ରାହୁଲଙ୍କ ପାଇଁ ବିକ୍ରି ହେଲାଣି ୫ହଜାର ସମ୍ବିଧାନ କପି!

ନୂଆଦିଲ୍ଲୀ,୨୬।୬: ଲୋକ ସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ସମ୍ବିଧାନର କୋଟ ପକେଟ ସଂସ୍କରଣକୁ ପ୍ରତୀକ ଭାବରେ ବ୍ୟବହାର କରିଥିଲା। ସେବେଠାରୁ ଦେଶରେ ସମ୍ବିଧାନ ଏବଂ ଏହାର ପୁସ୍ତକ ପୁଣିଥରେ ଚର୍ଚ୍ଚାକୁ ଆସିଛି। ବିଶେଷ କରି ଏହି ସଂସ୍କରଣ ଲୋକପ୍ରିୟ ହୋଇପାରିଛି। ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ନିର୍ବାଚନ ସମୟରେ ଏହି କପି ଧରି ସବୁଠି ପ୍ରଚାର କରୁଥିଲେ। ଏହାପରେ ବିରୋଧୀ ଦଳର ସବୁ ଏମପି ଲୋକ ସଭାରେ ଶପଥ ଗ୍ରହଣ କରିବା ସମୟରେ ଏହି ସମ୍ବିଧାନର ପୁସ୍ତକକୁ ଧରି ଏକ ରେକର୍ଡ ସୃଷ୍ଟି କରିଛନ୍ତି।

ସମ୍ବିଧାନର କୋଟ ପକେଟ ସଂସ୍କରଣର ପ୍ରକାଶକ ଦାବି କରିଛନ୍ତି ଯେ ମାତ୍ର ତିନି ମାସ ମଧ୍ୟରେ ଏହାର ହଜାର ହଜାର କପି ବିକ୍ରି ହୋଇସାରିଛି। ଆସନ୍ତୁ ଜାଣିବା ଏହି ପୁସ୍ତକର ଦାମ୍‌ କେତେ ଓ ଗତ ତିନି ମାସ ମଧ୍ୟରେ ଏହି କପି କିଣିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି।

୧୮ତମ ଲୋକ ସଭାର ଉଦଘାଟନୀ ଅଧିବେଶନରେ ବିରୋଧୀଦଳ ନେତାମାନେ ସଂସଦରେ କଳା ଏବଂ ନାଲି କଭର୍‌ ଥିବା ଏକ ବହି ଧରି ଶପଥ ନେଇଥିଲେ। ଯାହାକୁ ଦେଶର ସବୁଠାରୁ ବଡ଼ ଗ୍ରନ୍ଥ ସମ୍ବିଧାନ କୁହାଯାଏ। ଏମପିମାନେ ଧରିଥିବା ଏହି ପୁସ୍ତକ ସମ୍ବିଧାନର ଏକ କୋଟ ପକେଟ ସଂସ୍କରଣ। ଯାହା ବର୍ତ୍ତମାନ ବହୁତ ଲୋକପ୍ରିୟ ହୋଇଛି। ଏହି ସଂସ୍କରଣ କେବଳ ରାହୁଲ ଗାନ୍ଧୀ ନୁହେଁ ଦେଶର ବହୁ ବଡ ବଡ଼ ନେତାଙ୍କ ହାତରେ ଦେଖିବାକୁ ମିଳିଥିଲା। ଏହି କାରଣରୁ ଏହି ପୁସ୍ତକ ଏବେ ଦେଶର ଯୁବପିଢିଙ୍କ ମଧ୍ୟରେ ଲୋକପ୍ରିୟ ହୋଇଛି।

ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଏହି ପୁସ୍ତକ ବର୍ତ୍ତମାନ ଏକ ଆଇକନ ପାଲଟିଛି ଏବଂ ଏହାର ଲୋକପ୍ରିୟତା ଏତେ ବୃଦ୍ଧି ପାଇଛି ଯେ ଗତ ତିନି ମାସ ମଧ୍ୟରେ ୫ହଜାର କପି ବିକ୍ରି ହୋଇଛି। ଏହି କୋଟ ପକେଟ ସଂସ୍କରଣର ପ୍ରକାଶକଙ୍କ ନାମ ହେଉଛି ଇଷ୍ଟର୍ନ ବୁକ କମ୍ପାନୀ। ଯାହାର ବିକ୍ରୟ କ୍ରମାଗତ ବଢିବାରେ ଲାଗିଛି। ସମ୍ବିଧାନର କୋଟ ପକେଟ ସଂସ୍କରଣ ପ୍ରଥମେ ୨୦୦୯ରେ EBC ଦ୍ୱାରା ମୁଦ୍ରିତ ହୋଇଥିଲା। ସେବେଠାରୁ ୧୬ଟି ସଂସ୍କରଣ ବାହାରିଛି। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଇବିସି ପ୍ରକାଶକ ସୁମିତ ମଲିକ ଦାବି କରିଛନ୍ତି ଯେ ସେ ଗତ ତିନି ମାସ ମଧ୍ୟରେ ୫ହଜାର କପି ବିକ୍ରି ହୋଇଛି। ଯାହା ୨୦୨୩ରେ ବିକ୍ରି ହୋଇଥିବା ମୋଟ ସଂଖ୍ୟା ସହିତ ସମାନ।

ମଲିକ ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଆମର କୋଟ ପକେଟ ସଂସ୍କରଣର ଚାହିଦା ବଢିଛି। ନଗଦ ଷ୍ଟକ ଯେମିତିି ଆସୁଛି, ଏହାକୁ ତୁରନ୍ତ ବିକ୍ରି ହେଇଯାଉଛି। ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ପାଇଁ କଂଗ୍ରେସ ୪ଟି ବାକ୍ସର କପି କିଣିଛି। ମଲିକ ଆହୁରି କହିଛନ୍ତି ଯେ, ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଏହି ପୁସ୍ତକର ଏକ କପି ଦେଇଛନ୍ତି। ପୂର୍ବତନ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲାନଙ୍କ ଦ୍ୱାରା ଲିଖିତ ପୁସ୍ତକର ପ୍ରାରମ୍ଭରେ ଦର୍ଶାଯାଇଛି ଯେ ଏହି ପୁସ୍ତକ ଆକାରରେ ଛୋଟ ହୋଇପାରେ କିନ୍ତୁ ମଣିଷ ଆକାର ପରି ବହୁତ ବଡ ।

ଇବିସି ଦ୍ୱାରା ପ୍ରକାଶିତ ଏହି କପିର ମୂଲ୍ୟ ୮୯୫ଟଙ୍କା। ଏହି ସଂସ୍କରଣରେ ୬୨୪ ପୃଷ୍ଠା ଅଛି। ଯଦି ଆପଣ ଏହି କପି ଅନଲାଇନରେ ଅର୍ଡର କରିବାକୁ ଚାହାଁନ୍ତି, ତେବେ ଆପଣ EBC ର ୱେବ ଷ୍ଟୋର ଭିଜିଟ କରି ଏହାକୁ ଅର୍ଡର କରିପାରିବେ। ଯେଉଁଠାରେ ଏହି ସଂସ୍କରଣର ମୂଲ୍ୟ ଅଫଲାଇନ ଠାରୁ ୧୦ ପ୍ରତିଶତ କମ ଅର୍ଥାତ ୮୦୬ ଟଙ୍କା ଅଟେ ବୋଲି ମଲିକ କହିଛନ୍ତି।

ଇବିସି ପକ୍ଷରୁ ଦାବି କରାଯାଇଛି ଯେ, ଗତ ୩ ମାସ ମଧ୍ୟରେ ୫ହଜାର କପି ବିକ୍ରି ହୋଇଛି। ଯଦି ଆକଳନ କରାଯାଏ ତେବେ ଲୋକମାନେ ଅଫଲାଇନରେ ଏହିବହି କିଣିବା ଦ୍ୱାରା ୪୪.୭୫ ଲକ୍ଷ ଟଙ୍କା ଆୟ ହୋଇଛି। ତେବେ ସମ୍ବିଧାନର ପକେଟ କପିର ଏପରି ବିକ୍ରିକୁ ଏକ ବଡ଼ କଥା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣରେ ଚାନ୍ଦି ଭଣ୍ଡାରର ‘ଅରଣ୍ୟ’ ସମ୍ଭାର

ଭୁବନେଶ୍ୱର,୬ା୧୦(ସନ୍ତୋଷ ବେହେରା): ଚାନ୍ଦିଭଣ୍ଡାର ପକ୍ଷରୁ ଚଳିତ ପାର୍ବଣରେ ଗ୍ରାହକମାନଙ୍କ ଲାଗି ଅକ୍ସିଡାଇଜ୍‌ଡ୍‌ ରୁପା ଗହଣା ସମ୍ଭାର ‘ଅରଣ୍ୟ’ ଉପଲବ୍ଧ କରାଯାଇଛି। ନବରାତ୍ରି ଏବଂ ଦୁର୍ଗାପୂଜା ଅବସରରେ ଏହି…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?