ପାଣି ଘେରରୁ ୫ ଶହ ସ୍ଥାନାନ୍ତର

ଅନୁଗୋଳ,୪ା୮(ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ବର୍ଷା ବିପତ୍ତି ପରେ ବଢ଼ିଯାଇଛି ବିପନ୍ନଙ୍କ ଦୁଃଖ। ବିଶେଷକରି ଆଠମଲ୍ଲିକ ଓ ଟିକରପଡ଼ାର ବନ୍ୟା ବିପନ୍ନଙ୍କୁ ଉଦ୍ଧାର, ଥଇଥାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସେହିପରି ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ପାଣି ଘେରରେ ଥିବା ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି। ଇତିମଧ୍ୟରେ ପ୍ରାୟ ୫ଶହ ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ଶିବିରରେ ଥଇଥାନ କରାଯାଇଛି। ସେହିପରି କେତେ ଘର ଭାଙ୍ଗିଛି, ଫସଲ କ୍ଷତିଗ୍ରସ୍ତ ହୋଇଛି ତାହାର ମଧ୍ୟ ଆକଳନ କରାଯାଉଛି। ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ପ୍ରକାଶ ଯେ, ଲଗାଣ ବର୍ଷା ଯୋଗୁ ଅନୁଗୋଳ ସହର ସମେତ ଜିଲାର ବିଭିନ୍ନ ତଳି ଅଞ୍ଚଳରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିସହ ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ ଆଠମଲ୍ଲିକ ଓ ଅନୁଗୋଳ ବ୍ଲକର ଅନେକ ଗଁା ସହ ଯୋଗାଯୋଗ ବିଚ୍ଛିହ୍ନ ହୋଇଯାଇଛି। ଆଠମଲ୍ଲିକର ମହାନଦୀ ଭିତରେ ଥିବା କୁଦଗାଁରୁ ଲୋକଙ୍କୁ ଉଦ୍ଧାର କରାଯାଉଛି। ଏହି ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ ଓ ଓଡ୍ରାଫ୍ଟ ଏବଂ ଅଗ୍ନିଶମ ଟିମ୍‌କୁ ନିୟୋଜିତ କରାଯାଇଛି। ଟିକରପଡ଼ାଠାରେ ମହାନଦୀ ଫୁଲିଥିବାରୁ ବନ୍ୟାଜଳ ସ୍ଥାନୀୟ ଅଞ୍ଚଳବାସୀଙ୍କ ଘରେ ପଶିଯାଇଛି। ଫଳରେ ଟିକରପଡ଼ା ପଞ୍ଚାୟତର ୫ଟି ଗାଁର ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥଇଥାନ କରାଯାଇଛି। ସେମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ଟ୍ୟାଙ୍କର ପାଣି ପ୍ରଦାନ କରାଯାଉଛି। ଜିଲାରେ ପ୍ରାୟତଃ ୫ଶହ ଲୋକଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିଭଳି ତାଳଚେର ଅଞ୍ଚଳରେ ମଧ୍ୟ କିଛି ଲୋକ ପାଣି ଘେରରେ ରହିଛନ୍ତି। ସେମାନଙ୍କ ନିକଟରେ ମଧ୍ୟ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପହଞ୍ଚାଇଛନ୍ତି। ଅନ୍ୟପକ୍ଷରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଚାଷ କାର୍ଯ୍ୟ କ୍ଷତିଗ୍ରସ୍ତ ହୋଇଛି। ଚାଷ ଜମିରେ ପାଣି ଛିଡ଼ା ହୋଇ ରହିଥିବାରୁ ଚାଷୀକୁଳ ହତାଶ ହୋଇପଡ଼ିଛଛି। ଧାନ ଚାଷ କାର୍ଯ୍ୟ ବର୍ଷା ଅଭାବରୁ ବିଳମ୍ବରେ ଆରମ୍ଭ ହୋଇଥିବାବେଳେ ଏବେ ଲଗାଣ ବର୍ଷା ତାହାକୁ ଉଜାଡ଼ି ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପନିପରିବା ଚାଷ କରିଥିବା ଚାଷୀମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। କେବଳ ଆଠମଲ୍ଲିକ ବ୍ଲକରେ ୧ ହଜାର ୨୦ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅନ୍ୟ ବ୍ଲକରେ କ୍ଷୟକ୍ଷତି ଆକଳନ ଚାଲିଛି। ଜିଲାରେ ୫୬୩ଟି ଘର ଆଂଶିକ କ୍ଷତି ହୋଇଥିବା ପ୍ରାଥମିକ ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇଛି। ସମ୍ପୂର୍ଣ୍ଣ ଭାବେ କେତେଘର ନଷ୍ଟ ହୋଇଛି ତାହାର ଆକଳନ କରାଯାଉଛି। ସନ୍ଧ୍ୟା ସୁଦ୍ଧା ଜିଲାରେ କ୍ଷତିଗ୍ରସ୍ତଙ୍କ ମଧ୍ୟରୁ ୩୪୫ ଜଣଙ୍କୁ ପଲିଥିନ ବଣ୍ଟନ କରାଯାଇଛି। ତେବେ ମହାନଦୀରେ ଜଳସ୍ତର ଖସୁଥିବାରୁ ପ୍ରଶାସନ ସାମାନ୍ୟ ଆଶ୍ୱସ୍ତ ପ୍ରକାଶ କରିଛି। ମାନଜୋର ଡ୍ୟାମ୍‌ର ଖୋଲିଥିବା ୬ଟି ଫାଟକ, ଡେରେଜାଙ୍ଗରେ ଖୋଲାଥିବା ୩ଟି ଫାଟକକୁ ବନ୍ଦ କରାଯାଇଥିବା ଜଳସେଚନ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ସୁବ୍ରତ ନାୟକ ସୂଚନା ଦେଇଛନ୍ତି। ଟିକରପଡ଼ା ଅଞ୍ଚଳରେ ବନ୍ୟା ପରିସ୍ଥିତିରେ ନିୟନ୍ତ୍ରଣରେ ଥିବା ଅନୁଗୋଳ ଉପଜିଲାପାଳ ବରେଣ୍ୟନ୍ଦୁ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି। ଲୋକଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ଜଳବନ୍ଦୀରେ ଥିବା ଲୋକଙ୍କୁ ଜଙ୍ଗଲ ବିଭାଗର ବୋଟ୍‌ ସାହାଯ୍ୟରେ ଉଦ୍ଧାର କରାଯାଇଛି। ଆବଶ୍ୟକ ପଡ଼ିଲେ ଓଡ୍ରାଫ୍ଟ ଟିମ୍‌ର ସହଯୋଗ ଲୋଡ଼ାଯିବ। ଏଥିସହ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଫାର୍ମାସିଷ୍ଟ ଓ ଡାକ୍ତରୀ ଟିମ୍‌ ସେଠାରେ ଉପସ୍ଥିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri