ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍ ୪୦୪୦ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ଓଏସ୍ଏପି ବାଟାଲିୟନ ପଡ଼ିଆରେ ଏହି ପରୀକ୍ଷା ଆୟୋଜନ କରାଯାଇଛି। ଏହି ପରୀକ୍ଷାରୁ ୧୦୧୦ ଜଣ ପ୍ରାର୍ଥୀ ମନୋନୀତ ହୋଇ ପରବର୍ତ୍ତୀ ଶାରୀରିକ ପରୀକ୍ଷାକୁ ଯିବେ ବୋଲି ଜଣାପଡ଼ିଛି। ପରୀକ୍ଷା କିଭଳି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ତାକୁ ଦୃଷ୍ଟିରେ ରଖି ପରୀକ୍ଷାସ୍ଥଳରେ ପର୍ଯ୍ୟାପ୍ତ ପୋଲିସ ମୁତୟନ କରାଯାଇଛି।