୪ ବର୍ଷ ମଧ୍ୟରେ ୫ ଲକ୍ଷ ସେଲ୍‌ଟସ୍‌ ବିକ୍ରି

ନୂଆଦିଲ୍ଲୀ,୬।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ପ୍ରିମିୟମ ଏସ୍‌ୟୁଭି ସେଲ୍‌ଟସ୍‌ ଏକ ବିରଳ ରେକର୍ଡ ହାସଲ କରିଛି। ଏପରିକି ବିଗତ ୪ବର୍ଷ (୪୬ ମାସ) ମଧ୍ୟରେ ୫ଲକ୍ଷ ସେଲ୍‌ଟସ୍‌ ବିକ୍ରି ସହ ଏକ ମାଇଲଖୁଣ୍ଡ ସ୍ଥାପନ କରିଛି। ଉଲ୍ଲେଖଯୋଗ୍ୟ, ୨୦୧୯ ଅଗଷ୍ଟରେ କିଆ ଇଣ୍ଡିଆର ପ୍ରିମିୟମ୍‌ ଏସ୍‌ୟୁଭି ସେଲ୍‌ଟସ୍‌ର ବଜାର ପ୍ରବେଶ ହୋଇଥିଲା। ବିଶେଷକରି ଏହି ଅତ୍ୟାଧୁନିକ ଗାଡ଼ି ଖୁବ୍‌ କମ୍‌ ସମୟ ମଧ୍ୟରେ ଏସ୍‌ୟୁଭି ଭଳି ସେଗ୍‌ମେଣ୍ଟରେ ଗ୍ରାହକମାନଙ୍କର ଅତି ପ୍ରିୟ ଓ ପସନ୍ଦର ଯାନ ପାଲଟିଯାଇଛି। ଏପରିକି ଭାରତ ବଜାରରେ ଏହାର ଚାହିଦା ଓ ଅଟୋମୋଟିଭ ଇଣ୍ଡଷ୍ଟ୍ରିରେ ସେଲ୍‌ଟସ୍‌ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏବଂ ଏଥିରେ ଅନେକ ସେଗ୍‌ମେଣ୍ଟ ପ୍ରଥମ ବୈଶିଷ୍ଟ୍ୟ ରହିଛି ା ଏହା ସହିତ ଏଥିରେ ଅନେକ ବୈଶିଷ୍ଟ୍ୟ ଯଥା ଅତୁଳନୀୟ କାର୍ଯ୍ୟଦକ୍ଷତା, ଶ୍ରେଷ୍ଠ ବର୍ଗର କନେକ୍ଟିଭିଟି ଏବଂ ଭବିଷ୍ୟତମୁଖୀ ଡିଭାଇନ ଆଦି ଅନ୍ତର୍ଭୁକ୍ତ ରହିଛି। ସେହିଭଳି ସେଲ୍‌ଟସ୍‌, କିଆ ଇଣ୍ଡିଆର ନେଟ୍‌ ବିକ୍ରିରେ ୫୫% ଯୋଗଦାନ ରହିଥିବା ବେଳେ ବଜାରରେ କମ୍ପାନୀର ସଫଳତା କ୍ଷେତ୍ରରେ ମଧ୍ୟ ଉକ୍ତ ମଡେଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯେଉଁଥିରେ କମ୍ପାନୀର ରପ୍ତାନି ଏବଂ ଘରୋଇ ବିକ୍ରି ମଧ୍ୟ ଅନ୍ତର୍ଭୁକ୍ତ ରହିଛି ା ଘରୋଇ ବଜାରରେ ଟପ୍‌ ସେଲିଂ ଏସ୍‌ୟୁଭି ହେବା ସହିତ ୧,୩୫,୮୮୫ ୟୁନିଟ୍‌ ସେଲ୍‌ଟସ୍‌କୁ ଭାରତରେ ନିର୍ମାଣ କରାଯାଇଛି ଓ ଏହା ସହିତ ୧୦୦ବିଦେଶୀ ବାଜରକୁ ରପ୍ତାନି କରାଯାଇଛି। ଯେଉଁଥିରେ ମିଡିଲ ଇଷ୍ଟ, ଆଫ୍ରିକା, ସେଣ୍ଟ୍ରାଲ ଓ ଦକ୍ଷିଣ ଆମେରିକା, ମେକ୍ସିକୋ ଓ ଏସିଆ ପାସିଫିକ ଭଳି ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି ା ଏ ସମ୍ପର୍କରେ କିଆ ଇଣ୍ଡିଆର ଏମ୍‌ଡି ଓ ସିଇଓ ତାଏ ଜିନ୍‌ ପାର୍କ କହିଛନ୍ତି, ସେଲ୍‌ଟସ୍‌ର ଏହି ସଫଳତା ନିଶ୍ଚିତ ଭାବେ ବ୍ରାଣ୍ଡ୍‌ ପାଇଁ ଅତୁଳନୀୟ ଯୋଗଦାନ ରହିଛି। ଏପରିକି ସେଲ୍‌ଟସ୍‌ ସହ ଆମେ ଏକ ବୈପ୍ଲବିକ ଡ୍ରାଇଭିଂ ସାଥିର ପ୍ରସ୍ତୁତ କରିଛୁ, ଯାହାକି ଗ୍ରାହକମାନଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟତା ହାସଲ କରିଛି ଓ ୫,୦୦,୦୦୦ରୁ ଅଧିକ ମୂଲ୍ୟବାନ୍‌ ଗ୍ରାହକ ଏହାର ମୂକସାକ୍ଷୀ ରହିଛନ୍ତି। ସେହିଭଳି ସେଲ୍‌ଟସ୍‌ର ଏହି ସଫଳ ଯାତ୍ରାରେ ଆମେ ସାମିଲ ହୋଇପାରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଓ ଏହା ଆମ ପାଇଁ ବାସ୍ତବରେ ଏକ ଆବେଗିକ ମୁହୂର୍ତ୍ତ ା ଏହାର ଅତୁଳନୀୟ ଡିଜାଇନ ଉକ୍ତ ସେଗ୍‌ମେଣ୍ଟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ା
ଅପରପକ୍ଷରେ ୨୦୨୩ ପ୍ରଥମ ତ୍ରୈମାସିକ ମଧ୍ୟରେ ସମୁଦାୟ ୨୭,୧୫୯ ୟୁନିଟ୍‌ ବିକ୍ରି ହୋଇଛି। ସେଲ୍‌ଟସ୍‌ର ହାରାହାରି ମାସିକ ବିକ୍ରୟ ୯୦୦୦ ୟୁନିଟ୍‌ ରହିଛି, ଯେବେକି ଏହି ସେଗ୍‌ମେଣ୍ଟରେ ଅନେକ ନୂତନ ଇନୋଭେଶନ କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri