ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ମନା

ଖୋର୍ଦ୍ଧା ଅଫିସ,୬ା୭: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ଆସିବାକୁ ମନା ହୋଇଛି। ଏ ନେଇ କାର୍ଯ୍ୟାଳୟ ଆଗରେ ନୋଟିସ ଲାଗିଛି। କୋଭିଡ-୧୯ ସଂକ୍ରମଣକୁ ଏଡାଇବା ଲାଗି କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ଜିଲା ପ୍ରଶାସନ। ସଂକ୍ରମଣକୁ ରୋକିବା ଲାଗି ଜିଲାପାଳଙ୍କ କାର୍ଯ୍ୟାଳୟକୁ ନ ଆସି ଅଭିଯୋଗପତ୍ର ଇମେଲ କିମ୍ବା ହ୍ବାଟସଆପରେ ପଠାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ। ଅନଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କୌଣସି ବ୍ୟକ୍ତିଙ୍କ କିଛି ଅଭିଯୋଗ ଥିଲେ ହ୍ବାଟସଆପ୍‌ ନଂ.୯୮୬୧୮୨୧୨୪୪ରେ ପଠାଇବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଛି। କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଗୁରୁତର ସହ ନିଆଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଇସ୍ରାଏଲକୁ ସାଂଘାତିକ ଧମକ ଦେଲା ପାକିସ୍ତାନ, ନେତାନ୍ୟାହୁଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରି କହିଲା…

ଇସଲାମବାଦ,୨୮।୩: ଇରାନର ରାଜଧାନୀ ତେହେରାନରେ ପାକିସ୍ତାନୀ ଦୂତାବାସ ନିକଟରେ ଇସ୍ରାଏଲୀ-ଆମେରିକୀୟ ଆକ୍ରମଣର ରିପୋର୍ଟ ପରେ, ଇସଲାମାବାଦ ଇସ୍ରାଏଲକୁ ଏକ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri