ତ୍ତମାନ ସୁଦ୍ଧା କିଛି ନିଶ୍ଚିତ ହୋଇପାରିନାହିଁ। ପ୍ରତି ୬ ଜଣରେ ଜଣେ ଯୁବକଯୁବତୀ କାମ ହରାଇଛନ୍ତି। ସର୍ପୋଟ, ସର୍ଭିସ ଏବଂ ସେଲ୍‌ସ ଭଳି କ୍ଷେତ୍ରରେ କାମ କରୁଥିବା ଯୁବକଯୁବତୀଙ୍କୁ ଚାକିରିରେ ବେଶି ସମସ୍ୟା ସାମ୍ନା କରିବାକୁ ପଡିଛି। ମହାମାରୀ ଯୁବବର୍ଗଙ୍କୁ ଏକ ଶକ୍ତ ଧକ୍କା ଦେଇଛି ବୋଲି ଆଇଏଲ୍‌ଓର ମହାନିର୍ଦ୍ଦେଶକ ଗାଏ ରାଇଡର କହିଛନ୍ତି। ଏଭଳି ଚ୍ୟାଲେଞ୍ଜିଂ ସମୟରେ ଯୁବବର୍ଗଙ୍କୁ ସେମାନଙ୍କ ଚିନ୍ତାଧାରା ଏବଂ ନିଷ୍ପତ୍ତି ଗ୍ରହଣ ଦିଗରେ ଉତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri