ଭୁବନେଶ୍ୱର,୧୦।୫: ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ସୀମାରେ ଉତ୍ତେଜନା ଳୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାର ୫ କୃଷି ବିଜ୍ଞାନ ଛାତ୍ରୀଛାତ୍ର ଶ୍ରୀନଗରରେ ଫସିରହିଛନ୍ତି। ସେମାନେ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । କୌଣସି ମତେ ଶ୍ରୀନଗରରୁ ଦିଲ୍ଲୀ ପର୍ଯ୍ୟନ୍ତ ନେଇଯିବାବାକୁ ଗୁହାରି କରିଛନ୍ତି।
ସୋନେ କହିଛନ୍ତି, ଦିଲ୍ଲୀ ଓଡ଼ିଶା ଭବନ ସହିତ ଯୋଗାଯୋଗ କରିଛୁ।ଶ୍ରୀନଗରରେ ଡ୍ରୋନ ଆଟାକ୍ ଶଦ୍ଦ ଶୁଣିବାକୁ ପାଇଛୁ। ଆଜି ନ ଗଲେ କାଲି ଆହୁରି ଅଧିକ ସମସ୍ୟା ହୋଇପାରେ। ଅନ୍ୟ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ିଲେଣି, ଆମକୁ ନିଅନ୍ତୁ ବୋଲି ଛାତ୍ରୀଛାତ୍ର ନିବେଦନ କରିଛନ୍ତି।


