କେସିଙ୍ଗା,୧୧/୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ ରବିବାର ସନ୍ଧ୍ୟାରେ ୫ ଜଣ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ପ୍ରାୟ ୧୦ କେଜି ଗଞ୍ଜେଇ ଜବତ କରିଛି ।ଅଭିଯୁକ୍ତମାନେ ସମସ୍ତେ ମହାରାଷ୍ଟ୍ର ରାଜ୍ୟର ନାଗପୁର ଜିଲାର ବାସିନ୍ଦା ବୋଲି ଜଣାପଡ଼ିଛି ।
ଅଭିଯୁକ୍ତମାନେ ହେଲେ ରାହୁଲ ସୁରେଶ ରାଉତ(୨୭), ଅଙ୍କେଶ ରାମସିଂ ପାଲ(୨୩), ବିକାଶ ଦିଲୀପ ନନ୍ଦଗୌରୀ(୧୯), ଦୀପସିଂ ଟାକ(୨୧), ଗୁରପ୍ରିତ୍ ସିଂ ଟାକ (୩୧) । ଅଭିଯୁକ୍ତମାନେ ରାୟପୁର ହୋଇ ନାଗପୁର ଯିବା ପାଇ କେସିଙ୍ଗା ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରି ରହିଥିବା ସମୟରେ ପୋଲିସ ହାବୁଡରେ ପଡିଯାଇଥିଲେ ।
ତେବେ ଏତେ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଲା ଓ କିପରି ଆସିଲା ତାହାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ବାଳ କହିଛନ୍ତି । ଆଇଆଇସି ଜୀତେନ୍ଦ୍ର ବିଶ୍ଵାଳଙ୍କ ସମେତ ଏସ ଆଇ ଅରକ୍ଷିତ ମାଝୀ, ଏସ ଆଇ ରେଣୁକା ଖେସ ଏବଂ ଏ ଏସ ଆଇ ନୀତିନ ଚତୁର୍ବେଦିଙ୍କ ସମେତ ଅନେକ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ମାଜିଷ୍ଟ୍ରେଟ ଦାୟିତ୍ବ ରେ ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲ ଉପସ୍ଥିତରେ ଗଞ୍ଜେଇ ଜବତ କରାଯାଇଛି ।