ଆକ୍ରମଣ କରିବାକୁ ଆସି ଖାଇଲେ ଚେଛା

ବ୍ରହ୍ମପୁର,୬ା୮(ସୁବାସ ଚନ୍ଦ୍ର ପାଢ଼ୀ): ଜେଲ ଫେରନ୍ତା ଜଣେ ଅଭିଯୁକ୍ତ ଆକ୍ରମଣ କରିବାକୁ ଯାଇ ବିପକ୍ଷ ଗୋଷ୍ଠୀଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି। ୨ ଗୋଷ୍ଠୀର ଆକ୍ରମଣ ଓ ପ୍ରତିଆକ୍ରମଣ ନେଇ ଅଭିଯୋଗ ପରେ ଟାଉନ ଥାନା ପୋଲିସ ୨ଟି ମାମଲା ରୁଜୁ କରି ୫ଜଣଙ୍କୁ ଗିରଫ କରିଛି। ପୋଲିସ ଗିରଫ ଅଭିଯୁକ୍ତମାନଙ୍କଠାରୁ ଖଣ୍ଡା, ବାଇକ୍‌, ଭଙ୍ଗା ବିଅର ବୋତଲ ଓ ମାରଣାସ୍ତ୍ର ଆଦି ଜବତ କରିଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ବିଜିପୁର ଅଞ୍ଚଳର ଏନ୍‌. କିରେନ କୁମାର ଓ ଖାଲାସୀ ସାହିର ଟୁନାଙ୍କ ଦାସ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। ଗତ ଏପ୍ରିଲ ୨୮ ତାରିଖରେ ଅନିଲ ଓ ତାଙ୍କ ସହଯୋଗୀମାନେ ଖାଲାସୀ ସାହିରେ ରହୁଥିବା ଟୁନାଙ୍କ ଉପରେ ବୋମା ପକାଇବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ। ଏ ନେଇ ଅଭିଯୋଗ ପରେ ଟାଉନ ଥାନା ପୋଲିସ ଏକ ମାମଲା
(ନଂ.୧୬୦/୨୩) ରୁଜୁ କରି କିରେନ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

କିରେନ ଜୁଲାଇ ୨୫ରେ ସର୍ତ୍ତମୂଳକ ଜାମିନରେ ଆସିଥିଲେ। କିରେନ ଏବଂ ତାଙ୍କ ସହଯୋଗୀ ଗତ ୪ ତାରିଖ ରାତିରେ ଖାଲାସୀ ସାହିକୁ ଯାଇଥିଲେ। ଟୁନାଙ୍କୁ ସେଠାରେ ଦେଖି ଖଣ୍ଡା ବାହାର କରି ଆତଙ୍କ ଖେଳାଇଥିଲେ। ଏହି ସମୟରେ ଟୁନାଙ୍କ ସାନଭାଇ ରଘୁନାଥ ଦାସ ଓ ତାଙ୍କର କେତେଜଣ ସହଯୋଗୀ କିରେନଙ୍କୁ ଘେରିଯାଇ ସଂଘବଦ୍ଧ ଆକ୍ରମଣ କରିଥିଲେ। କିରେନ ଓ ତାଙ୍କ ସହଯୋଗୀମାନେ ବାଇକ୍‌ ଛାଡ଼ି ସେଠାରୁ ଖସି ପଳାଇଥିଲେ। କିରେନଙ୍କ ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା(ନଂ.୩୦୯/୨୩) ରୁଜୁ କରି ରଘୁନାଥ, ତାଙ୍କ ଭାଇ ଟୁନା ଓ ୨ ସହଯୋଗୀ ବି. ଜଗଦୀଶ ଏବଂ ଏମ୍‌. ଅନିଲ କୁମାରଙ୍କୁ ଗିରଫ କରିଥିଲା। ସେହିପରି ରଘୁନାଥଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୩୧୦/୨୨) ରୁଜୁ କରି କିରେନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଲାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri