ହିମଝଡ଼ ନେଲାଣି ୪୮ ଜୀବନ

ନୁୟର୍କ,୨୭ା୧୨: ଆମେରିକାରେ ଭୟଙ୍କର ହିମଝଡ଼ରେ ୪୮ ଜଣଙ୍କ ଜୀବନ ଗଲାଣି। ହିମଝଡ଼ ଯୋଗୁ ଆମେରିକା ଏକ ଡିପ୍‌ ଫ୍ରିଜ୍‌ରେ ପରିଣତ ହୋଇଛି। ୪୮ଟି ରାଜ୍ୟରେ ତାପମାତ୍ରା ବିଯୁକ୍ତ ଡିଗ୍ରୀ ରହିଛି। ତୁଷାରରେ ଅନେକ ଘର ପୋତିହୋଇପଡ଼ିବା ସହ ପ୍ରାୟ ୧୭ ଲକ୍ଷ ଲୋକ ବିନା ବିଜୁଳିରେ ପ୍ରବଳ ଶୀତରେ ଫସିରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ତୁଷାର ଝଡ଼ ଯୋଗୁ ବିଭିନ୍ନ ରାସ୍ତାରେ ଗାଡ଼ିଗୁଡ଼ିକ ଅଟକି ରହିଛି। ଏଭଳି ଶୀତଦିନିଆ ଝଡ଼ ଅଭୂତପୂର୍ବ। କାନାଡ଼ାର ଗ୍ରେଟ୍‌ ଲେକ୍ସଠାରୁ ମେକ୍ସିକୋ ସୀମାରେ ଅବସ୍ଥିତ ରିଓ ଗ୍ରାଣ୍ଡେ ପର୍ଯ୍ୟନ୍ତ ଝଡ଼ ଲାଗିରହିଛି। ତୁଷାର ଝଡ଼ ଯୋଗୁ ରବିବାର ୧,୩୪୬ ବିମାନ ବାତିଲ ହୋଇଥିଲା। ଶୁକ୍ରବାର ୫,୯୩୪ ବିମାନ ବାତିଲ ହୋଇଥିଲା। ଭୀଷଣ ପାଗକୁ ନେଇ ଆମେରିକାର ନ୍ୟାଶନାଲ ଓ୍ବେଦର ସର୍ଭିସ ୨୪ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ସତର୍କ କରାଇଛି। ଶୀତରୁ ବର୍ତ୍ତିବା ଲାଗି ଲାଇବ୍ରେରି, ଥାନା ଆଦି ସର୍ବସାଧାରଣ ସ୍ଥାନରେ ଓ୍ବାର୍ମିଂ ସେଣ୍ଟର ଖୋଲାଯିବା ସହ ବାସହୀନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି।
ବାତ୍ୟାରେ ବାୟୁମଣ୍ଡଳ ଚାପ ନିମ୍ନଗାମୀ ହେବା ସହ ତାପମାତ୍ରା ଅତ୍ୟଧିକ ହ୍ରାସ ପାଇଲେ ଏହାକୁ ବମ୍ବ ସାଇକ୍ଲୋନ୍‌ ବା ଶୀତଦିନିଆ ଝଡ଼ କୁହାଯାଇଥାଏ। ଗ୍ରେଟର ଲେକ୍ସ ଅଞ୍ଚଳରେ ବମ୍ବ ସାଇକ୍ଲୋନ୍‌ ସୃଷ୍ଟି ହେବା ଫଳରେ ବ୍ୟାପକ ଅଞ୍ଚଳରେ ପ୍ରବଳ ବେଗରେ ପବନ ବହିବା ସହ ତୁଷାରପାତ ଲାଗିରହିଛି। ଏହି ବାତ୍ୟାରେ ବୁଫାଲୋ ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ଘରଗୁଡ଼ିକ ବରଫ ଚାଦରରେ ଢାଙ୍କିହୋଇ ରହିବା ସହ ଜରୁରୀ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଶନିବାର ଫାୟାର ଟ୍ରକ୍‌ଗୁଡ଼ିକ ସହରରେ ଅଟକି ରହିଥିଲା। ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ବିମାନବନ୍ଦର ବନ୍ଦ ରହିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଜାତୀୟ ପାଣିପାଗ ସେବା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବୁଫାଲୋ ନିଆଗରା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ସକାଳେ ୧୦୯ ସେଣ୍ଟିମିଟର ଉଚ୍ଚର ବରଫ ଜମି ରହିଛି। କାର୍‌ଗୁଡ଼ିକ ୬ ଫୁଟ ବରଫରେ ଢାଙ୍କିହୋଇ ରହିଛି। ବିଦ୍ୟୁତ୍‌ ଅଭାବରୁ ବ୍ୟାପକ ଅଞ୍ଚଳ ଅନ୍ଧକାରରେ ରହିଛି। ସୋମବାର ମଧ୍ୟ ତୁଷାରପାତ ସହ ୪୦ କିଲୋମିଟର ବେଗରେ କାଲୁଆ ପବନ ବହୁଛି। ବିଭିନ୍ନ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିବାରୁ ଜରୁରୀ ସେବା ପାଇ ନ ପାରି ଲୋକଙ୍କ ମୃତ୍ୟୁ ଘଟୁଥିବା କୁହାଯାଇଛି। କେତେଜଣ ଦୁଇଦିନ ହେଲା କାର୍‌ରେ ଅଟକି ରହିଛନ୍ତି। ୨୯ ଘଣ୍ଟା ହେଲା ବିଜୁଳି ନ ଥିବାରେ ଲୋକେ ସେମାନଙ୍କ ପାର୍କିଂ କାର୍‌ରେ ମୋବାଇଲ ଫୋନ୍‌ ଚାର୍ଜ କରୁଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri