ଦେଶୀ ବନ୍ଧୁକ ବେପାର ଠାବ: ବରଗଡ଼ରୁ ବିହାରକୁ ଲମ୍ବିଛି ଚେର, ୫ ଗିରଫ

ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଦେଶୀ ବନ୍ଧୁକ ବେପାର ଠାବ କରିଛି। ପୋଲିସ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବିହାରର ସମସ୍ତିପୁର ଜିଲା ଦରିଆପୁର ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ଜିଲା ସୋହେଲା ଢିପାପଡ଼ାରେ ରହୁଥିବା ରାଜେଶ ଚୌଧୁରୀ(୩୦), ବରପାଲି ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୩ର ରାଜଦୀପ ଚୌଧୁରୀ(୨୯), ସୋହେଲା ଥାନା ଧୂସରବାହାଲ ଗ୍ରାମର ବେଦବ୍ୟାସ ପ୍ରଧାନ, ବରଗଡ଼ ଟାଉନ ଥାନା ଖେଦାପାଲିର ସୁଧାଂଶୁ ମୁଗ୍ରୀ(୨୯) ଏବଂ ବରଗଡ଼ ଜିଲା ଭେଡ଼େନ ଥାନା ସଂକ୍ରୀଡ଼ା ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ସମ୍ବଲପୁର ଜିଲା ଠେଲକୋଇଲିରେ ରହୁଥିବା ପ୍ରମୋଦ ତାଣ୍ଡିଆ(୨୯)। ସେମାନଙ୍କ ପାଖରୁ ୫ ଦେଶୀ ବନ୍ଧୁକ(୭.୬୨ଏମଏମ), ୩୪ ଗୁଳି, ୭ ମୋବାଇଲ, ୧୦ ମାଗାଜିନ, ୩ବାଇକ୍‌, ନଗଦ ୨୦୦୦ଟଙ୍କା, ୩ ଛୁରୀ, ୨ଲୁହାରଡ଼, ୫ ମାସ୍କ, ୪ ପକେଟ୍‌ ଲଙ୍କାଗୁଣ୍ଡ, ଗୋଟିଏ ଟର୍ଚ୍ଚ ଏବଂ ବାଉଁଶ ଲାଠି ଜବତ ହୋଇଛି। ଏ ନେଇ ବରଗଡ଼ ଟାଉନ ଥାନାରେ ଦଫା ୩୧୦(୪), ୩୧୦(୫) ବିଏନଏସ୍‌ ଏବଂ ୨୫/୨୭ ଆର୍ମସ୍‌ ଆକ୍ଟରେ ଏକ ମାମଲା(ନଂ-୬୬୦/୨୪) ରୁଜୁ ହୋଇଛି।
ବରଗଡ଼ ଟାଉନ ଥାନାରେ ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସପି ପି.ଏସ୍‌ ମୀନା ସୂଚନା ଦେଇ କହିଛନ୍ତି, ବରଗଡ଼ରେ ଦେଶୀ ବନ୍ଧୁକ କାରବାର ଚାଲିଥିବା ନେଇ ଖବର ମିଳିଥିଲା। ଫଳରେ ଏକ ପୋଲିସ ଟିମ୍‌ ସେଥିପ୍ରତି ନଜର ରଖିଥିଲା। ରବିବାର ରାତିରେ ଉପରୋକ୍ତ ଅଭିଯୁକ୍ତମାନେ ବରଗଡ଼ ସହର ଉପକଣ୍ଠ ଜୀରାନଦୀ ପାର୍ଶ୍ୱ ଶ୍ମଶାନ ପାଖରେ ଦେଶୀ ବନ୍ଧୁକ ସହିତ ରହିଥିବା ନେଇ ଟାଉନ ଥାନା ପୋଲିସକୁ ସୂଚନା ମିଳିଥିଲା। ସେହି ସୂଚନାକୁ ଆଧାର କରି ପୋଲିସ ଟିମ୍‌ ସେଠାକୁ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ଦେଶୀ ବନ୍ଧୁକ, ଗୁଳି ଏବଂ ଅନ୍ୟ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri