ପାଣି ଘେରରୁ ୫ ଶହ ସ୍ଥାନାନ୍ତର

ଅନୁଗୋଳ,୪ା୮(ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ବର୍ଷା ବିପତ୍ତି ପରେ ବଢ଼ିଯାଇଛି ବିପନ୍ନଙ୍କ ଦୁଃଖ। ବିଶେଷକରି ଆଠମଲ୍ଲିକ ଓ ଟିକରପଡ଼ାର ବନ୍ୟା ବିପନ୍ନଙ୍କୁ ଉଦ୍ଧାର, ଥଇଥାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସେହିପରି ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ପାଣି ଘେରରେ ଥିବା ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି। ଇତିମଧ୍ୟରେ ପ୍ରାୟ ୫ଶହ ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ଶିବିରରେ ଥଇଥାନ କରାଯାଇଛି। ସେହିପରି କେତେ ଘର ଭାଙ୍ଗିଛି, ଫସଲ କ୍ଷତିଗ୍ରସ୍ତ ହୋଇଛି ତାହାର ମଧ୍ୟ ଆକଳନ କରାଯାଉଛି। ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ପ୍ରକାଶ ଯେ, ଲଗାଣ ବର୍ଷା ଯୋଗୁ ଅନୁଗୋଳ ସହର ସମେତ ଜିଲାର ବିଭିନ୍ନ ତଳି ଅଞ୍ଚଳରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିସହ ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ ଆଠମଲ୍ଲିକ ଓ ଅନୁଗୋଳ ବ୍ଲକର ଅନେକ ଗଁା ସହ ଯୋଗାଯୋଗ ବିଚ୍ଛିହ୍ନ ହୋଇଯାଇଛି। ଆଠମଲ୍ଲିକର ମହାନଦୀ ଭିତରେ ଥିବା କୁଦଗାଁରୁ ଲୋକଙ୍କୁ ଉଦ୍ଧାର କରାଯାଉଛି। ଏହି ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ ଓ ଓଡ୍ରାଫ୍ଟ ଏବଂ ଅଗ୍ନିଶମ ଟିମ୍‌କୁ ନିୟୋଜିତ କରାଯାଇଛି। ଟିକରପଡ଼ାଠାରେ ମହାନଦୀ ଫୁଲିଥିବାରୁ ବନ୍ୟାଜଳ ସ୍ଥାନୀୟ ଅଞ୍ଚଳବାସୀଙ୍କ ଘରେ ପଶିଯାଇଛି। ଫଳରେ ଟିକରପଡ଼ା ପଞ୍ଚାୟତର ୫ଟି ଗାଁର ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥଇଥାନ କରାଯାଇଛି। ସେମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ଟ୍ୟାଙ୍କର ପାଣି ପ୍ରଦାନ କରାଯାଉଛି। ଜିଲାରେ ପ୍ରାୟତଃ ୫ଶହ ଲୋକଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିଭଳି ତାଳଚେର ଅଞ୍ଚଳରେ ମଧ୍ୟ କିଛି ଲୋକ ପାଣି ଘେରରେ ରହିଛନ୍ତି। ସେମାନଙ୍କ ନିକଟରେ ମଧ୍ୟ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପହଞ୍ଚାଇଛନ୍ତି। ଅନ୍ୟପକ୍ଷରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଚାଷ କାର୍ଯ୍ୟ କ୍ଷତିଗ୍ରସ୍ତ ହୋଇଛି। ଚାଷ ଜମିରେ ପାଣି ଛିଡ଼ା ହୋଇ ରହିଥିବାରୁ ଚାଷୀକୁଳ ହତାଶ ହୋଇପଡ଼ିଛଛି। ଧାନ ଚାଷ କାର୍ଯ୍ୟ ବର୍ଷା ଅଭାବରୁ ବିଳମ୍ବରେ ଆରମ୍ଭ ହୋଇଥିବାବେଳେ ଏବେ ଲଗାଣ ବର୍ଷା ତାହାକୁ ଉଜାଡ଼ି ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପନିପରିବା ଚାଷ କରିଥିବା ଚାଷୀମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। କେବଳ ଆଠମଲ୍ଲିକ ବ୍ଲକରେ ୧ ହଜାର ୨୦ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅନ୍ୟ ବ୍ଲକରେ କ୍ଷୟକ୍ଷତି ଆକଳନ ଚାଲିଛି। ଜିଲାରେ ୫୬୩ଟି ଘର ଆଂଶିକ କ୍ଷତି ହୋଇଥିବା ପ୍ରାଥମିକ ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇଛି। ସମ୍ପୂର୍ଣ୍ଣ ଭାବେ କେତେଘର ନଷ୍ଟ ହୋଇଛି ତାହାର ଆକଳନ କରାଯାଉଛି। ସନ୍ଧ୍ୟା ସୁଦ୍ଧା ଜିଲାରେ କ୍ଷତିଗ୍ରସ୍ତଙ୍କ ମଧ୍ୟରୁ ୩୪୫ ଜଣଙ୍କୁ ପଲିଥିନ ବଣ୍ଟନ କରାଯାଇଛି। ତେବେ ମହାନଦୀରେ ଜଳସ୍ତର ଖସୁଥିବାରୁ ପ୍ରଶାସନ ସାମାନ୍ୟ ଆଶ୍ୱସ୍ତ ପ୍ରକାଶ କରିଛି। ମାନଜୋର ଡ୍ୟାମ୍‌ର ଖୋଲିଥିବା ୬ଟି ଫାଟକ, ଡେରେଜାଙ୍ଗରେ ଖୋଲାଥିବା ୩ଟି ଫାଟକକୁ ବନ୍ଦ କରାଯାଇଥିବା ଜଳସେଚନ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ସୁବ୍ରତ ନାୟକ ସୂଚନା ଦେଇଛନ୍ତି। ଟିକରପଡ଼ା ଅଞ୍ଚଳରେ ବନ୍ୟା ପରିସ୍ଥିତିରେ ନିୟନ୍ତ୍ରଣରେ ଥିବା ଅନୁଗୋଳ ଉପଜିଲାପାଳ ବରେଣ୍ୟନ୍ଦୁ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି। ଲୋକଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ଜଳବନ୍ଦୀରେ ଥିବା ଲୋକଙ୍କୁ ଜଙ୍ଗଲ ବିଭାଗର ବୋଟ୍‌ ସାହାଯ୍ୟରେ ଉଦ୍ଧାର କରାଯାଇଛି। ଆବଶ୍ୟକ ପଡ଼ିଲେ ଓଡ୍ରାଫ୍ଟ ଟିମ୍‌ର ସହଯୋଗ ଲୋଡ଼ାଯିବ। ଏଥିସହ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଫାର୍ମାସିଷ୍ଟ ଓ ଡାକ୍ତରୀ ଟିମ୍‌ ସେଠାରେ ଉପସ୍ଥିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri