୫ କୃଷି କର୍ମଚାରୀ ବହିଷ୍କୃତ

ଭୁବନେଶ୍ୱର,୩୧ା୧(ଅସମାପିକା ସାହୁ): ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ଏବଂ କାର୍ଯ୍ୟରେ ଖିଲାପ ଓ ଗୁରୁତର ଅସଦାଚରଣ ଅଭିଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୫ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ବହିଷ୍କୃତ କିମ୍ବା ବାଧ୍ୟତାମୂଳକ ଅବସର ଦିଆଯାଇଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ ପୂର୍ବତନ ସହକାରୀ କୃଷି ଯନ୍ତ୍ରୀ, ଜଣେ ପୂର୍ବତନ ଉଦ୍ୟାନକୃଷିର ଉପନିର୍ଦ୍ଦେଶକ, ଜଣେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭରସିୟର ଏବଂ ଦୁଇଜଣ ପୂର୍ବତନ ଚତୁର୍ଥଶ୍ରେଣୀ କର୍ମଚାରୀ ଅନ୍ତର୍ଭୁକ୍ତ। ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ସହକାରୀ କୃଷି ଯନ୍ତ୍ରୀ ଏବଂ ଗୁରୁତର ଅସଦାଚରଣ ଅଭିଯୋଗରେ ବିଭାଗୀୟ ଶୃଙ୍ଖଳା କମିଟିର ସୁପାରିସ କ୍ରମେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ସେହିପରି ପୂର୍ବତନ ଉଦ୍ୟାନକୃଷି ଉପନିର୍ଦ୍ଦେଶକଙ୍କୁ ସରକାରୀ ଅର୍ଥର ଅପବ୍ୟବହାର ଓ ଅସଦାଚରଣ ଅଭିଯୋଗରେ ଏବଂ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଅସଦାଚରଣ ଓ କାର୍ଯ୍ୟରେ ଖିଲାପ ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭରସିୟରଙ୍କୁ ଆଗୁଆ ଅବସର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତି ଭାରତକୁ ଦ୍ୱିତୀୟ ଟି-୨୦ ମ୍ୟାଚ ପାଇଁ କ୍ଷତି ପହଞ୍ଚାଇଲା? ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୨।୧୨: ଡିସେମ୍ବର ୧୧ ତାରିଖ ରାତିରେ ମୁଲାନପୁରର ମହାରାଜା ଯାଦବିନ୍ଦ୍ର ଆନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା।...

ଆକାଶରୁ ସିଧା କାର ଉପରେ ଖସିଲା ବିମାନ, ଭାଇରାଲ ହେଲା ଭୟଙ୍କ ଭିଡ଼ିଓ

ଫ୍ଲୋରିଡା,୧୨।୧୨: ଏକ ବିମାନ ଆକାଶରୁ ଖସି ସିଧା ଏକ ଚଳନ୍ତା କାର ଉପରେ ପଡ଼ିଲା। ଆମେରିକାର ଫ୍ଲୋରିଡାରେ ଏକ ଭୟଙ୍କର ଘଟଣା ଘଟିଛି। ବିମାନଟି କାର...

Rajinikanth 75th Birthday: ୭୫ ବର୍ଷରେ ବି ରଜନୀକାନ୍ତଙ୍କ କ୍ରେଜ ଜାରି, ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୨।୧୨:ଆଜି ସୁପରଷ୍ଟାର ରଜନୀକାନ୍ତଙ୍କର ଜନ୍ମଦିନ । ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଆସୁଛନ୍ତି । ସାରା ବିଶ୍ବରେ...

ହେବ ତୃତୀୟ ବିଶ୍ୱଯୁଦ୍ଧ! ଚେତାବନୀ ଦେଲେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୧୨।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନାରେ ପ୍ରାୟ ବିରକ୍ତ ହୋଇପଡିଲେଣି। ଅନେକ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ...

ପ୍ରଥମ ଥର ପାଇଁ ଚାଞ୍ଚଲ୍ୟକର ମର୍ଡର କଲା ChatGPT! ଘଟଣା ଜାଣିଲେ…

ନୂଆଦିଲ୍ଲୀ,୧୨।୧୨:  ବର୍ତ୍ତମାନ ସମୟରେ ଯୁବପିଢିଙ୍କ ମଧ୍ୟରେ ଚାଟଜିପିଟିର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ହେଲେ ଏହାରି ଭିତରେ ଚାଟଜିପିଟିକୁ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି...

ଭାରତ ନିଜସ୍ୱ ବାୟୁ ମାନଦଣ୍ଡ ସ୍ଥିର କରିବ: ବିଶ୍ୱ ପ୍ରଦୂଷଣ ରାଙ୍କିଙ୍ଗକୁ ଗ୍ରହଣ କଲେନି ସରକାର

ନୂଆଦିଲ୍ଲୀ,୧୨।୧୨: ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ ବାୟୁ ଗୁଣବତ୍ତା ରାଙ୍କିଙ୍ଗଗୁଡ଼ିକୁ କୌଣସି ସରକାରୀ କର୍ତ୍ତୃପକ୍ଷ କରୁ ନାହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ବାୟୁ...

ମାତ୍ର ୧୦୦ ଟଙ୍କାରେ ମିଳିବ ଟି-୨୦ ବିଶ୍ୱକପ ଟିକେଟ୍‌, କେଉଁଠି ଆଉ କେମିତି କରିବେ ବୁକିଂ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୨: ICC ପୁରୁଷ ଟି-୨୦ ବିଶ୍ୱକପର ୧୦ମ ସଂସ୍କରଣ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ। ଏଥିରେ ଏକ ଗ୍ରୁପ ପର୍ଯ୍ୟାୟ, ଏକ ସୁପର ୮...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri