୪୪୪ ଦିନିଆ ସ୍ପେଶାଲ FD: SBI, ଇଣ୍ଡିଆନ ବ୍ୟାଙ୍କ, BOB,IDBI ମଧ୍ୟରୁ କିଏ ଦେଉଛି ସବୁଠୁ ଅଧିକ ସୁଧ? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣ ନିରାପଦ ନିବେଶର ପନ୍ଥା ଖୋଜୁଛନ୍ତି, ତେବେ ଫିକ୍ସଡ୍‌ ଡିପୋଜିଟ (FD) ସର୍ବଦା ଭରସାଯୋଗ୍ୟ ବିକଳ୍ପ ରହିଆସିଛି। ଏଥିରେ ଗ୍ୟାରେଣ୍ଟେଡ୍‌ ରିଟର୍ନ ମିଳେ ଏବଂ ମାର୍କେଟ ରିସ୍କ ମଧ୍ୟ ନାହିଁ। ସାମ୍ପ୍ରତିକ ସମୟରେ ଅନେକ ସରକାରୀ ଏବଂ ଘରୋଇ ବ୍ୟାଙ୍କରୁ ୪୪୪ ଦିନର ସ୍ପେଶାଲ FD ସ୍କିମ୍‌ ଲଞ୍ଚ କରାଯାଇଛି, ଯେଉଁଥିରେ ଆକର୍ଷଣୀୟ ସୁଧ ମିଳୁଛି। ଏହି FD ସାଧାରଣ ନିବେଶକଙ୍କ ସହିତ ସିନିୟର୍‌ ଏବଂ ସୁପର୍‌ ସିନିୟର୍‌ ସିଟିଜେନ୍‌ଙ୍କ ପାଇଁ ମଧ୍ୟ ଭଲ ରିଟର୍ନର ବିକଳ୍ପ। ଏବେ ବଡ଼ ପ୍ରଶ୍ନ ହେଉଛି କେଉଁ ବ୍ୟାଙ୍କର FD ସର୍ବାଧିକ ଲାଭ ଦେବ? ଆସନ୍ତୁ ଜାଣିବା।

SBIର Amrit Vrishti FD:
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ୪୪୪ ଦିନର FDକୁ Amrit Vrishti FD ନାମରେ ଅଫର୍‌ କରୁଛି। ଏଥିରେ ସାଧାରଣ ନିବେଶକଙ୍କୁ ୬.୬୦%, ସିନିୟର୍‌ ସିଟିଜନଙ୍କୁ ୭.୧୦% ଏବଂ ସୁପର୍‌ ସିନିୟର୍‌ ସିଟିଜନଙ୍କୁ ୭.୨୦% ସୁଧ ମିଳେ। ଯଦି କେହି ବ୍ୟକ୍ତି ୧ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ମ୍ୟାଚ୍ୟୁରିଟିରେ ପ୍ରାୟ ୧,୦୮,୨୮୮ ଟଙ୍କା ମିଳିବ, ଅର୍ଥାତ ସୁଧ ୮,୨୮୮ ଟଙ୍କାର ହେବ।

Indian Bankର Ind Secure Product FD:
Indian Bank ଏହି ସ୍କିମ୍‌ରେ ସର୍ବାଧିକ ସୁଧ ଦେଉଛି। ଏଠାରେ ସାଧାରଣ ନାଗରିକଙ୍କୁ ୬.୭୦%, ସିନିୟର୍‌ ସିଟିଜେନଙ୍କୁ ୭.୨୦% ଏବଂ ସୁପର୍‌ ସିନିୟର୍‌ ସିଟିଜନଙ୍କୁ ୭.୪୫% ପର୍ଯ୍ୟନ୍ତ ସୁଧ ମିଳୁଛି। ଯଦି ଆପଣ ଏଠାରେ ୧ ଲକ୍ଷ ଟଙ୍କା ଲଗାନ୍ତି, ତେବେ ମ୍ୟାଚ୍ୟୁରିଟିରେ ପ୍ରାୟ ୧,୦୮,୪୧୮ ଟଙ୍କା ମିଳିବ, ଅର୍ଥାତ ୮,୪୧୮ର ସୁଧ।

Bank of Barodaର Square Drive FD:
Bank of Baroda (BOB) ମଧ୍ୟ Square Drive FD ନାମରେ ୪୪୪ ଦିନର ସ୍ପେସାଲ ସ୍କିମ ପ୍ରସ୍ତୁତ କରିଛି। ଏଥିରେ ସୁଧଦର SBI ଭଳି ରହିଛି । ସାଧାରଣ ନାଗରିକଙ୍କୁ ୬.୬୦%, ସିନିୟର୍କୁ ୭.୧୦% ଏବଂ ସୁପର୍‌ ସିନିୟର୍କୁ ୭.୨୦%। ଯଦି କେହି ୧ ଲକ୍ଷ ଟଙ୍କା ନିବେଶ କରନ୍ତି ତେବେ ମ୍ୟାଚ୍ୟୁରିଟିରେ ପ୍ରାୟ ୧,୦୮,୨୮୮ ଟଙ୍କା ମିଳିବ, ଅର୍ଥାତ ୮,୨୮୮ର ସୁଧ ହେବ।

IDBI Bankର Utsav FD:
IDBI Bankର Utsav FD ସ୍କିମ ମଧ୍ୟ ୪୪୪ ଦିନର ପାଇଁ ଉପଲବ୍ଧ ଏବଂ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଭାଲିଡ ରହିବ। ଏଥିରେ ସାଧାରଣ ନାଗରିକଙ୍କୁ ୬.୭୦%, ସିନିୟର୍‌ ସିଟିଜନଙ୍କୁ ୭.୨୦% ଏବଂ ସୁପର୍‌ ସୁପର୍‌ ସିନିୟର୍କୁ ୭.୩୫% ସୁଧ ମିଳେ। ଯଦି କେହି ୧ ଲକ୍ଷ ଟଙ୍କା ଜମା କରନ୍ତି ତେବେ ମ୍ୟାଚ୍ୟୁରିଟିରେ ପ୍ରାୟ ୧,୦୮,୪୧୮ ଟଙ୍କା ମିଳିବ, ଅର୍ଥାତ ୮,୪୧୮ର ସୁଧ।

Canara Bankର FD ସ୍କିମ:
Canara Bankର ଏହି ସ୍କିମ୍‌ରେ ସୁଧ ହାର ସାମାନ୍ୟ କମ୍‌। ଏଠାରେ ସାଧାରଣ ନାଗରିକଙ୍କୁ ୬.୫୦% ଏବଂ ସିନିୟର୍‌ ସିଟିଜନଙ୍କୁ ୭.୦୦% ସୁଧ ମିଳେ। ୧ ଲକ୍ଷ ଜମା କରିବା ଉପରେ ମ୍ୟାଚ୍ୟୁରିଟିରେ ପ୍ରାୟ ୧,୦୮,୧୫୯ ଟଙ୍କା ମିଳିବ, ଅର୍ଥାତ ୮,୧୫୯ର ସୁଧ।

କେଉଁଠାରେ ନିବେଶ କରିବେ?
ଯଦି ସୁଧ ଦରଗୁଡ଼ିକର ତୁଳନା କରନ୍ତି, ତେବେ Indian Bank ଏବଂ IDBI Bankର ସ୍କିମ ସର୍ବାଧିକ ଲାଭ ଦେଉଛି। ବିଶେଷକରି Indian Bank, ଯାହା ସୁପର୍‌ ସିନିୟର୍‌ ସିଟିଜନଙ୍କୁ ୭.୪୫% ପର୍ଯ୍ୟନ୍ତ ସୁଧ ଦେଉଛି। ଅନ୍ୟପକ୍ଷରେ, SBI ଏବଂ Bank of Baroda ଭରସା ଏବଂ ସୁରକ୍ଷାର ଦୃଷ୍ଟିରୁ ଭଲ ବୋଲି ଗଣା ହୁଅନ୍ତି। ତେଣୁ ଯଦି ଆପଣ ଅଧିକ ଲାଭ ଚାହୁଁଛନ୍ତି ତେବେ Indian Bank ଏବଂ IDBI Bank ଭଲ ବିକଳ୍ପ, ଯଦିକି ସ୍ଥିରତା ଏବଂ ଭରସା ପାଇଁ SBI ଏବଂ BOB ମଜବୁତ ବିକଳ୍ପ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri