ଆଜି ରାଜ୍ୟରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯ା୧୨: ବେଶ୍‌ କିଛିଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଏବେ ପୁଣି ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି।

ସମସ୍ତେ ହୋମ୍‌ ଆଇସୋଲେଶନରେ ଅଛନ୍ତି, ମେଡିକାଲରେ କେହି ନାହାନ୍ତି। ତେଣୁ ଆତଙ୍କିତ ହେବାର କିଛି ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। କରୋନା ପାଇଁ ମେଡିକାଲରେ ଆଡମିଟ୍‌ ହେବା ବହୁତ କମ୍‌। ତେବେ ସ୍ଥିତି ଉପରେ ନଜର ରଖାଯାଇଛି। କରୋନା ବଢ଼ିଲେ ମଧ୍ୟ ଏହାର ଭୟାବହତ କମ୍‌ ରହିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଡିସେମ୍ବର ୩ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍‌ କେସ୍‌ ଶୂନ ଥିବାବେଳେ ୨୩ରେ ରାଜ୍ୟରୁ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ। ପରେ ଏହି ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ମଧ୍ୟ ଲଗାତର ଭାବେ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି, ଯାହାକି ଚିନ୍ତାର କାରଣ ପାଲଟିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଯୁବକ ଉଦ୍ଧାର: ବଢୁଛି ସନ୍ଦେହ

ବାହାନଗା,୧୮।୩(ଅରୂପ କୁମାର ଦାସ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଜଣେ ଯୁବକ ଉଦ୍ଧାର କରାଯିବା ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଘଟଣା ଘଟିଛି…

କେସିଙ୍ଗାରୁ ଭୁବନେଶ୍ୱର ହେଉ ସିଧା ଟ୍ରେନ ଚଳାଚଳ: ଲୋକ ସଭାରେ ଦାବି ଉଠାଇଲେ ଏମ୍‌ପି

କେସିଙ୍ଗା,୧୮।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ ଦିଲ୍ଲୀରେ ଅନୁଷ୍ଠିତ ଲୋକ ସଭା ଗୃହରେ କଳାହାଣ୍ଡି ଜିଲାର ସଂସଦୀୟ କ୍ଷେତ୍ର କଳାହାଣ୍ଡି ଓ ନୂଆପଡ଼ା ଜିଲା ପାଇଁ…

ବିଧାନସଭାରେ କୋକେଇ ଶୋଭାଯାତ୍ରା:‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ପରିସର

ଭୁବନେଶ୍ୱର,୧୮।୩: ବିଧାନସଭାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖାଯାଇଛି। SCB ଟ୍ରାଜେଡିକୁ ଦେଇ ଗୃହରେ କମ୍ପିଛନ୍ତି ବିରୋଧୀ। ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା ବାହାର କରିଛନ୍ତି ବିରୋଧୀ…

ଏହି ୬ ସହରରେ ଆରମ୍ଭ ହେଲା ଇଣ୍ଡିଆ ପୋଷ୍ଟ’ର ୨୪ ଘଣ୍ଟିଆ ଗ୍ୟାରେଣ୍ଟେଡ୍‌ ଡେଲିଭରି ସେବା

ନୂଆଦିଲ୍ଲୀ ,୧୮ା୩:ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍‌ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଘଟିବ କି କିଛି ଅଶୁଭ: ପୁଣି ନୀଳଚକ୍ର ଉପରେ ବସିଲା ଚିଲ

ପୁରୀ,୧୮ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ମଙ୍ଗଳବାର ଅପରାହ୍ନରେ କିଛି ସମୟ ଧରି ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛିଦିନ ହେବ ଲଗାତର ଏପରି ଘଟଣା ଦେଖିବାକୁ…

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri