Posted inଜାତୀୟ

ସଂସଦରେ ପ୍ରଥମ ଥର ପାଇଁ ଘଟିଲା ୫ ନୂଆ ଘଟଣା !

ନୂଆଦିଲ୍ଲୀ, ୧୪।୯: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ସଂସଦରେ ୫ଟି ନୂଆ ଘଟଣା ଘଟିଛି। ସଂସଦ ଆରମ୍ଭ ହେବା ସମୟରେ ସଦସ୍ୟମାନେ ମୋବାଇଲ୍‌ ଆପ୍‌ ଦ୍ୱାରା ଉପସ୍ଥାନ ଦେଇଥିଲେ। ସେହିପରି ଲୋକ ସଭାର କାର୍ଯ୍ୟ ମାତ୍ର ୪ ଘଣ୍ଟା ପାଇଁ ଜାରି ରହିଥିଲା। ସଂସଦରେ ପ୍ରଶ୍ନକାଳ ହୋଇ ନ ଥିଲା। ଶୂନ୍ୟକାଳକୁ ସୀମିତ ରଖାଯାଇଥିଲା। ସଦସ୍ୟମାନେ ନିଜ ନିଜ ଆସନରେ ବସି ଉତ୍ତର ଦେଇଥିଲେ। ଯାହାକି ପୂର୍ବରୁ କେବେ ସଂସଦ ଇତିହାସରେ ହୋଇ ନ ଥିଲା। ସେହିପରି ଲୋକ ସଭା ସଦସ୍ୟ ରାଜ୍ୟ ସଭାରେ ବସି ଗୃହର ସାଧାରଣ କାର୍ଯ୍ୟରେ ଯୋଗ ଦେଇଥିଲେ। କରୋନା ମହାମାରୀ ସଂକ୍ରମଣ ଯୋଗୁ ଚଳିତ ଥର ଏହି ୫ଟି ଘଟଣା ପ୍ରଥମ ଥର ପାଇଁ ଘଟିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରାୟ ୪୦୦୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରେ ଏମ୍‌ପି ଏବଂ ସେମାନଙ୍କ ଷ୍ଟାଫ୍‌ ତଥା ସୁରକ୍ଷାକର୍ମୀ ରହିଥିଲେ। ଲୋକ ସଭାରେ ୨୦୦ ଜଣ ସଦସ୍ୟଙ୍କ ବସିବା ଲାଗି ବ୍ୟବସ୍ଥା କରାଯାଇଥିଲା। ୩୦ ଜଣ ସଦସ୍ୟ ଗ୍ୟାଲେରିରେ ବସିଥିଲେ। ଅବଶିଷ୍ଟ ସଦସ୍ୟ ରାଜ୍ୟ ସଭାରେ ବସିଥବଲେ। ଲୋକ ସଭାରେ ଏକ ବଡ଼ ସ୍କ୍ରିନ୍‌ ଲଗାଯାଇଥିଲା। ଏଥିରେ ରାଜ୍ୟ ସଭାରେ ବସିଥିବା ଲୋକ ସଭା ସଦସ୍ୟଙ୍କୁ ଦେଖିବାକୁ ମିଳୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri