୨୦୨୪ ପୂର୍ବରୁ ସାରା ରାଜ୍ୟରେ ୪ଜି ସେବା

ଭୁବନେଶ୍ୱର,୯।୨: ଭାରତ ସରକାରଙ୍କ ମେକ ଇନ ଇଣ୍ଡିଆ ଓ ଡିଜିଟାଲ ଇଣ୍ଡିଆ ପରିକଳ୍ପନାକୁ ସାକାର କରିବାକୁ କେନ୍ଦ୍ର ସରକାରଙ୍କ ଟେଲିକମ ବିଭାଗ (ଡିଓଟି) ବେଶ ଗୁରୁତ୍ୱାରୋପ କରୁଥିବା ଜଣାପଡିଛି। ଏପରିକି ଦେଶର ଟେଲି ଯୋଗାଯୋଗକୁ ଅଗ୍ରାଧିକାର ଭିତ୍ତିରେ ବିକଶିତ କରିବାକୁ ଡିଓଟି ବ୍ୟାପକ ଯୋଜନା କରିଛି। ଉକ୍ତ ଯୋଜନା ଆଧାରରେ ଡିଓଟି ପକ୍ଷରୁ ଓଡିଶା ଟେଲିକମ କ୍ଷେତ୍ର ପାଇଁ ବ୍ୟାପକ ଯୋଜନା କରିଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଡିଓଟିର ଓଡିଶା କ୍ଷେତ୍ର ପକ୍ଷରୁ ବୁଧବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା।
ଏ ସମ୍ପର୍କରେ ଡିଓଟିର ଓଡିଶା ଏଲଏସଏ ତଥା ଓଡିଶା ମୁଖ୍ୟ ବି.କେ.ନାୟକ କହିଛନ୍ତି ୨୦୨୪ ପୂର୍ବରୁ ସାରା ରାଜ୍ୟରେ ୪ଜି ସେବା ଉପଲବ୍ଧ କରାଇବାକୁ ଡିଓଟି ପକ୍ଷରୁ କୁରୁତ୍ୱ ଦିଆଯାଇଛି। ଏପରିକି ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଶତ ପ୍ରତିଶତ ଲକ୍ଷଧାର୍ଯ୍ୟ ପୂରଣ କୁ ଡିଓଟି ବେଶ ଗୁରୁତ୍ୱ ଦେଇଛି। ବର୍ତ୍ତମାନ ଓଡ଼ିଶାରେ ୫୧, ୩୧୩ (୨୦୧୧ ଜନଗଣନା ଅନୁଯାୟୀ) ଗ୍ରାମ ରହିଛି, ସେଥିମଧ୍ୟରୁ ୪୭, ୬୭୭ଟି ଗ୍ରାମରେ ଜନବସତି ରହିଛି। ଏପରିକି ୪୭,୬୭୭ଟି ଗ୍ରାମ ମଧ୍ୟରୁ ୪୨,୪୨୫ଟି ଗ୍ରାମରେ କୌଣସି ପ୍ରକାରର ମୋବାଇଲ ସେବା (୨ଜି, ୩ଜି ଏବଂ ୪ଜି) ସେବା ପହଞ୍ଚତ୍ପାରିଛି। ହେଲେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ବଳକା ପ୍ରାୟ ୫୦୦୦ ଗାଁରେ କୌଣସି ପ୍ରକାରର ଟେଲିକମ ସେବା ନାହିଁ। ସେହିପରି ରାଜ୍ୟରେ ୨୫,୧୧୫ଟି ଟାୱାର ସହ ୭୪,୦୭୨ ବେସ ଟର୍ମିନାଲ ଷ୍ଟେସନ (ବିଟିଏସ) ରହିଛି। ଏପରିକି ରାଜ୍ୟରେ ୩.୩୨ କୋଟି ମୋବାଇଲ ଉପଭୋକ୍ତା ଥିବାବେଳେ ୨.୨୧ କୋଟି ମୋବାଇଲ ବ୍ରଡବ୍ୟାଣ୍ଡ ଉପଭୋକ୍ତା ରହିଛନ୍ତି। ବିଶେଷ କରି ୩.୩୨ କୋଟି ଉପଭୋକ୍ତାଙ୍କ ମଧ୍ୟରୁ ୨.୨୧ କୋଟି ଗ୍ରାମାଞ୍ଚଳ ଏବଂ ୧.୧ କୋଟି ସହରାଞ୍ଚଳ ମୋବାଇଲ ଉପଭୋକ୍ତା ଅଛନ୍ତି।

ସେହିପରି ରାଜ୍ୟରେ ସାମଗ୍ରିତ ଦୂରସଞ୍ଚାର ସାନ୍ଦ୍ରତା ବା ଟେଲି ଡେନସିଟୀ ହାରା ୮୦% ଥିବା ବେଳେ ଜାତୀୟସ୍ତରରେ ଏହି ହାର ୮୫% ରହିଛି, ଭାରତ ସରକାରଙ୍କ ପୂର୍ଣ୍ଣ ସହାୟତା ଓ ପାଣ୍ଠି ଯୋଗାଣ ଜରିଆରେ ବିଭିନ୍ନ ୟୁଏସଓଏଫ (ସାର୍ବଜନୀନ ସେବା ଉତ୍ତରଦାୟିତ୍ୱ ପାଣ୍ଠି) ମାଧ୍ୟମରେ ୨୦୨୩ ଡିସେମ୍ବା ଶେଷସୁଦ୍ଧା ଜନସଂଖ୍ୟା ର୍ନିବିଶେଷରେ ଦେଶର ପ୍ରତ୍ୟେକ ଗ୍ରାମକୁ ଅତିକମରେ ୪ଜି ସେବା ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଦେଶରେ ୭୧୧୩ଟି ୪ଜି ସେବା ଅପହଞ୍ଚ ଥିବା ଗ୍ରାମ ରହିଛି। ଓଡ଼ିଶାରେ ଥିବା ଏପରି ଗ୍ରାମରେ ୪ ଜି ସେବା ପହଞ୍ଚାଇବା ଲାଗି ଉଭୟ ସରକାର ଓ ବିଭାଗ ବିଭିନ୍ନ ପ୍ରକଳ୍ପଗୁଡ଼ିକ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଉଛନ୍ତି। ଅପରପକ୍ଷରେ ମାଓବାଦୀ ପ୍ରବଣ ଅଞ୍ଚଳରେ ବର୍ତ୍ତମାନ ୨ଜି ସେବା ଥିବା ୨୫୬ଟି ଟାୱାର ରହିଛି। ତେବେ ଏଲଡବ୍ଲୁଇ ପର୍ଯ୍ୟାୟ ୨ ଅଧୀନରେ ୪୮୩ଟି ଟାୱାର କାର୍ଯ୍ୟକ୍ଷମ
କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ହାହାକାର, ନିବେଶକ ହରାଇଲେ ୪ ଲକ୍ଷ କୋଟି

ମୁମ୍ବାଇ,୩।୫: ଷ୍ଟକ୍ ମାର୍କେଟ୍ ଏବଂ ନିବେଶକମାନଙ୍କ ପାଇଁ ଶୁକ୍ରବାର ଏକ ଖରାପ ଦିନ ବୋଲି ପ୍ରମାଣିତ ହୋଇଛି। ଭାରି କ୍ଷତି ସହ ସେନସେକ୍ସ ଏବଂ ନିଫ୍ଟି...

ଅରୁନ୍ଧତୀ ରାଉରକେଲା ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୩।୫:ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ରାଉରକେଲା ଷ୍ଟୋର ପରିସରରେ ‘ଅରୁନ୍ଧତୀ ରାଉରକେଲା ଷ୍ଟୋର’ର ୨ୟ ବାର୍ଷିକ ଉତ୍ସବ ନିକଟରେ ପାଳିତ ହୋଇଯାଇଛି।...

ନନ୍ଦଘର ଆନ୍ଦୋଳନରେ ମନୋଜ ବାଜପେୟୀ

ଭୁବନେଶ୍ୱର,୩।୫:ବେଦାନ୍ତ ଗ୍ରୁପ୍‌ର ସ୍ବତନ୍ତ୍ର ପ୍ରକଳ୍ପ ‘ନନ୍ଦଘର’ ଆନ୍ଦୋଳନରେ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ସାମିଲ ହୋଇଛନ୍ତି। ଏପରିକି ସମଗ୍ର ଭାରତରେ ପ୍ରାୟ ୧୪ ଲକ୍ଷ ଅଙ୍ଗନୱାଡି...

୫୪୦୦ କୋଟି ନିବେଶ କରିବ ଜେଏସ୍‌ଏଲ୍‌

ଭୁବନେଶ୍ୱର,୩।୫ (ଅଭୟ ଦାଶ):ଦେଶର ପ୍ରମୁଖ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ମେଲ୍ଟିଂ ଏବଂ ଡାଉନଷ୍ଟ୍ରିମ କ୍ଷମତାକୁ ବୃଦ୍ଧି କରିବା ସହ...

ଲାଲ୍‌ଚାନ୍ଦ୍‌ର ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର

ଭୁବନେଶ୍ୱର,୩।୫:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ବିବାଦ ପରେ ପଶିଲା ଚେତା, ମସଲାର ଗୁଣାତ୍ମକ ଯାଞ୍ଚ କରିବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୫: ନିକଟରେ ଭାରତରୁ ରପ୍ତାନି ହୋଇଥିବା ମସଲାକୁ ନେଇ ବିବାଦ ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ମସଲା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri