ପାହାଡ଼ ଉପରେ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ୫ ଗିରଫ

କବିସୂର୍ଯ୍ୟନଗର,୧୨ା୭ (କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଜଣେ ମହିଳା ମଙ୍ଗଳବାର ଗଣବଳାତ୍କାରର ଶିକାର ହୋଇଥିଲେ। ତାଙ୍କୁ ଖଇରାପଲ୍ଳୀ ଗ୍ରାମସ୍ଥିତ ହ୍ରଦ ନିକଟରୁ ବୁଧବାର ସକାଳେ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ଗୁରୁବାର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କୋଟିନଡ଼ା ଥାନା ଅଧୀନ ଖାରିଆ ଗ୍ରାମର ସନ୍ତୋଷ ନାହାକ, କବିସୂର୍ଯ୍ୟନଗର ଥାନା ବାଣନଈ ଖରିଡା ଗ୍ରାମର ରାଜେନ୍ଦ୍ର ପ୍ରଧାନ, କୋଦଳା ଥାନା ଛଚିନା ଗ୍ରାମର ଟୁଲୁ ପ୍ରଧାନ, ରାଣୀପଡ଼ା ଗ୍ରାମର ଶୁଭ ମୁନି ଓ ବେଲପଡା ଗ୍ରାମର ଆଲୋକ ମଲ୍ଲିକ l ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୀଡ଼ିତାଙ୍କ କହିବାନୁସାରେ, ମଙ୍ଗଳବାର ଅପରାହ୍ନରେ ୪ରୁ ଊର୍ଦ୍ଧ୍ୱ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ତାଙ୍କୁ ଖଇରପଲ୍ଲୀ ଗ୍ରାମ ନିକଟସ୍ଥ ପାହାଡ଼ ଉପରକୁ ଉଠାଇ ନେଇଥିଲେ। ତାଙ୍କୁ ସେଠାରେ ମାଡ଼ମାରିବା ସହ ଗଣବଳାତ୍କାର କରି ଯୌନାଙ୍ଗରେ ମଦ ବୋତଲ ପୂରାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପୋଲିସ ବୁଧବାର ସକାଳେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୁର୍ନୀତି ମାମଲାରେ ଦୋଷମୁକ୍ତ ହେବା ପରେ ଟ୍ରେଣ୍ଡ କଲେଣି କେଜରିୱାଲ, ଭାଜପାକୁ ପ୍ରଶ୍ନ ପଚାରୁଛନ୍ତି ୟୁଜର୍ସ

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ରାଜନୀତିର ସବୁଠାରୁ ବିବାଦୀୟ ମାମଲା ମଧ୍ୟରୁ ଗୋଟିଏ, କଥିତ ମଦ ନୀତି ଦୁର୍ନୀତିରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରାଯାଇଛି। ଏହି…

ସୁନା କିଣିବାକୁ ନେଇ ଆସିଲା ନୂଆ ନିୟମ, ୧ ଏପ୍ରିଲରୁ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୨୭।୨: ସୁନା କେବଳ ଏକ ଧାତୁ ନୁହେଁ, ଏହା ଭାରତୀୟଙ୍କ ପାଇଁ ଏକ ଭାବପ୍ରବଣ। ଆମ ମଧ୍ୟରୁ ଅଧିକାଂଶ ଏହାକୁ ଆମର ପୋର୍ଟଫୋଲିଓର ସବୁଠାରୁ ସୁରକ୍ଷିତ ଅଂଶ…

ମଙ୍ଗଳବାର ଚନ୍ଦ୍ରଗ୍ରହଣ: ଏହି ରାଶି ଉପରେ ପଡିବ ବଡ଼ ପ୍ରଭାବ, ଗ୍ରହଣ ସମୟରେ କ’ଣ କରିବେ ଜାଣନ୍ତୁ…

ଆସନ୍ତା ମାର୍ଚ୍ଚ ୩ ତାରିଖ ୨୦୨୬ ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା)ମଙ୍ଗଳବାର ଦିନ କେତୁ ଗ୍ରାସ ଚନ୍ଦ୍ରଗ୍ରହଣ, ଗ୍ରହଣ ସ୍ପର୍ଶ ପୂର୍ବାହ୍ନ ୩.୨୦ ଘଟିକା ରହିଛି ।…

ଦୀପିକାଙ୍କ ହାତରୁ ଗଲା ବଡ଼ ପ୍ରୋଜେକ୍ଟ

ଅଭିନେତ୍ରୀ ଦୀପିକା ପାଦୁକୋଣ ମା’ ହେବାପରେ ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି। ସେ ଏବେ ଝିଅ ଦୁଆ ସହ ସମୟ ବିତାଉଛନ୍ତି। ମା’ ହେବା ପରଠାରୁ ସେ କୌଣସି ଫିଲ୍ମରେ…

ବିୟୁଟିପାର୍ଲରରେ ଲାଗିଲା ଭୟଙ୍କର ନିଆଁ, ଧୂଆଁ ଦେଖି…

ବୌଦ୍ଧ,୨୭ା୨(ଅଜିତ କୁମାର ବାରିକ): ବୌଦ୍ଧ ସହରର ଖାଲିଆ ବଗିଚାଠାରେ ଏକ ବିୟୁଟିପାର୍ଲରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଖାଲିଆ…

୬୦ ପ୍ରତିଶତ ପାର ହେବ କେନ୍ଦ୍ର କର୍ମଚାରୀଙ୍କ DA! ଆସନ୍ତା ମାସରେ ହୋଇପାରେ ବଡ଼ ଘେଷଣା, ମିଳିବ ଏତିକି ମାସର ଏରିୟର

ନୂଆଦିଲ୍ଲୀ,୨୭।୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି। ଡିସେମ୍ବର ୨୦୨୫ ପାଇଁ CPI-IW (ଉଦ୍ୟୋଗିକ…

ରଶ୍ମିକା-ବିଜୟ ଦେବରକୋଣ୍ଡାଙ୍କ ମୋଟ ସମ୍ପତ୍ତି କେତେ? ଫିଲ୍ମ ବ୍ୟତୀତ ଏଠାରୁ କମାନ୍ତି ମୋଟାଅଙ୍କର ଟଙ୍କା…

ମୁମ୍ୱାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଫେବୃଆରୀ 26 ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହାକୁ ବର୍ଷର ସବୁଠାରୁ ଚର୍ଚ୍ଚିତ ସେଲିବ୍ରିଟି ବିବାହ ମଧ୍ୟରୁ…

RBI ଛୁଟି ତାଲିକା, କାଲିଠୁ ଲଗାତାର୍ ପାଞ୍ଚଦିନ ବ୍ୟାଙ୍କ ବନ୍ଦ!

ନୂଆଦିଲ୍ଲୀ,୨୭।୨: ଯଦିି କୌଣସି ବ୍ୟାଙ୍କ କାମ ଥାଏ, ତାହେଲେ ଶୀଘ୍ର ଶେଷ କରିବା ଜରୁରୀ । ଶନିବାର ଠାରୁ ଲଗାତାର ପାଞ୍ଚଦିନ ବନ୍ଦ ରହିବ ବ୍ୟାଙ୍କ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri