Posted inଜାତୀୟ

୪୨% ଚର୍ମରୋଗୀ ନିଦ୍ରାହୀନତାର ଶିକାର

ନୂଆଦିଲ୍ଲୀ,୧୪ା୧୦: ଚର୍ମ ରୋଗ ଥିବା ୪୨ ପ୍ରତିଶତ ରୋଗୀ ନିଦ୍ରାଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଚର୍ମ ରୋଗର ପ୍ରଭାବ ଆକଳନ କରିବା ଲାଗି ୧୦ ଦେଶର ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ଜର୍ମାନୀର ବର୍ଲିନରେ ଆୟୋଜିତ ୟୁରୋପିଆନ୍‌ ଏକାଡେମୀ ଅଫ୍‌ ଡର୍ମାଟୋଲୋଜି ଆଣ୍ଡ ଭେନେରୋଲୋଜି (ଇଏଡିଭି) କଂଗ୍ରେସ, ୨୦୨୩ରେ ଉକ୍ତ ଅଧ୍ୟୟନକୁ ଉପସ୍ଥାପନ କରାଯାଇଛି। ନିଦ୍ରାହୀନତା ରୋଗୀର ଜୀବନ ଧାରଣ ମାନରେ ଗୁରୁତର ପ୍ରଭାବ ପକାଇଥାଏ ବୋଲି ଉକ୍ତ ସର୍ଭେରୁ ଜଣାପଡ଼ିଛି। ଅଧ୍ୟୟନ ଅନୁଯାୟୀ ଚର୍ମ ରୋଗ ଥିବା ୪୯ ପ୍ରତିଶତ ରୋଗୀଙ୍କ କାର୍ଯ୍ୟ ଦକ୍ଷତା ହ୍ରାସ ପାଇଥାଏ। ସର୍ଭେରେ ଅଂଶଗ୍ରହଣ କରିଥିବା ୧୯ ପ୍ରତିଶତ ରୋଗୀଙ୍କର ଚର୍ମରୋଗ ନ ଥିଲା। ଚର୍ମରୋଗ ଥିବା ରୋଗୀଙ୍କ ନିଦ୍ରା ପ୍ରଭାବିତ ହେବାର ମୁଖ୍ୟ ଲକ୍ଷଣ ହେଲା କୁଣ୍ଡେଇ ହେବା (ଯାହା ୬୦ ପ୍ରତିଶତ କ୍ଷେତ୍ରରେ ଦେଖାଦେଇଥାଏ) ଏବଂ ପୋଡ଼ାଜଳା ବା ଛୁଞ୍ଚତ୍ ଫୋଡିବା ଭଳି ଲାଗିବା (୧୭ ପ୍ରତିଶତଙ୍କ କ୍ଷେତ୍ରରେ ଦେଖାଦେଇଥାଏ)। ଏହା ବ୍ୟତୀତ ରୋଗୀ ନିଦରୁ ଉଠିବା ପରେ ବାରମ୍ବାର ଥକାପଣ ଅନୁଭବ କରିଥାନ୍ତି। ଚର୍ମରୋଗୀଙ୍କ କ୍ଷେତ୍ରରେ ଏହା ୮୧ ପ୍ରତିଶତ ହୋଇଥିବାବେଳେ ଅଣଚର୍ମରୋଗୀଙ୍କ କ୍ଷେତ୍ରରେ ୬୪ ପ୍ରତିଶତ ହୋଇଥାଏ। ସେହିପରି ଆଖିରେ କୁଞ୍ଚତ୍ହେବା ଭଳି ଲାଗିବା ଯଥାକ୍ରମେ ୫୮ ଏବଂ ୪୨ ପ୍ରତିଶତଙ୍କ କ୍ଷେତ୍ରରେ ଦେଖାଯାଉଥିବାବେଳେ ବାରମ୍ବାର ହାଇମାରିବା ଯଥାକ୍ରମେ ୭୨ ଏବଂ ୫୮ ପ୍ରତିଶତ ଦେଖାଦେଇଥାଏ।
ଚର୍ମ ରୋଗ ଥିବା ରୋଗୀମାନଙ୍କ ଶାରୀରିକ କ୍ରିୟା ଉପରେ ନିଦ୍ରାହୀନତା କିପରି ପ୍ରଭାବ ପକାଇଥାଏ, ଉକ୍ତ ଅଧ୍ୟୟନରୁ ତାହା ପ୍ରଥମ ଥର ଜଣାପଡ଼ିଛି। ରୋଗ ତୁରନ୍ତ ଚିହ୍ନଟ କରି ନିଦ୍ରା ସମସ୍ୟାର ପ୍ରଭାବୀ ପରିଚାଳନା ଜରୁରୀ ବୋଲି ପ୍ୟାରିସ୍‌ର ଇଏମ୍‌ଏମ୍‌ଏ କ୍ଲିନିକ୍‌ ମୁଖ୍ୟ ଡ. ଚାର୍ଲସ ତାଇଏବ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri