Posted inରାଜ୍ୟ

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀରେ ୪୧ ପ୍ଲାଟୁନ୍‌‌ ପୋଲିସ, ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌‌

ପୁରୀ,୨୬ା୧୧: ଶ୍ରୀକ୍ଷେତ୍ର ପୁରୀରେ ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ତୀର୍ଥ ପୁଷ୍କରିଣୀଗୁଡ଼ିକରେ ବୁଡ଼ ପକାଇବା ସହ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶଦେଖିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ସେହିପରି ସମୁଦ୍ରକୂଳ ଅଞ୍ଚଳ ଓ ରାସ୍ତାକୁ ଆଲୋକିତ କରାଯିବା ସହ ୪୦ ଜଣ ଲାଇଫ୍‌‌ ଗାର୍ଡ ଓ ଶତାଧିକ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ସମଗ୍ର ଜିଲ୍ଲାରେ ୪୧ ପ୍ଲାଟୁନ୍‌‌ ପୋଲିସ ଫୋର୍ସଙ୍କ ସମେତ ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି।

କାର୍ତ୍ତିକ ପଞ୍ଚୁକରେ ଶ୍ରୀଜୀଉଙ୍କର ରାତ୍ରପହୁଡ଼ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ କୁମାର ଦାଶ ପ୍ରକାଶ କରିଛନ୍ତି। ଆବଶ୍ୟକ ହେଲେ କିଛି ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଇଛି। ଏହି ସମୟରେ ଭକ୍ତଙ୍କ ଗହଳିକୁ ଲକ୍ଷ୍ୟ କରି ପ୍ରଶାସନ ଏ ନେଇ ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।

ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମାପାଇଁ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ବ୍ରହ୍ମପୁର ଓ କଟକଠାରୁ ପୁରୀକୁ ଅଣସଂରକ୍ଷିତ ସ୍ୱତନ୍ତ୍ର ରେଳ ଚଳାଚଳ ନେଇ ବ୍ୟବସ୍ଥା କରାଯାଇଛି । ବ୍ରହ୍ମପୁର-ପୁରୀ-ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ୍‌‌ ଆଜି ବ୍ରହ୍ମପୁରଠାରୁ ସନ୍ଧ୍ୟା ୮ଟା ୪୦ ମିନିଟ୍‌‌ରେ ଛାଡ଼ି ପୁରୀଠାରେ ରାତି ୧୧ଟା ୪୫ ମିନିଟ୍‌‌ରେ ପହଞ୍ଚିବ। ସେହିପରି କଟକ- ପୁରୀ-କଟକ ସ୍ୱତନ୍ତ୍ର ଟ୍ରେନ୍‌‌ ଆଜି କଟକରୁ ରାତି ୧୧ଟା ୩୦ ମିନିଟ୍‌‌ରେ ଛାଡ଼ି ପୁରୀରେ ରାତି ସାଢ଼େ ଗୋଟାଏରେ ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

ରାଜ୍ୟ ସଭା ନିର୍ବାଚନ: ବିଜୟ ପରେ ବିଜେଡି, କଂଗ୍ରେସ ବିଧାୟକଙ୍କୁ ଏମିତି କହିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ଓଡ଼ିଶା ରାଜ୍ୟସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ଭାଜପା ସମର୍ଥିତ ଏହି ଅଭିଜ୍ଞ ନେତାଙ୍କ ବିଜୟ ପରେ…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri