ହାଟଡିହୀ/ଛେନାପଦୀ,୨୧ା୧୦(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବୃକ ବଡରମ୍ପାସ ଠାରେ ୪୭ତମ ରାବଣ ପୋଡ଼ି ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଏମପି ଅନନ୍ତ ନାୟକ ଯୋଗଦେଇ ରାବଣ ଦହନ କରିଛନ୍ତି ।
ରାବଣ ପୋଡ଼ି କମିଟି ସଭାପତି ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଏମପି ଅନନ୍ତ ନାୟକ, ଆନନ୍ଦପୁର ବିଧାନସଭା ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବଡରମ୍ପାସ ସରପଞ୍ଚ ରବୀନ୍ଦ୍ର ଜେନା, ବଡରମ୍ପାସ ସେବା ସମବାୟ ସମିତିର ପୂର୍ବତନ ସଭାପତି ନିରଞ୍ଜନ ସାହୁ, ମଣ୍ଡଳ ପ୍ରଭାରୀ ଯୁଧିଷ୍ଠିର ମଲ୍ଲିକ ଏବଂ ହରମୋହନ ଶାସିନୀ, ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁ, ସମାଜସେବୀ ସୁଶାନ୍ତ ସେନାପତି ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ଉତ୍ସବ ଗ୍ରାମର ଏକତା, ଭାଇଚାରାର ପର୍ବ ଏବଂ ଅସତ୍ୟ ଉପରେ ସତ୍ୟର ଜୟ ଅଟେ । ତେଣୁ ସମସ୍ତେ ନିଜ ନିଜ ମନରୁ ଅସତ୍ୟକୁ ଦୂରେଇ ସତ୍ୟ ପ୍ରତିଷ୍ଠା ପାଇଁ ଆଗେଇ ଆସନ୍ତୁ ବୋଲି ଅତିଥି ମାନେ ମତ ରଖିଥିଲେ। ସୁବିଚାର ଚିନ୍ତାଧାରା ଏକ ନୂତନ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରେ ବୋଲି ଏମପି କହିଥିଲେ।
ଆଜିର ଯୁବପିଢ଼ି ନିଶା ସେବନ ଏବଂ କୁସଂସ୍କାରରୁ ଦୁରେଇ ରହିବା ସହିତ ସାଇବର ଠକେଇରୁ ନିଜକୁ ସୁରକ୍ଷିତ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯିବା ସହ ଅଭିନେତା ଶିଭଂଶି ଓ ଅଭିନେତ୍ରୀ ଶ୍ରାବଣୀ ଯୋଗ ଦେଇ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ । ରାବଣ ପୋଡ଼ି ଉତ୍ସବ ଦେଖିବାକୁ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବାବେଳେ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ସହ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଗୋପାଳ କୃଷ୍ଣ ସେନାପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ବଳରାମ ସାହୁ, ଶ୍ରୀଧର ସାହୁ, ଦେବେନ୍ଦ୍ର ଜେନା , ସନ୍ତୋଷ ଜେନା, ପ୍ରସାନ୍ତ କୁମାର ପାତ୍ର, ରଙ୍ଗାଧର ଦାସ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

