ଜଳିଗଲା ୫୦ ବସ୍ତା ଧାନ: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ପାରଳାଖେମୁଣ୍ଡି,୧୬ା୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରାବନ୍ଧ ପଞ୍ଚାୟତ ଅକୋୟାକୋଣ୍ଡା ଗ୍ରାମର ଭେଙ୍କେଟେଶ୍ବର ଶବରଙ୍କ ଖଳାରେ ନିଆଁ ଲାଗି ୫୦ ବସ୍ତାରୁ ଊର୍ଦ୍ଧ୍ୱ ଅମଳ ଧାନ ପୋଡି ପାଉଁଶ ହୋଇଯାଇଛି।

ଭେଙ୍କେଟେଶ୍ବର ଶୁକ୍ରବାର ସକାଳ ୧୧ଟା ପର୍ଯ୍ୟନ୍ତ ନିଜ ଧାନଖଳାରେ ଉପସ୍ଥିତ ଥିଲେ। ପରେ ସେ ଗାଧୋଇବାକୁ ଯାଇଥିଲେ। ଅଧଘଣ୍ଟା ପରେ ପୁଣି ଖଳାକୁ ଆସି ଧାନଗଦାରେ ନିଆଁ ଲାଗିଥିବା ଦେଖିଥିଲେ । ତୁରନ୍ତ ଗାରାବନ୍ଧା ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ପ୍ରଶାନ୍ତ ନିସିକା ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଭେଙ୍କେଟେଶ୍ବର ଜଣେ ଭାଗ ଚାଷୀ। ବିଗତ ବର୍ଷ ମଧ୍ୟ ତାଙ୍କ ଖଳାରେ ନିଆଁ ଲାଗି ବହୁ ପରିମାଣର ଧାନ ନଷ୍ଟ ହୋଇଯାଇଥିଲା। ଚଳିତ ବର୍ଷ ମଧ୍ୟ ଏପରି ଧାନଖଳାରେ ନିଆଁ ଲାଗିଯାଇଥିବାରୁ କେହି ଦୁର୍ବୃତ୍ତ ଏପରି କରୁଥିବା ଆଲୋଚନା ହେଉଛି। ଏନେଇ ଗାରାବନ୍ଧ ଥାନାର ଦ୍ବାରସ୍ଥ ହେବି ବୋଲି ଭେଙ୍କେଟେଶ୍ବର କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ରଙ୍ଗ ଛଡେଇନେଲା ଦନ୍ତା ହାତୀ:  ଯୁବକଙ୍କ ମୃତ୍ୟୁ

ମୋରଡା/ରାସଗୋବିନ୍ଦପୁର,୪/୩ (ସ୍ମାରକ ମାଜୀ/ସତ୍ୟବାଦୀ ପରିଡା):ରଙ୍ଗର ପର୍ବ ହୋଲିରେ ମଉଳି ଗଲା ଯୁବକଙ୍କ ଜୀବନର ରଙ୍ଗ। ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଖଃଦ ଘଟଣା ଘଟିଛି…

ଟ୍ରକକୁ ପିଟିଲା ଟ୍ରକ: ଦୁଇ ଡ୍ରାଇଭର ଗୁରୁତର

 ବାଲେଶ୍ୱର,୪।୩( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଡଷ୍ଟ ବୋଝେଇ ଟ୍ରକ୍‌।…

ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ବର୍ଷା ହେଲେ କାହାକୁ ମିଳିବ ଫାଇନାଲ ଟିକେଟ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୪।୩: ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ର ପ୍ରଥମ ସେମିଫାଇନାଲ ମାର୍ଚ୍ଚ ୪ ତାରିଖରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ…

ଭାରତ ପାଖେ କେତେ ଦିନ ପାଇଁ ଗଚ୍ଛିତ ଅଛି ଅଶୋଧିତ ତୈଳ, ସରିଗଲେ କ’ଣ ପ୍ରଭାବ ପଡିବ, ଜାଣନ୍ତୁ…

ନୂଆଦିଲ୍ଲୀ,୪।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟ ବଜାର ଅସ୍ଥିରତା ଅନୁଭବ କରୁଛି। ଯୁଦ୍ଧର ପ୍ରଭାବ କେବଳ ଅଶୋଧିତ ତୈଳ ଏବଂ ଶେୟାର…

ମା’ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ, ଏକତ୍ରିତ ହୋଇ ପୂଜାର୍ଚ୍ଚନା କଲେ ଲୋକେ

ଲୋଇସିଂହା,୪।୩( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୁହୁରାପାଲି ମା’ ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମର ଡୁମାଲ ସମ୍ପ୍ରଦାୟର ଲୋକେ…

ସେମିଫାଇନାଲ ଭାରତୀୟ ଦଳର ପ୍ରାକ୍ଟିସ୍‌ ସମୟରେ ଅଚାନକ କରାଗଲା ପରିବର୍ତ୍ତନ, ହଇଚଇ ସୃଷ୍ଟି

ନୂଆଦିଲ୍ଲୀ,୪।୩: ମୁମ୍ବାଇରେ ହେବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପୂର୍ବରୁ, ଭାରତୀୟ ଦଳର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଇଛି। ପ୍ଲେଇଂ ଇଲେଭେନରୁ ନେଟ ପ୍ରସ୍ତୁତି…

ସେମିଫାଇନାଲରେ ଭାରତ ପାଇଁ ଘାତକ ହେବେ ଏହି ୫ ଇଂଲଣ୍ଡ ଖେଳାଳି! ଭାରତଠୁ ଛଡାଇନେଇପାରନ୍ତି ଫାଇନାଲ ଟିକେଟ୍‌

ନୂଆଦିଲ୍ଲୀ,୪।୩: ବିଶ୍ୱର କୌଣସି ଦଳ ଲଗାତାର ଦୁଇଥର ଟି-୨୦ ବିଶ୍ୱକପ ଜିତି ନାହିଁ। ଭାରତୀୟ କ୍ରିକେଟ ଦଳ ଏହାକୁ ହାସଲ କରିବା ଏବଂ ଇତିହାସ ସୃଷ୍ଟି କରିବାଠାରୁ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ, ଯାରା ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୪।୩: ଉପସାଗରୀୟ ଦେଶଗୁଡ଼ିକରେ ଯୁଦ୍ଧ ଭଳି ପରିସ୍ଥିତି ବିଶ୍ୱ ଶକ୍ତି ଯୋଗାଣକୁ ବିପଦରେ ପକାଇଛି। ଏହି ସଙ୍କଟ ସମୟରେ, ଭାରତର ଦୀର୍ଘକାଳୀନ ଏବଂ ବିଶ୍ୱସ୍ତ ବନ୍ଧୁ, ରୁଷିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri