ଚିଲିଗୁଡ଼ା-ଓଲମା ରାସ୍ତାରେ ୫ ଫୁଟର ବନ୍ୟାଜଳ, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

କୋକସରା,୭ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଚିଲିଗୁଡ଼ାରୁ ଓଲମାକୁ ସଂଯୋଗ କରୁଥିବା ରାସ୍ତାରେ ବର୍ଷାଜଳ ପ୍ରବାହିତ ହେଉଛି। ଗଡ଼ରାମାଲ ଓ ଓଲମା ରାସ୍ତାର ମଝିରେ ରହିଥିବା ପୋଲରେ ମଙ୍ଗଳବାରଠାରୁ ଲାଗି ରହିଥିବା ମୂଷଳଧାରା ବର୍ଷା କାରଣରୁ ପୋଲରେ ପ୍ରାୟ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଏହି ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଓଲମା ଗ୍ରାମବାସୀ ପ୍ରାୟ ୮/୧୦ କିମି ବୁଲି ଗମ୍ଭାରୀଗୁଡ଼ା ଦେଇ ବ୍ଲକ ସଦର ମହକୁମା କୋକସରାକୁ ଯାତାୟାତ କରୁଥିବା ଅଭିଯୋଗ କରିଛନ୍ତି। ଫଳରେ ସ୍କୁଲ, କଲେଜ ଓ ବିଭିନ୍ନ କାର୍ଯ୍ୟ ନେଇ ବ୍ଲକ ସଦରମହକୁମାକୁ ଯାଉଥିବା ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପୋଲଟି ରାସ୍ତାରୁ ଉଚ୍ଚତାରୁ ୩/୪ ଫୁଟ ତଳେ ରହିଥିବାରୁ ପ୍ରତିବର୍ଷ ବର୍ଷାଦିନରେ ଏହିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓଲମା ଗ୍ରାମବାସୀ। କିଛି ବର୍ଷ ତଳେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ସମୟରେ ଏହି ପୋଲକୁ ଉଚ୍ଚ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ। ତେବେ ଗ୍ରାମବାସୀଙ୍କ ଦାବିକୁ ଅଣଦେଖା କରି ରାସ୍ତା ନିର୍ମାଣ କରାଯାଇଥିଲା। ତେଣୁ ବର୍ଷାଦିନ ଆସିଲେ ଏମିତି ହଇରାଣ ହେଉଛନ୍ତି ଓଲମା ଗ୍ରାମବାସୀ। ଗ୍ରାମ୍ୟ ଉନ୍ନୟନ ବିଭାଗ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଓଭରବ୍ରିଜ୍‌ ନିକଟରେ କଣ୍ଟେନର-ଟ୍ରକ୍‌ ମୁହାଁମୁହିଁ ହେବାରୁ…

ଗଞ୍ଜାମ,୨୨ା୧(ଅନାଥ ତରାଇ): ଗଞ୍ଜାମସ୍ଥିତ ହୁମ୍ମା ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ଓଭରବ୍ରିଜ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ବିଲମ୍ବିତ ରାତିରେ ଏକ ଭୟଙ୍କର ସଡ଼କ...

ମଝି ଆକାଶରେ ଯାତ୍ରୀଙ୍କୁ ଆସିଲା ହାର୍ଟଆଟାକ୍‌, ଆଉ ତା’ପରେ…

ନୂଆଦିଲ୍ଲୀ,୨୨।୧: ନାଗପୁର ବିମାନବନ୍ଦରରେ ଉଡ଼ାଣ ସମୟରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯିବାରୁ ଉତ୍ତେଜନା ସୃଷ୍ଟି ହୋଇଛି। ଗାଜିଆବାଦରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ...

ବଡ଼ ରେକର୍ଡ କଲେ ରିଙ୍କୁ ସିଂ: ଧୋନୀଙ୍କ ସହ ସମକକ୍ଷ

ନାଗପୁର,୨୨।୧: ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଧମାକାଦାର ଭାବରେ ଆରମ୍ଭ କରି ପ୍ରଥମ ମ୍ୟାଚକୁ ୪୮ ରନରେ ଜିତିଛି।...

IND vs NZ 1st T20I: ମ୍ୟାଚ ପରେ ଗମ୍ଭୀର ଦେଲେ ଏମିତି ବୟାନ, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୧: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଆଜିକାଲି ନିରନ୍ତର ଖବରର ଶିରୋନାମାରେ ଅଛନ୍ତି। କାରଣ ହେଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ପରିବେଶରେ ପ୍ରଥମ...

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ, ନିର୍ବାଚନ କମିଶନ ପ୍ରସ୍ତାବ…

ଭୁବନେଶ୍ବର,୨୨।୧:  ରାଜ୍ୟ ସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଦେଶର ୧୦  ରାଜ୍ୟରେ ଖାଲି ହେବାକୁ ଥିବା ୩୭ ରାଜ୍ୟ ସଭା ଆସନ...

ପ୍ଲାଷ୍ଟିକ ନେଉଛି ଜୀବନ, ବିପଦରେ ପ୍ରାଣୀସମ୍ପଦ

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ କୁଢ଼ କୁଢ଼ ପ୍ଲାଷ୍ଟିକ, ଥର୍ମାକୋଲ ଥାଳି, ପଲିଥିନ ଏବେ ପ୍ରାଣୀସମ୍ପଦ ପାଇଁ ବିପଦ ସାଜିଛନ୍ତି। ଉକ୍ତ...

ସର୍ଭେ କରିବାକୁ ଯାଇ କାଜୁ ଜଙ୍ଗଲରେ ଫସିଗଲା ଟିମ୍‌, ଅନ୍ଧାରରେ ବାଟ ନ ପାଇ ଘଣ୍ଟାଏ ପରେ…

ମହାକାଳପଡ଼ା,୨୨ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଆର୍ସେଲର ମିତ୍ତଲ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ଟିମ୍‌ ପକ୍ଷରୁ ଜଙ୍ଗଲ ପାଶର୍‌ବ ସୀମା...

ICC vs BCB: ବଢିଲା ବାଂଲାଦେଶର ଟେନସନ, ସରକାର-ଖେଳାଳିଙ୍କ ମଧ୍ୟରେ ବୈଠକ

ଢାକା,୨୨।୧: ବାଂଲାଦେଶ କ୍ରିକେଟ ବର୍ତ୍ତମାନ ୨୦୨୬ ଟି-୨୦ ବିଶ୍ୱକପ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ପ୍ରଶ୍ନଟି ସରଳ: ବାଂଲାଦେଶ ତାର ଦଳକୁ ଭାରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri