Posted inଫୁରସତ

ଦଶମରେ ମାତ୍ର ୪୪%, ୧୩ ଥର ହୋଇଥିଲେ ଫେଲ; ହାର୍‌ ନମାନି ହେଲେ ଆଇଏଏସ୍‌ ଅଫିସର

କଥାରେ ଅଛି ପରାଜିତ ହେବା ପରେ ବିଜେତା ହେବାରେ ମଜା ଥାଏ। ଏଣୁ ସଫଳ ହେବାର ମୂଳ ମନ୍ତ୍ର ହେଉଛି ‘ଶେଷ ଯାଏ ଲଢ଼ିବା’। ସେଭଳି ଜଣେ ସଫଳ ମଣିଷର କାହାଣୀ ହେଉଛି ଆଇଏଏସ୍‌ ଅଫିସର ଅବନିଶ ଶରଣଙ୍କର। ସେ ଜୀବନରେ ଥରେ କିମ୍ବା ଦୁଇଥର ନୁହେଁ ବରଂ ୧୩ ଥର ଫେଲ୍‌ ହୋଇଥିଲେ। ହେଲେ ସେ ନିରାଶ ହୋଇ ନ ଥିଲେ। ଦଶମରେ ତାଙ୍କର ମାତ୍ର ୪୪% ମାର୍କ ଥିଲା। ପରେ ସେ ନିଜର ଚେଷ୍ଟା ବଳରେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଏଏସ୍‌ ହେବାରେ ସଫଳ ହୋଇ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏବେ ସେ ଏକ ଟୁଇଟ୍‌ କରି ନିଜର ସଫଳତାର କାହାଣୀ ସମସ୍ତଙ୍କ ସହ ବାଣ୍ଟିଛନ୍ତି।

ଅବନିଶ ନିଜ ଟୁଇଟ୍‌ରେ କହିଛନ୍ତି, ଦଶମ ପରୀକ୍ଷାରେ ତାଙ୍କର ମାତ୍ର ୪୪.୭% ମାର୍କ ଥିଲା। ଦ୍ୱାଦଶରେ ସେ ୬୫% ଏବଂ ସ୍ନାତକରେ ତାଙ୍କର ୬୦% ମାର୍କ ଥିଲା। ଏହାପରେ ସେ ସିଡିଏସ୍‌ ଏବଂ ସିପିଏଫ୍‌ରେ ଫେଲ ହୋଇଥିଲେ। ସେହିଭଳି ରାଜ୍ୟର ଲୋକ ସେବା ଆୟୋଗର ପରୀକ୍ଷାରେ ସେ ୧୦ରୁ ଅଧିକ ଥର ଫେଲ ହୋଇଥିଲେ। ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷା କ୍ଲିକ୍‌ କରି ପାରି ନ ଥିଲେ। କାରଣ ସାକ୍ଷାତକାରରେ ସେ ଫେଲ୍‌ ହୋଇଯାଇଥିଲେ। ମାତ୍ର ସେ ଦ୍ୱିତୀୟ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷା ପାସ କରିଥିଲେ। ସେତେବେଳେ ତାଙ୍କର ର଼୍ୟାଙ୍କ ୭୭ ଥିଲା। ଫଳରେ ସେ ଆଇଏଏସ୍‌ ଅଫିସର ପାଲଟିଥିଲେ।

ଏବେ ଅଫିସରଙ୍କ ଟୁଇଟ୍‌ଟି ଭାଇରାଲ ହେଉଥିବା ବେଳେ ନିରାଶ ନ ହୋଇ ଆଗକୁ ବଢ଼ି ପରିଶ୍ରମ ଜାରି ରଖିବାର ସେ ପ୍ରେରଣା ଦେଉଥିବା ଅନେକେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

ପ୍ରଥମ ଦିନରେ ସିଂହାରିନି ଦଳ ବିଜୟୀ: ଆଜି ହେବ ଫାଇନାଲ ମୁକାବିଲା

ଗଞ୍ଜାମ,୩୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ସୋମବାର…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri