କେନ୍ଦୁଝରରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫ରେ ପହଞ୍ଚିଲା

କେନ୍ଦୁଝର,୨୫।୬: (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଗୁରୁବାର ଆଉ ୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫କୁ ବୃଦ୍ଧି ହୋଇଛି। ତେବେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଘଷିପୁରା ବ୍ଲକର ୩ଜଣ ଓ ସାହାରପଡା ବ୍ଲକର ୨ଜଣ ରହିଛନ୍ତି। ନିକଟରେ ତାମିଲନାଡ଼ୁରୁ ୨ଜଣ, ଗୁଜୁରାଟରୁ ଜଣେ, ମହାରାଷ୍ଟ୍ରରୁ ଜଣେ ଓ ଦିଲ୍ଲୀରୁ ଜଣେ ଫେରିଥିବା ଜଣାପଡିଛି। ସମସ୍ତେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ କ୍ୱାରାଣ୍ଟାଇନ୍‌ରେ ଥିଲେ। ରିପୋର୍ଟ ଆସିବା ପରେ ସେମାନଙ୍କୁ କେନ୍ଦୁଝର କୋଭିଡ-୧୯ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ସୂଚନାଯୋଗ୍ୟ, ଜିଲାର ମୋଟ ୧୦୫ ଜଣ କରନା ରୋଗୀଙ୍କ ମଧ୍ୟରୁ ୭୨ଜଣ ସୁସ୍ଥ ହୋଇଥିବା ବେଳେ ୩୩ ଜଣ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ନାବାଳକଙ୍କ ଜୀବନଗଲା

ହିଞ୍ଜିଳିକାଟୁ,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୁରୁଷୋତ୍ତମପୁର ଥାନା ସାହାପୁର ଗ୍ରାମରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟିି ଜଣେ ନାବାଳକଙ୍କ ଜୀବନ ଯାଇଛି। ମୃତ ନାବାଳକ...

ଆଜି ଦୀପାବଳି: ପୟା ଶ୍ରାଦ୍ଧ ଲାଗି ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ,୨୭।୧୦: ପବିତ୍ର ଦୀପାବଳି ଅବସରରେ ରବିବାର ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ବାଇଶି ପାହାଚରେ ଶ୍ରାଦ୍ଧ...

୪୦ ଛୁଇଁଲା ପାରଦ, ସକାଳୁଆ ହେଲା ଅଫିସ୍‌

ଢେଙ୍କାନାଳ ଅଫିସ, ୧୬।୪: ଢେଙ୍କାନାଳ ଜିଲାରେ ଗତ ଦୁଇଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବୁଧବାର ସହରର ତାପମାତ୍ରା ୪୦ ଛୁଇଁଛି। ପୂର୍ବାହ୍ନ ୧୦ଟାରୁ...

ଚାଷୀଙ୍କୁ ୪୫୦ କୋଟି କୃଷିଋଣ

କଟକ ଅଫିସ,୫ା୬: ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ୨୦୨୦ ଖରିଫ ଚାଷ ପାଇଁ କଟକ ଜିଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ...

ମାରୁତି କଲ୍ୟାଣ ମଣ୍ଡପରେ ନିଅଁ।

ଫୁଲବାଣୀ ଅଫିସ, ୨୮ା୪-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ହାଟପଦାରେ ଥିବା ବେଆଇନଭାବେ  ଗଢି ଉଠିଥିବା ମାରୁତି କଲ୍ୟାଣ ମଣ୍ଡପରେ ଶନିବାର ପୂର୍ବାହ୍ନରେ ନିଅଁ।  ଲାଗିଛି । ...

୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୨୬୩ ମାମଲାର ଫଇସଲା

ମାଜିଷ୍ଟ୍ରେଟ୍‌ ମୁକ୍ତିରଞ୍ଜନ ଶତପଥୀ, ବିଚାରପତି ଅଳ୍ପନା ସ୍ବାଇଁ, ସୁଜାତା ପ୍ରିୟମ୍ବଦା ସ୍ବାଇଁ, ଅଭିଜିତ ପୁରୋହିତ, ସୁଶାନ୍ତ ନାୟକ, ମୈତ୍ରୀ ସାମନ୍ତରାୟ, ରାଜଶ୍ରୀ ଆର୍ଯ୍ୟବାଳା ତ୍ରିପାଠୀ, ନିଶା...

ସରକାରୀ ଯୋଜନା ବାଟବନା: ପରଶାସନିକ ଅବହେଲାର ଶିକାର ଗୁଞ୍ଜି ଚନ୍ଦନ

କେସିଙ୍ଗା, ୧୮।୭ (ଡି.ଏନ୍‌.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ଭୂମିହୀନ, ବାସହୀନମାନକୁ ଆବାସ ଯୋଜନାରେ ଘର ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ...

କ୍ୱାରାଣ୍ଟାଇନକୁ ଗଲେ ପଶ୍ଚିମବଙ୍ଗ ଫେରନ୍ତା

ରସାଳପୁର, ୨୩।୪(ଡି.ଏନ୍‌.ଏ.)-ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ଏବେ ଓଡ଼ିଶା ସରକାରଙ୍କ ଚିନ୍ତା ବଢିଯାଇଛି। ବାଲେଶ୍ୱର, ଭଦ୍ରଖ, ଯାଜପୁରରେ ୩ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।...

Coronavirus Update


Archives

Model This Week

Why Dharitri