ମନ୍ତ୍ରୀଙ୍କ ବଡ଼ ଘୋଷଣା: ସହରର ଗରିବଙ୍କୁ ମିଳିବ…

ଭୁବନେଶ୍ୱର, ୭।୯(ସୁନିତ୍‌ ମିଶ୍ର): ରାଜ୍ୟର ପ୍ରତ୍ୟେକ ସହରକୁ ବିକଶିତ ସହରରେ ପରିଣତ କରିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଲକ୍ଷ୍ୟ। ଓଡ଼ିଶାର ୧୧୫ଟି ପୌରସଂସ୍ଥାରେ ଆମ ଜନସଂଖ୍ୟାର ୨୦ ପ୍ରତିଶତ ଲୋକ ବାସ କରୁଛନ୍ତି। ଆମ ସହର ଓ ନଗରଗୁଡିକୁ ଯୋଜନାବଦ୍ଧ ଭାବେ ବିକଶିତ କରିବା ଲାଗି ବିଭାଗ ଅଙ୍ଗୀକାରବଦ୍ଧ। କଟକ ଏବଂ ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ କରିବା ଲାଗି ଭାଜପା ସରକାର ଅନେକ ଯୋଜନା କରୁଛନ୍ତି। ଜନସାଧାରଣ ପରିବହନ ବିକାଶର ଏକ ମୂଳାଧାର ହୋଇଥିବାରୁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରକୁ ତ୍ରିଶୂଳିଆ ସହ ମେଟ୍ରୋ ରେଳ ଦ୍ୱାରା ସଂଯୋଗୀକରଣ କାମକୁ ତ୍ୱରାନ୍ବିତ ଗତିରେ ଆଗେଇନେବୁ। ସଡ଼କ ପଥରେ ଯାତ୍ରାକୁ ସୁଗମ କରିବା ଲାଗି ପିଏମ୍‌ ଇ-ବସ୍‌ ଯୋଜନାରେ ୪୦୦ଟି ଇ-ବସ୍‌ ଯୋଗାଯାଉଛି। ସହରରେ ବାସ କରୁଥିବା ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଅର୍ବାନ) ଅଧୀନରେ ୫ ଲକ୍ଷ ବାସଗୃହ ନିର୍ମାଣର ଯୋଜନା କରାଯାଇଥିବା ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମ୍ବଳିତ ଖର୍ଚ୍ଚଦାବି ଆଲୋଚନା ପରେ ଗୃହରେ ଉତ୍ତର ରଖିବା ଅବସରରେ ମନ୍ତ୍ରୀ ମହାପାତ୍ର କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ୯୬୧୨,୦୯,୦୫,୦୦୦ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହା ଗତବର୍ଷର ବଜେଟ ତୁଳନାରେ ୨୨ ପ୍ରତିଶତ ଅଧିକ। ଏଥର ରାଜ୍ୟ ସରକାର ଅମୃତ ଯୋଜନାରେ ୭୬୪ କୋଟି, ବସୁଧା ଯୋଜନାରେ ୧୧୨ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ସହରାଞ୍ଚଳ ପରିମଳ ଲାଗି ସ୍ବଚ୍ଛ ସର୍ବେକ୍ଷଣରେ ଓଡ଼ିଶା ୪ ନମ୍ବରରେ ଥିବା ବେଳେ ଏହାକୁ ୧ ନମ୍ବରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ସ୍ବଚ୍ଛ ଭାରତ ମିଶନରେ ୫୩୩.୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଯାହା ପୂର୍ବ ବ୍ୟୟ ବରାଦର ୨ ଗୁଣା। ରାଜ୍ୟ ସରକାର ପିଏମ୍‌ ସ୍ବନିଧି ଯୋଜନାରେ ଅଦ୍ୟାବଧି ୯୦,୪୭୧ ଜଣଙ୍କୁ ଋଣ ପ୍ରଦାନ କରିଛନ୍ତି। ଏହି ଯୋଜନାରେ ସରକାର ଏଥର ଲକ୍ଷେରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସ୍ମାର୍ଟ ଆଇଡି ଏବଂ ସାର୍ଟିଫିକେଟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଜାଗା ମିଶନରେ ରାଜ୍ୟ ସରକାର ୧୦୦ କୋଟି ଓ ସହରାଞ୍ଚଳ ଗୃହ ନିର୍ମାଣ ଯୋଜନାରେ ୬୯୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସହରାଞ୍ଚଳ ପରିବହନ ଯୋଜନାରେ ଓଡ଼ିଶା ମେଟ୍ରୋ ରେଳ ପରିବହନ ଯୋଜନାରେ ତ୍ରିଶୂଳିଆଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ୨୬ କି.ମି.ର ମେଟ୍ରୋ ପ୍ରକଳ୍ପର ବ୍ୟବସ୍ଥା କରିଛନ୍ତି। ଏଥିଲାଗି ୬ ବର୍ଷରେ ୬୨୫୫.୯୪ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୪-୨୫ରେ ଏଥିଲାଗି ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ। ଆଗକୁ କ୍ୟାପିଟଲ ଛକ, ରାଜମହଲ ଛକ, ବାଣୀବିହାର ଛକ, ଜୟଦେବ ବିହାର ଛକ ଓ ପଟିଆ ଛକ ସମେତ ମୋଟ୍‌ ୨୦ଟି ମେଟ୍ରୋ ରେଳ ଷ୍ଟେଶନ ନିର୍ମାଣ ହେବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri