ପ୍ରତାପୁରରୁ ବାଲି ଚୋରା ଚାଲାଣ ବେଳେ ୫ ଟ୍ରାକ୍ଟର ଜବତ, ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ ନେଇ ତଦନ୍ତଦାବି

ପୁରୁଷୋତ୍ତମପୁର ୧୯/୧୧ (ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ବାଲି ଘାଟରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ବେଳେ ୫ ଟ୍ରାକ୍ଟରକୁ ଶନିବାର ରାତ୍ରରେ ପୋଲିସ ଜବତ କରିଛି । ଏଥିନେଇ ଥାନା କେସ ନଂ ୭୨୬ /୨୩ ପ୍ରକାରେ ମାମଲା ରୁଜୁ କରାଯାଇଛି । ଏଥିନେଇ ଥାନା ଆଇଆଇସି ସମିର କୁମାର ରାଉତ କହିଛନ୍ତି ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରାଚାଲାଣ ହେଉଥିବାର ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ରାତ୍ରରେ ଚଢାଉ କରାଯିବା ବେଳେ ଅନ୍ଧାର ରାତ୍ରର ସୁଯୋଗ ନେଇ ଅଭିଯୁକ୍ତ ମାନେ ଟ୍ରାକ୍ଟରକୁ ଛାଡି ଚମ୍ପଟ ମାରିଥିଲୋ ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଜଗିରହିଥିଲେ ସୁଦ୍ଧା ଗାଡିପାଖକୁ କେହି ଆସି ନ ଥିଲେ ଫଳରେ ଟ୍ରାକ୍ଟରଗୁଡିକୁ ଜବତ କରି ଥାନାକୁ ଆଣିବା ସହ ଏହି ଗାଡି କାହାର ସେଥିନେଇ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଦୀର୍ଘ ଦିନହେଲା ପ୍ରତାପୁର ଗ୍ରାମରେ ଋଷିକୁଲ୍ୟା ନଦୀର ବିଭିନ୍ନ ସ୍ଥାନରେ ବାଲି ମାଫିଆ ମାନେ କୁଳଘାଇକୁ ହାଣିବା ସହ ବେଆଇନ ଭାବରେ ବାଲି ଚୋରାଚାଲାଣ କରିବାରେ ଲାଗିଛନ୍ତି। ପୋଲିସ ଓ ପ୍ରଶାସନ ଆଖିରେ ଧୂଳିଦେଇ ଗାଡିର ନମ୍ବରକୁ ବଦଳାଇ ବାଲି ଚୋରାଇ ବୋହିବାରେ ସେମାନେ ଲାଗିଥିଲେ ।
ଏହି ବାଲି ଚୋରାଚାଲାଣ ପଛରେ ଜୈନିକ ପୋଲିସ କର୍ମଚାରୀ ରହି ସେ ଓ ତାଙ୍କ ଭାଇ ଏହି କାରବାରର ପୁରଧା ସାଜି ରାତାରାତି ବାଲି ଚୋରା କାରବାର ଚଲାଇ ଆସୁଥିବା ବେଳେ ଏହା ବିରୋଧରେ କିଏ ମୂହଁ ଖୋଲିଲେ ସେହି ପୋଲିସ କର୍ମଚାରୀ ଜଣକ ନାଲିଆଖିଦେଖାଇବାରେ ଲାଗିଥିବା ଅଭିଯୋଗ ହୋଇଛି। ଯାହା ଦ୍ବାରା ଭୟରେ ଲୋକେ ଚୁପ ରହିବାକୁ ବାଧ୍ୟ ହେଉଛନ୍ତି ।
ପୋଲିସ ପକ୍ଷରୁ ଜବତ କରାଯାଇଥିବା ଏହି ଗାଡି ମଧ୍ୟରେ ଜାଲ ନମ୍ବରର ଗାଡି ରହିଥିବା ବେଳେ ଏହି ପୋଲିସ କର୍ମଚାରୀଙ୍କ ଭାଇଙ୍କ ଗାଡି ମଧ୍ୟ ଥିବା ନେଇ ଲୋକେ ଅଭିଯୋଗ କରିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ଏଥିପ୍ରତି ଗୁରୁତ୍ୱ ଦେଇ ଜବତ ଗାଡିଗୁଡିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ବାଲି ଚୋରାକାରବାରରେ ସମ୍ପୁକ୍ତ ରହିଥିବା ଜୈନିକ ପୋଲିସ କର୍ମଚାରୀଙ୍କ ଅସଲି ମୁଖାଖୋଲିପାରିବ ବୋଲି ଦାବି କରିଛନ୍ତିା

Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri