ଗୋ ଫାଷ୍ଟର ଉଡ଼ାଣ ପାଇଁ ଆବଶ୍ୟକ ୪୨୫ କୋଟି…

ନୂଆଦିଲ୍ଲୀ,୨୪।୬ : ଗୋ ଫାଷ୍ଟର ସମାଧାନ ପ୍ରଫେସନାଲ ଶୈଲେନ୍ଦ୍ର ଅଜମେରା ଏକ ପୁନଃଉଦ୍ଧାର ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ବିମାନ ଚଳାଚଳ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଏୟାରଲାଇନ୍ସ ଫାଇନାନ୍ସରଙ୍କ ଠାରୁ ୪୨୫ କୋଟି ଟଙ୍କା ମାଗିଛନ୍ତି। ଗୋଏଲଷ୍ଟର ଦେବାଳିଆ ମାମଲାରେ ଶୈଲେନ୍ଦ୍ର ଅଜମେରାଙ୍କୁ ସମାଧାନ ପ୍ରଫେସନାଲ (ଆରପି) ଭାବରେ ନିଯୁକ୍ତ କରାଯାଇଛି। ସଙ୍କଟ ପ୍ରଭାବିତ ବିମାନର ଋଣଦାତା କମିଟି (କୋସି) ଏହି ନିଷ୍ପତ୍ତି ନେଇଛି।

ଭବିଷ୍ୟତରେ ବିମାନ ପାଇଁ ଫିଟ ଇଞ୍ଜିନ ଉପଲବ୍ଧତା ଏବଂ ଟିକେଟ ବାତିଲ ଭଳି କିଛି ପରିସ୍ଥିତି ଉପରେ ନିର୍ଭର କରି ଅର୍ଥର ଆବଶ୍ୟକତା ଆହୁରି ବଢ଼ିପାରେ ବୋଲି ସୂତ୍ରରୁ ପ୍ରକାଶ। ସୂଚନା ମୁତାବକ, ଆର୍ଥିକ ସମ୍ପର୍କିତ ଏହି ପ୍ରସ୍ତାବକୁ ଏହି ସପ୍ତାହ ଆରମ୍ଭରେ ଅନୁଷ୍ଠିତ ଏକ ବୈଠକରେ ଗୋ ଫାଷ୍ଟର ଋଣଦାତା କମିଟି ସମ୍ମୁଖରେ ରଖାଯାଇଥିଲା।

ଗୋ ଫାଷ୍ଟର ଋଣଦାତା କମିଟିରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, ଆଇଡିବିଆଇ ବ୍ୟାଙ୍କ ଏବଂ ଡଏଚ ବ୍ୟାଙ୍କ ଅନ୍ତର୍ଭୁକ୍ତ। ଋଣଦାତା କମିଟି ଦ୍ୱାରା ସମର୍ଥିତ ଅଜମେରା ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ସମେତ ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ଏ ବିଷୟରେ ମନ୍ତବ୍ୟ ଦେଇନାହାଁନ୍ତି।

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଗୋ ଫାଷ୍ଟ ଦେଶର ବିମାନ ଚଳାଚଳ କ୍ଷେତ୍ର ନିୟାମକ ନିର୍ଦ୍ଦେଶାଳୟ ଜେନେରାଲ ଅଫ ସିଭିଲ ଆଭିଏଶନ (ଡିଜିସିଏ) ରୁ ଏପର୍ଯ୍ୟନ୍ତ ମଞ୍ଜୁରୀ ପାଇନାହିଁ। କିନ୍ତୁ ବିମାନ ସେବା ପାଇଁ ଅର୍ଥର ଉପଲବ୍ଧତା ସୁନିଶ୍ଚିତ କରିବା ପରେ ହିଁ ଅନୁମୋଦନ ଦିଆଯିବ ।

କାର୍ଯ୍ୟ ଆରମ୍ଭ କରିବା ପାଇଁ ନିୟାମକ ସମ୍ମତି ପାଇବା ପୂର୍ବରୁ ଗୋ ଫାଷ୍ଟକୁ ଋଣଦାତାମାନଙ୍କଠାରୁ ଆର୍ଥିକ ପ୍ରସ୍ତାବର ଅନୁମୋଦନ ନେବାକୁ ପଡ଼ିବ। ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଏୟାରଲାଇନ୍ସର ଋଣଦାତାମାନେ ଆର୍ଥିକ ସହାୟତା ପାଇଁ ସେମାନଙ୍କର ମୂଳ ଅନୁମୋଦନ ପ୍ରଦାନ କରିଥିବାବେଳେ ମଧ୍ୟବର୍ତ୍ତୀ ଆର୍ଥିକ ପ୍ରସ୍ତାବକୁ ଅନୁମୋଦନ କରିବା ପୂର୍ବରୁ ସେମାନେ ବିମାନ ନିୟାମକଙ୍କଠାରୁ ସ୍ପଷ୍ଟତା ପାଇବାକୁ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri