ମୋହନା,୯। ୯(ମନ୍ମଥ ମିଶ୍ର): ଅଡବା ଥାନା ଗୁଲୁବା ଗାଁ ନିକଟସ୍ଥ ଜଙ୍ଗଲରେ ଚଢାଉ କରି ପୋଲିସ ୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି। ଏହାର ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। ସୋମବାର ଭୋର ସମୟରେ ଏସ୍ଆଇ ପ୍ରସନ୍ନ ପରିଡାଙ୍କ ନେତୃତ୍ୱରେ ଗୁଲୁବା ଅଞ୍ଚଳରେ ପେଟ୍ରୋଲିଂ ବେଳେ ନିକଟସ୍ଥ ଜଙ୍ଗଲରେ କିଛି ବସ୍ତା ପଡ଼ିଥିବା ଦେଖି ପୋଲିସ ସନ୍ଦେହ କରିଥିଲା। ଜଙ୍ଗଲ ଭିତରେ ଯାଞ୍ଚ କରିବାକୁ ଉପରୋକ୍ତ ପରିମାଣର ଗଞ୍ଜେଇ ମିଳିଥିଲା ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l


