୫୦ ପରିବାରକୁ ମିଳୁନି ପିଇବା ପାଣି,ରାସ୍ତାକୁ ଓହ୍ଲାଇଲେ ମହିଳା

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ସାରା ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ପାଣି ସମସ୍ୟା ଦେଖାଦେଇଛି l
ସୂଚନାନୁଯାୟୀ, ଉକ୍ତ ବ୍ଲକ ଅଧୀନ ସୁରେଇଡିହି ପଞ୍ଚାୟତର ଚାକୁଣ୍ଡାପଦା ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ପାଖାପାଖି ୧୫ରୁ ଊର୍ଦ୍ଧ୍ୱ ପରିବାର ପାଣି ପାଉ ନ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏନେଇ ଗୁରୁବାର ଉକ୍ତ ପରିବାରର ମହିଳାମାନେ ଗରା ବାଲ୍‌ଟି ଧରି ଚାକୁଣ୍ଡାପଦା ଗ୍ରାମରାସ୍ତାକୁ ଅବରୋଧ କରିଥିଲେ। ଖବର ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ପୋଲିସ, ସୁରେଇଡିହି ସରପଞ୍ଚ, ପିଇଓ, ଆରଡବ୍ଲ୍ୟୁଏସ୍‌ଏସ୍‌ର କନିଷ୍ଠ ଯନ୍ତ୍ରୀ ସସ୍ମିତା ପତି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ତେବେ ବର୍ତ୍ତମାନ ପାଇଁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ହେବ ଏବଂ ଆଗାମୀ ୭ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା l ଏନେଇ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ପୂର୍ବରୁ ଗ୍ରାମରେ ଏକ ପୁରୁଣା ଟାଙ୍କି ଥିବା ବେଳେ ଜଳ ଯୋଗାଣ ପାଇଁ ନୂତନ ପାଇପ୍‌ ବିଛା ହୋଇଛି ଏବଂ ଅଧିକ ଉଚ୍ଚତା ଯୋଗୁ ଗ୍ରାମର କିଛି ଘରକୁ ପାଣି ପହଞ୍ଚି ପାରୁନାହିଁ। ଅନ୍ୟ ଏକ ବାଇପାସ୍‌ ରାସ୍ତାରେ ପାଇପ୍‌ ବିଛା ଯାଇ ୭ ଦିନ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

Share