କୋରାପୁଟ,୪।୬(ଅମିତାଭ ବେହେରା ):କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିପିଟାଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି। ଚିକିତ୍ସିତ ହେଉଥିବା ୫ ରୋଗୀ ରାତିରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଥିବା ବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଆଇସିୟୁ ରେ ୩ ଜଣ ଓ ୱାର୍ଡରେ ୨ ଜଣ ଏପରିକି ୫ ଜଣଙ୍କ ମୃତୁ ହୋଇଥିବା ଅଭିଯୋଗ ହୋଇଛି।ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛ। ତେବେ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।