ଜାନୁଆରୀ ୩୧ ସୁଦ୍ଧା ଟଙ୍କା ଫେରିପାଇବେ ୫ ଲକ୍ଷ କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପାଇବା ଲାଗି ଆବେଦନ କରିବାକୁ ଅର୍ଥ ବିଭାଗ ବିଜ୍ଞପ୍ତି ଜାରି କରିଛି। କ୍ଷୁଦ୍ର ଜମାକାରୀମାମାନେ ଏହାର ସୁଯୋଗ ନେବା ସହିତ ସମସ୍ତେ ଆବେଦନ କରିବା ଲାଗି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ୨୦୨୬ ଜାନୁଆରୀ ୩୧ ସୁଦ୍ଧା ଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲୁ ରହିବ। ତଦନ୍ତ କମିଶନ ସୁପାରିସ କରିଥିବା ଏବଂ ଟଙ୍କା ଫେରସ୍ତ ପାଇ ନ ଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଅର୍ଥାତ୍‌ ଯେଉଁମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ ସେମାନେ ଏହି ସୁଯୋଗର ଲାଭ ଉଠାଇପାରିବେ। ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଗୋଲ୍‌ଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇ ନ ଥିବା ଜମାକାରୀମାନେ ମଧ୍ୟ ଉପକୃତ ହେବେ। ଜମାକାରୀମାନେ ଆବଶ୍ୟକ କାଗଜପତ୍ର ସହିତ ଆର୍‌ଆଇଙ୍କ ନିକଟରେ ଯୋଗାଯୋଗ କଲେ ୧୫ ଦିନ ଭିତରେ ସେମାନଙ୍କ ଜମାରାଶି ଫେରିପାଇବେ। ଯଦି କୌଣସି ଜମାକାରୀ ଅଧିକ ତଥ୍ୟ ସରକାରଙ୍କ ତରଫରୁ ଜାଣିବାକୁ ଚାହାନ୍ତି ତେବେ ଜାରି କରାଯାଇଥିବା ୦୬୭୪-୨୩୯୫୧୫୩ରେ ଯୋଗାଯୋଗ ମଧ୍ୟ କରିପାରିବେ। ନିୟମ ମୁତାବକ ଜମାକାରୀମାନେ ଆଧାର କାର୍ଡ, ଭୋଟର କାର୍ଡ, ଡିଏଲ୍‌, ପାନ୍‌ କାର୍ଡ ଇତ୍ୟାଦି ଦାଖଲ କରିପାରିବେ। ମୂଳ ଜମା ରସିଦ ଦାଖଲ କରିବେ। ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦାଖଲ କରିବେ। ଜିଲା ସରକାରୀ ଓ୍ବେବସାଇଟ୍‌ରେ ସରକାରଙ୍କ ପକ୍ଷରୁ ଜମାକାରୀଙ୍କ ତାଲିକା ରହିଛି।
ଏନେଇ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଆବାହକ ଜୟନ୍ତ ଦାସ କହିଛନ୍ତି, ଅର୍ଥ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଯେଉଁ ବିଜ୍ଞାପନ ଦେଇ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ବନ୍ଦ ଥିଲା ତାକୁ ପୁନର୍ବାର ଆରମ୍ଭ କରିଥିବାରୁ ସରକାରଙ୍କୁ ସାଧୁବାଦ। ହେଲେ ଭାଜପା ସରକାରକୁ ଆସିବାର ୧୮ ମାସ ଭିତରେ ରାଜ୍ୟର ସମସ୍ତ କ୍ଷୁଦ୍ର ଓ ବୃହତ୍‌ ଜମାକାରୀଙ୍କୁ ତହସିଲଦାରମାନଙ୍କ ଜରିଆରେ ଚିହ୍ନଟ କରି ଟଙ୍କା ଫେରସ୍ତ କରିବ ବୋଲି ନିର୍ବାଚନ ସମୟରେ ପ୍ରକାଶିତ ଘୋଷଣା ପତ୍ରରେ ଉଲ୍ଲେଖ କରିଥିଲା। ସେମାନେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରନ୍ତୁ, ସମସ୍ତ କ୍ଷୁଦ୍ର ଓ ବୃହତ ଜମାକାରୀଙ୍କୁ ତୁରନ୍ତ ଟଙ୍କା ଫେରସ୍ତ ନ କଲେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ସେ କହିଛନ୍ତି।
ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ସରକାର ଚିଟ୍‌ଫଣ୍ଡ ଟଙ୍କା ଫେରାଇବା ଲାଗି ମନ ସ୍ଥିର କରିଛନ୍ତି। ଯେଉଁମାନେ ଟଙ୍କା ଦେଇଛନ୍ତି ସେମାନେ ପର୍ଯ୍ୟାୟକ୍ରମେ ଆବେଦନ କଲେ ଅର୍ଥ ଫେରିପାଇବେ। ଲୋକଙ୍କ ସମସ୍ୟା ସମାଧାନ କରିବା ଦାୟିତ୍ୱ ମିଳିଛି, ତାହା ଆମେ ପର୍ଯ୍ୟାୟକ୍ରମେ କରିବୁ। ପୂର୍ବ ସରକାର ସମୟରେ ଚିଟ୍‌ଫଣ୍ଡ କେଳେଙ୍କାରୀ ହେଲା। ସେହି ସମୟରେ ସିବିଆଇ ତଦନ୍ତ ହୋଇ ଏଥିରେ ସମ୍ପୃକ୍ତ ଅନେକଙ୍କୁ ଗିରଫ କରାଗଲା। ହେଲେ ପୂର୍ବ ସରକାର ଟଙ୍କା ଫେରାଇବା କଥା, ସେମାନେ ତାହା ନ କରିବାରୁ ଏହି କାର୍ଯ୍ୟ ଭାଜପା ସରକାର କରୁଛି ବୋଲି ସେ କହିଛନ୍ତି।
ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଯେଉଁମାନେ ୧୦ ହଜାର ଟଙ୍କା ତଳକୁ ଜମା କରିଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ କରିବାର ପ୍ରକ୍ରିୟା ସରକାରଙ୍କ ତରଫରୁ ଆରମ୍ଭ ହୋଇଛି। ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ଚିହ୍ନଟ କରାଯାଇଛି। ନିର୍ବାଚନ ସମୟରେ ଏନେଇ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପାଳନ କରିବା ଆରମ୍ଭ ହୋଇଛି। ବହୁତ ଲୋକ ପୂର୍ବରୁ ପାଇଗଲେଣି। ଏଥର ଅନେକ ସ୍ବଳ୍ପ ଜମାକାରୀ ପାଇଯିବେ। ପର୍ଯ୍ୟାୟକ୍ରମେ ସବୁ ପ୍ରକ୍ରିୟା ଦ୍ରୁତଗତିରେ କରାଯାଉଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri