୪୧ଶତକଡା ଲୋକ ଅନଲାଇନରେ ଆକାଉଣ୍ଟ ପରିଚାଳନା କରିବା ଜାଣନ୍ତି ନାହିଁ

ନୂଆଦିଲ୍ଲୀ, ୧୪।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗତବର୍ଷ ଏପ୍ରିଲରେ ଉଦଗ୍ୟମ (Unclaimed Deposits Gateway to Access inforMation) ନାମକ ଏକ ପୋର୍ଟାଲ ଲଞ୍ଚ କରିଛି। ଏହି ପୋର୍ଟାଲ ମାଧ୍ୟମରେ ଅନକ୍ଲେମଡ ବା ବେନାମୀ ଆକାଉଣ୍ଟଗୁଡ଼ିକ ବିଷୟରେ ସୂଚନା ମିଳିପାରୁଛି। ଏହି ପୋର୍ଟାଲ ମାଧ୍ୟମରେ ଅନକ୍ଲେମଡ ବା ବେନାମୀ ଆକାଉଣ୍ଟଗୁଡ଼ିକ ବିଷୟରେ ସୂଚନା ମିଳିପାରୁଛି।

ସମଗ୍ର ଦେଶରେ ବ୍ୟାଙ୍କିଙ୍ଗ ଗ୍ରାହକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେରେ ଭାରତର ୩୦୧ଟି ଜିଲ୍ଲାରୁ ୩୧ହଜାର ଲୋକଙ୍କ ଠାରୁ ପ୍ରତିକ୍ରିୟା ନିଆଯାଇଥିଲା। ସେଥିମଧ୍ୟରୁ ୬୭ଶତକଡା ପୁରୁଷ ହୋଇଥିବାବେଳେ ୩୩ଶତକଡା ମହିଳା ଥିଲେ। ସର୍ଭେରେ ଜଣାପଡିଥିଲା କି ପ୍ରାୟ ୪୧ଶତକଡା ଲୋକ ଅନଲାଇନରେ ଆକାଉଣ୍ଟ କରିଚାଳନା କରିପାରନ୍ତି ନାହିଁ। ୭ ଶତକଡା ଲୋକଙ୍କ ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଇଛି ଓ ଜମା ରାଶି ଆରବିଆଇ ପାଖରେ ଅଛି। ୧୨ଶତକଡା ଲୋକ କହିଛନ୍ତି ଅକାଉଣ୍ଟ ଡିଆକ୍ଟିଭ ହୋଇଯିବାବୁ ପୁଣିଥରେ ଡିଆକ୍ଟିଭ କରିବାକୁ ବ୍ୟାଙ୍କକୁ ଯୋଗାଯୋଗ କରିଛୁ। ୧୪ଶତକଡା ଲୋକଙ୍କ ଅନଲାଇନ ଆକାଉଣ୍ଟ ନାହିଁ ଏବଂ ସେମାନଙ୍କୁ ଏଟିଏମ କିମ୍ବା ବ୍ୟାଙ୍କରୁ ଟଙ୍କା ଉଠାଇବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି। ୩୯ଶତକଡା ଲୋକଙ୍କ ଅନଲାଇନ ଆକାଉଣ୍ଟ ଅଛି କିନ୍ତୁ ସେମାନେ ଅନଲାଇନରେ କୌଣସି କାମ କରନ୍ତି ନାହିଁ।

ସୂଚନାଯୋଗ୍ୟ, ତେବେ କିଛି ଲୋକ ଅନଲାଇନ ଅକାଉଣ୍ଟ ପରିଚାଳନା କରି ନ ପାରି, ଓ୍ବେବସାଇଟ୍‌ ଓ ଆପ୍‌ରେ ଲଗ ଇନ୍‌ କରି ନ ପାରି କିମ୍ବା ପାସଓ୍ବାର୍ଡ ଭୁଲିବା ଯୋଗୁ ସେମାନଙ୍କ ଆକାଉଣ୍ଟ ଡିଆକ୍ଟିଭ ହୋଇଯାଏ। ଏଥିଯୋଗୁ ସେମାନେ ତାଙ୍କ ଜମାଟଙ୍କା ଫେରି ପାରନ୍ତି ନାହିଁ। ଆକାଉଣ୍ଟ ଦୀର୍ଘ ଦିନ ଧରି ଚାଲୁ ନ ଥିବାରୁ ବ୍ୟାଙ୍କ ଏହାକୁ ଡିଆକ୍ଟିଭ କରିଦେଇଥାଏ। ସେହିପରି ଯଦି ଆପଣ କଓ୍ବୋଇସି ସମ୍ପୂଣ୍ଣର୍ର୍ କରନ୍ତି ନାହିଁ କିମ୍ବା ଆକାଉଣ୍ଟ ଦୁଇ ବର୍ଷ ପାଇଁ ଆକ୍ଟିଭ ରଖି ନ ଥାନ୍ତି ତେବେ ଅକାଉଣ୍ଟ ଡିଆକ୍ଟିଭ ହୋଇଯାଏ।
ଯଦି ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଯାଏଁ ଜମା ହୋଇ ରହିଯାଏ ଏବଂ ପରେ ଏହି ଅକାଉଣ୍ଟ ଡିଆକ୍ଟିଭ ହେବା ପରେ ଏନେଇ ଆକାଉଣ୍ଟ ହୋଲଡର ଦାବି ନ କରନ୍ତି ତେବେ ସେହି ସବୁ ଜମା ରାଶି ଶିକ୍ଷା ଏବଂ ସଚେତନତା ପାଣ୍ଠିରେ ଜମା ହୋଇଯାଏ।

 


Enter your email to get our daily news in your inbox.

All Right Reserved By Dharitri.Com

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?