୫୦ କମ୍ପାନୀ କଳା ତାଲିକାଭୁକ୍ତ

ନୂଆଦିଲ୍ଲୀ,୪।୯(ଅନୁରାଧା ମହାରଣା): ଟେଲି ମାର୍କେଟିଂ କମ୍ପାନୀଗୁଡ଼ିକ ମୋବାଇଲ ଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଜୀବନକୁ କଷ୍ଟସାଧ୍ୟ କରିଦେଇଛନ୍ତି। ଏଭଳି କମ୍ପାନୀ ବିରୋଧରେ ଅନ୍‌ଲାଇନ ଠକେଇର ଅଭିଯୋଗ ମଧ୍ୟ ଆସିଛି। ଟେଲିକମ୍‌ ସେକ୍ଟର ନିୟାମକ(ଟିଆର୍‌ଏଆଇ) ଟେଲି ମାର୍କେଟିଂ କମ୍ପାନୀଗୁଡିକ ବିରୋଧରେ ବିଭିନ୍ନ ପ୍ରକାର ପ୍ରାୟ ୮ ଲକ୍ଷ ଅଭିଯୋଗ ଗ୍ରହଣ କରିଥିବାବେଳେ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ଟିଆର୍‌ଏଆଇ ଟେଲିକମ୍‌ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ଟେଲିକମ୍‌ କମ୍ପାନୀଗୁଡିକ ପ୍ରାୟ ୫୦ଟି ଟେଲି ମାର୍କେଟିଂ କମ୍ପାନୀକୁ କଳା ତାଲିକାଭୁକ୍ତ କରିଛନ୍ତି।
ଟିଆର୍‌ଏଆଇ ସୂଚନା ଦେଇଛି ଯେ ନିକଟ ଅତୀତରେ ସ୍ପାମ୍‌ କଲ୍‌ ଏବଂ ମେସେଜରେ ବହୁ ବୃଦ୍ଧି ଘଟିଛି। ୨୦୨୪ ବର୍ଷର ପ୍ରଥମାର୍ଦ୍ଧରେ (ଜାନୁଆରୀରୁ ଜୁନ୍‌), ପଞ୍ଜୀକୃତ ହୋଇ ନ ଥିବା ଟେଲି ମାର୍କେଟର (ୟୁଟିଏମ୍‌) ବିରୋଧରେ ୭.୯ ଲକ୍ଷରୁ ଅଧିକ ଅଭିଯୋଗ ଦାଖଲ କରାଯାଇଥିଲା। ଏହି ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣକରି ଟିଆର୍‌ଏଆଇ ୨୦୨୪ ଅଗଷ୍ଟ ୧୩ରେ ସମସ୍ତ ପ୍ରବେଶ ପ୍ରଦାନକାରୀଙ୍କୁ କଠୋର ନିର୍ଦ୍ଦେଶନାମା ଜାରି କରିଥିଲା। ଏସ୍‌ଆଇପି, ପିଆର୍‌ଆଇ କିମ୍ବା ଅନ୍ୟାନ୍ୟ ଟେଲିକମ୍‌ ଉତ୍ସ ବ୍ୟବହାରକରି ପଞ୍ଜୀକୃତ ହୋଇ ନ ଥିବା ଟେଲି ମାର୍କେଟର ଏବଂ ମେସେଜ ପ୍ରେରକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏହିପରି ଟେଲି ମାର୍କେଟରର ପ୍ରୋତ୍ସାହନମୂଳକ ଭଏସ୍‌ କଲ୍‌ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ କୌଣସି ପଞ୍ଜୀକୃତ ହୋଇ ନ ଥିବା ଟେଲି ମାର୍କେଟର ସିଷ୍ଟମର ଅପବ୍ୟବହାର କରୁଥିବା ଗୁରୁତର ପରିଣାମର ସମ୍ମୁଖୀନ ହେବାକୁ ପଡିବ। ସେଗୁଡିକ ମଧ୍ୟ କଳା ତାଲିକାଭୁକ୍ତ ହୋଇ ୨ ବର୍ଷ ପର୍ଯ୍ୟନ୍ତ ସମସ୍ତ ଟେଲିକମ ଉତ୍ସରୁ ବିଚ୍ଛିନ୍ନ କରାଯିବ।
ନିର୍ଦ୍ଦେଶନାମା ଅନୁସାରେ ସ୍ପାମ୍‌ କଲ୍‌ ଏବଂ ବାର୍ତ୍ତା ପାଇଁ ଉତ୍ସଗୁଡିକର ଅପବ୍ୟବହାର କରୁଥିବା କମ୍ପାନୀଗୁଡିକ ବିରୋଧରେ ଟେଲିକମ୍‌ କମ୍ପାନୀଗୁଡିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରାୟ ୫୦ଟି କମ୍ପାନୀକୁ କଳା ତାଲିକାଭୁକ୍ତ କରାଯାଇଛି। ୨.୭୫ ଲକ୍ଷରୁ ଅଧିକ ଏସ୍‌ଆଇପି, ଡିଆଇଡି, ମୋବାଇଲ ନମ୍ବର ଏବଂ ଟେଲିକମ୍‌ ଉତ୍ସଗୁଡିକ ବିଚ୍ଛିନ୍ନ କରାଯାଇଛି। ସ୍ପାମ୍‌ କଲ୍‌ ହ୍ରାସକରି ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନରେ ଏହି ପଦକ୍ଷେପଗୁଡିକର ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri