ହିମଝଡ଼ ନେଲାଣି ୪୮ ଜୀବନ

ନୁୟର୍କ,୨୭ା୧୨: ଆମେରିକାରେ ଭୟଙ୍କର ହିମଝଡ଼ରେ ୪୮ ଜଣଙ୍କ ଜୀବନ ଗଲାଣି। ହିମଝଡ଼ ଯୋଗୁ ଆମେରିକା ଏକ ଡିପ୍‌ ଫ୍ରିଜ୍‌ରେ ପରିଣତ ହୋଇଛି। ୪୮ଟି ରାଜ୍ୟରେ ତାପମାତ୍ରା ବିଯୁକ୍ତ ଡିଗ୍ରୀ ରହିଛି। ତୁଷାରରେ ଅନେକ ଘର ପୋତିହୋଇପଡ଼ିବା ସହ ପ୍ରାୟ ୧୭ ଲକ୍ଷ ଲୋକ ବିନା ବିଜୁଳିରେ ପ୍ରବଳ ଶୀତରେ ଫସିରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ତୁଷାର ଝଡ଼ ଯୋଗୁ ବିଭିନ୍ନ ରାସ୍ତାରେ ଗାଡ଼ିଗୁଡ଼ିକ ଅଟକି ରହିଛି। ଏଭଳି ଶୀତଦିନିଆ ଝଡ଼ ଅଭୂତପୂର୍ବ। କାନାଡ଼ାର ଗ୍ରେଟ୍‌ ଲେକ୍ସଠାରୁ ମେକ୍ସିକୋ ସୀମାରେ ଅବସ୍ଥିତ ରିଓ ଗ୍ରାଣ୍ଡେ ପର୍ଯ୍ୟନ୍ତ ଝଡ଼ ଲାଗିରହିଛି। ତୁଷାର ଝଡ଼ ଯୋଗୁ ରବିବାର ୧,୩୪୬ ବିମାନ ବାତିଲ ହୋଇଥିଲା। ଶୁକ୍ରବାର ୫,୯୩୪ ବିମାନ ବାତିଲ ହୋଇଥିଲା। ଭୀଷଣ ପାଗକୁ ନେଇ ଆମେରିକାର ନ୍ୟାଶନାଲ ଓ୍ବେଦର ସର୍ଭିସ ୨୪ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ସତର୍କ କରାଇଛି। ଶୀତରୁ ବର୍ତ୍ତିବା ଲାଗି ଲାଇବ୍ରେରି, ଥାନା ଆଦି ସର୍ବସାଧାରଣ ସ୍ଥାନରେ ଓ୍ବାର୍ମିଂ ସେଣ୍ଟର ଖୋଲାଯିବା ସହ ବାସହୀନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି।
ବାତ୍ୟାରେ ବାୟୁମଣ୍ଡଳ ଚାପ ନିମ୍ନଗାମୀ ହେବା ସହ ତାପମାତ୍ରା ଅତ୍ୟଧିକ ହ୍ରାସ ପାଇଲେ ଏହାକୁ ବମ୍ବ ସାଇକ୍ଲୋନ୍‌ ବା ଶୀତଦିନିଆ ଝଡ଼ କୁହାଯାଇଥାଏ। ଗ୍ରେଟର ଲେକ୍ସ ଅଞ୍ଚଳରେ ବମ୍ବ ସାଇକ୍ଲୋନ୍‌ ସୃଷ୍ଟି ହେବା ଫଳରେ ବ୍ୟାପକ ଅଞ୍ଚଳରେ ପ୍ରବଳ ବେଗରେ ପବନ ବହିବା ସହ ତୁଷାରପାତ ଲାଗିରହିଛି। ଏହି ବାତ୍ୟାରେ ବୁଫାଲୋ ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ଘରଗୁଡ଼ିକ ବରଫ ଚାଦରରେ ଢାଙ୍କିହୋଇ ରହିବା ସହ ଜରୁରୀ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଶନିବାର ଫାୟାର ଟ୍ରକ୍‌ଗୁଡ଼ିକ ସହରରେ ଅଟକି ରହିଥିଲା। ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ବିମାନବନ୍ଦର ବନ୍ଦ ରହିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଜାତୀୟ ପାଣିପାଗ ସେବା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବୁଫାଲୋ ନିଆଗରା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ସକାଳେ ୧୦୯ ସେଣ୍ଟିମିଟର ଉଚ୍ଚର ବରଫ ଜମି ରହିଛି। କାର୍‌ଗୁଡ଼ିକ ୬ ଫୁଟ ବରଫରେ ଢାଙ୍କିହୋଇ ରହିଛି। ବିଦ୍ୟୁତ୍‌ ଅଭାବରୁ ବ୍ୟାପକ ଅଞ୍ଚଳ ଅନ୍ଧକାରରେ ରହିଛି। ସୋମବାର ମଧ୍ୟ ତୁଷାରପାତ ସହ ୪୦ କିଲୋମିଟର ବେଗରେ କାଲୁଆ ପବନ ବହୁଛି। ବିଭିନ୍ନ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିବାରୁ ଜରୁରୀ ସେବା ପାଇ ନ ପାରି ଲୋକଙ୍କ ମୃତ୍ୟୁ ଘଟୁଥିବା କୁହାଯାଇଛି। କେତେଜଣ ଦୁଇଦିନ ହେଲା କାର୍‌ରେ ଅଟକି ରହିଛନ୍ତି। ୨୯ ଘଣ୍ଟା ହେଲା ବିଜୁଳି ନ ଥିବାରେ ଲୋକେ ସେମାନଙ୍କ ପାର୍କିଂ କାର୍‌ରେ ମୋବାଇଲ ଫୋନ୍‌ ଚାର୍ଜ କରୁଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri