ରାଜ୍ୟରୁ ବିଦା ହେଲେଣି ୪୯ ବାଂଲାଦେଶୀ: ଜାଲ ପାସ୍ପୋର୍ଟ କରି…

ଭୁବନେଶ୍ୱର,୧।୧୨: ରାଜ୍ୟରୁ ବିଦା ହେଲେଣି ୪୯ ବାଂଲାଦେଶୀ। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ନୂଆ ସରକାର ଆସିବା ପରେ ୫୧ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବଂଲାଦେଶ ପଠାଗଲାଣି। ଖୋର୍ଦ୍ଧାରୁ ୨୪, କଟକରୁ ୧୫, ଗଞ୍ଜାମରୁ ୬, କନ୍ଧମାଳରୁ ୩, କୋରାପୁଟରୁ ୧। ଆଉ ୨ ବାଂଲାଦେଶୀ ଜାଲ ପାସ୍ପୋର୍ଟ କରି ଧରାପଡ଼ିଛନ୍ତି। ଧରାପଡ଼ିଥିବା ୨ ବାଂଲାଦେଶୀଙ୍କ ନାଁରେ ମାମଲା ହୋଇଛି।

Dharitri – Odisha’s No.1 Odia Daily

Share