୨୦୨୪ ପୂର୍ବରୁ ସାରା ରାଜ୍ୟରେ ୪ଜି ସେବା

ଭୁବନେଶ୍ୱର,୯।୨: ଭାରତ ସରକାରଙ୍କ ମେକ ଇନ ଇଣ୍ଡିଆ ଓ ଡିଜିଟାଲ ଇଣ୍ଡିଆ ପରିକଳ୍ପନାକୁ ସାକାର କରିବାକୁ କେନ୍ଦ୍ର ସରକାରଙ୍କ ଟେଲିକମ ବିଭାଗ (ଡିଓଟି) ବେଶ ଗୁରୁତ୍ୱାରୋପ କରୁଥିବା ଜଣାପଡିଛି। ଏପରିକି ଦେଶର ଟେଲି ଯୋଗାଯୋଗକୁ ଅଗ୍ରାଧିକାର ଭିତ୍ତିରେ ବିକଶିତ କରିବାକୁ ଡିଓଟି ବ୍ୟାପକ ଯୋଜନା କରିଛି। ଉକ୍ତ ଯୋଜନା ଆଧାରରେ ଡିଓଟି ପକ୍ଷରୁ ଓଡିଶା ଟେଲିକମ କ୍ଷେତ୍ର ପାଇଁ ବ୍ୟାପକ ଯୋଜନା କରିଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଡିଓଟିର ଓଡିଶା କ୍ଷେତ୍ର ପକ୍ଷରୁ ବୁଧବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା।
ଏ ସମ୍ପର୍କରେ ଡିଓଟିର ଓଡିଶା ଏଲଏସଏ ତଥା ଓଡିଶା ମୁଖ୍ୟ ବି.କେ.ନାୟକ କହିଛନ୍ତି ୨୦୨୪ ପୂର୍ବରୁ ସାରା ରାଜ୍ୟରେ ୪ଜି ସେବା ଉପଲବ୍ଧ କରାଇବାକୁ ଡିଓଟି ପକ୍ଷରୁ କୁରୁତ୍ୱ ଦିଆଯାଇଛି। ଏପରିକି ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଶତ ପ୍ରତିଶତ ଲକ୍ଷଧାର୍ଯ୍ୟ ପୂରଣ କୁ ଡିଓଟି ବେଶ ଗୁରୁତ୍ୱ ଦେଇଛି। ବର୍ତ୍ତମାନ ଓଡ଼ିଶାରେ ୫୧, ୩୧୩ (୨୦୧୧ ଜନଗଣନା ଅନୁଯାୟୀ) ଗ୍ରାମ ରହିଛି, ସେଥିମଧ୍ୟରୁ ୪୭, ୬୭୭ଟି ଗ୍ରାମରେ ଜନବସତି ରହିଛି। ଏପରିକି ୪୭,୬୭୭ଟି ଗ୍ରାମ ମଧ୍ୟରୁ ୪୨,୪୨୫ଟି ଗ୍ରାମରେ କୌଣସି ପ୍ରକାରର ମୋବାଇଲ ସେବା (୨ଜି, ୩ଜି ଏବଂ ୪ଜି) ସେବା ପହଞ୍ଚତ୍ପାରିଛି। ହେଲେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ବଳକା ପ୍ରାୟ ୫୦୦୦ ଗାଁରେ କୌଣସି ପ୍ରକାରର ଟେଲିକମ ସେବା ନାହିଁ। ସେହିପରି ରାଜ୍ୟରେ ୨୫,୧୧୫ଟି ଟାୱାର ସହ ୭୪,୦୭୨ ବେସ ଟର୍ମିନାଲ ଷ୍ଟେସନ (ବିଟିଏସ) ରହିଛି। ଏପରିକି ରାଜ୍ୟରେ ୩.୩୨ କୋଟି ମୋବାଇଲ ଉପଭୋକ୍ତା ଥିବାବେଳେ ୨.୨୧ କୋଟି ମୋବାଇଲ ବ୍ରଡବ୍ୟାଣ୍ଡ ଉପଭୋକ୍ତା ରହିଛନ୍ତି। ବିଶେଷ କରି ୩.୩୨ କୋଟି ଉପଭୋକ୍ତାଙ୍କ ମଧ୍ୟରୁ ୨.୨୧ କୋଟି ଗ୍ରାମାଞ୍ଚଳ ଏବଂ ୧.୧ କୋଟି ସହରାଞ୍ଚଳ ମୋବାଇଲ ଉପଭୋକ୍ତା ଅଛନ୍ତି।

ସେହିପରି ରାଜ୍ୟରେ ସାମଗ୍ରିତ ଦୂରସଞ୍ଚାର ସାନ୍ଦ୍ରତା ବା ଟେଲି ଡେନସିଟୀ ହାରା ୮୦% ଥିବା ବେଳେ ଜାତୀୟସ୍ତରରେ ଏହି ହାର ୮୫% ରହିଛି, ଭାରତ ସରକାରଙ୍କ ପୂର୍ଣ୍ଣ ସହାୟତା ଓ ପାଣ୍ଠି ଯୋଗାଣ ଜରିଆରେ ବିଭିନ୍ନ ୟୁଏସଓଏଫ (ସାର୍ବଜନୀନ ସେବା ଉତ୍ତରଦାୟିତ୍ୱ ପାଣ୍ଠି) ମାଧ୍ୟମରେ ୨୦୨୩ ଡିସେମ୍ବା ଶେଷସୁଦ୍ଧା ଜନସଂଖ୍ୟା ର୍ନିବିଶେଷରେ ଦେଶର ପ୍ରତ୍ୟେକ ଗ୍ରାମକୁ ଅତିକମରେ ୪ଜି ସେବା ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଦେଶରେ ୭୧୧୩ଟି ୪ଜି ସେବା ଅପହଞ୍ଚ ଥିବା ଗ୍ରାମ ରହିଛି। ଓଡ଼ିଶାରେ ଥିବା ଏପରି ଗ୍ରାମରେ ୪ ଜି ସେବା ପହଞ୍ଚାଇବା ଲାଗି ଉଭୟ ସରକାର ଓ ବିଭାଗ ବିଭିନ୍ନ ପ୍ରକଳ୍ପଗୁଡ଼ିକ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଉଛନ୍ତି। ଅପରପକ୍ଷରେ ମାଓବାଦୀ ପ୍ରବଣ ଅଞ୍ଚଳରେ ବର୍ତ୍ତମାନ ୨ଜି ସେବା ଥିବା ୨୫୬ଟି ଟାୱାର ରହିଛି। ତେବେ ଏଲଡବ୍ଲୁଇ ପର୍ଯ୍ୟାୟ ୨ ଅଧୀନରେ ୪୮୩ଟି ଟାୱାର କାର୍ଯ୍ୟକ୍ଷମ
କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?