ବନ୍ଦ ହୋଇଯିବ ୪୦ ବର୍ଷ ପୁରୁଣା ହାଇସ୍କୁଲ; ଫୋନ୍‌ ଉଠାଉନାହାନ୍ତି ପ୍ରଧାନଶିକ୍ଷକ; ଧମକ ଦେଉଛନ୍ତି …

ସରଣ୍ଡା,୨୬।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଳକ ବାବେବିରା ହାଇସ୍କୁଲ ଗତ ୨ ଶିକ୍ଷାବର୍ଷ ହେଲା ବନ୍ଦ ହୋଇ ରହିଛି। ଏଠାକାର ୪ ଜଣ ଶିକ୍ଷକ ଓ ଜଣେ ପିଅନ ଅନ୍ୟତ୍ର କାମ କରୁଛନ୍ତି। କେବଳ ନାମକୁ ମାତ୍ର ହାଇସ୍କୁଲ ଅଛି। ପୁରୁଣା ପିଲାଙ୍କ ଟିସି କିମ୍ବା ଦରମା ବିଲ କରିବାକୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏହି ସ୍କୁଲକୁ ଆସି ଅଫିସ ଖୋଲି ଚାଲି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍କୁଲରେ ଶିକ୍ଷାଦାନ ବନ୍ଦ ଥିବାରୁ ଅଧିକାଂଶ ପିଲା ଆଉ ହାଇସ୍କୁଲକୁ ଯାଉ ନାହାନ୍ତି। ଦୂରଦୂରାନ୍ତ ହାଇସ୍କୁଲ ଯିବା ଅମଙ୍ଗ ହେବାରୁ ଦିନକୁ ଦିନ ଡ୍ରପ୍‌ଆଉଟ୍‌ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଡ୍ରପ୍‌ଆଉଟ୍‌ ପିଲାଙ୍କୁ ସ୍କୁଲ ଆଣିବା ପାଇଁ ସରକାର ବହୁ ଯୋଜନା କରୁଥିବା ବେଳେ ଏଠାରେ କିନ୍ତୁ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସ୍କୁଲ କୋଠା ଅଛି, ଶିକ୍ଷକ ଅଛନ୍ତି, ଗ୍ରାମରେ ଛାତ୍ର ଅଛନ୍ତି, ହେଲେ ଶିକ୍ଷା ବିଭାଗର ଅବହେଳା ଯୋଗୁ ଏହି ସ୍କୁଲରେ ତାଲା ଝୁଲୁଛି।

ତେବେ ହାଇସ୍କୁଲକୁ ପୂର୍ବବତ କାର୍ଯ୍ୟକ୍ଷମ କରିବା ସହିତ ଛାତ୍ରୀଛାତ୍ରଙ୍କ ନାମଲେଖା ଆରମ୍ଭ କରିବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି। ଏହି ଦାବି ନେଇ ଗ୍ରାମବାସୀ ଗତ ୧୭ ତାରିଖ ଜିଲା ଶିକ୍ଷାଧିକାରୀଙ୍କ ପାଖକୁ ଯାଇଥିଲେ । ନୂତନ ଛାତ୍ରୀଛାତ୍ରଙ୍କ ନାମ ଲେଖିବାକୁ ଅମଙ୍ଗ ଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ଅପସାରିତ କରି ସହକାରୀ ଶିକ୍ଷକ ଅମୃତ ବାରିକଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱ ଦେବା ପାଇଁ ସେମାନେ ଦାବି କରିଥିଲେ। କିନ୍ତୁ ଶିକ୍ଷା ବିଭାଗ ପକ୍ଷରୁ କେଣସି ପଦକ୍ଷେପ ନିଆ ନ ଯିବାରୁ ବୁଧବାର ଅପରାହ୍ନରେ ବାବେବିରା ଗ୍ରାମରେ ମିଟିଂ କରି ହାଇସ୍କୁଲ ଅଫିସ ଗୃହରେ ଗ୍ରାମବାସୀ ତାଲା ମାରିଥିଲେ। ଗୁରୁବାର ଆନ୍ଦୋଳନ ତୀବ୍ର କରିବା ପାଇଁ ଗ୍ରାମବାସୀ ସଜବାଜ ହେଉଛନ୍ତି। ତେବେ ଏ ନେଇ ଉକ୍ତ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବାରମ୍ବାର ଫୋନ କରିବା ସତ୍ତ୍ବେ ସେ ଫୋନ ଉଠାଇ ନ ଥିଲେ। କିଛି ସମୟ ପରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପୁଅ କହି ଜଣେ ଫୋନ ଉଠାଇ ଥିଲେ ଏବଂ ଏତେ ରାତିରେ ଫୋନ କରିବା ପାଇଁ ତୁମେ କିଏ ବୋଲି କହି ଓଲଟା ଧମକ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?