୪୦ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ: ୧୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅଂଶଗ୍ରହଣ

ଦିଗପହଣ୍ଡି,୧୮ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି କ୍ଲଷ୍ଟର ଅନ୍ତର୍ଗତ ମଧୁ ବିଦ୍ୟାପୀଠରେ ସିଆରସିସି ଅନିଲ କୁମାର ଦାସଙ୍କ ସଂଯୋଜନାରେ ୨ ଦିନ ଚାଲିଥିବା ବିଷୟ ଭିତ୍ତିକ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ ହୋଇଯାଇଛି। ଦିଗପହଣ୍ଡି ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ସହଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ, ରସାନନ୍ଦ ଘଡ଼େଇ ପ୍ରମୁଖ ଉପସ୍ଥିତ ରହି କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ। କ୍ଲଷ୍ଟର ଅଧିନ ବିଭିନ୍ନ ବିଦ୍ୟାଳୟରୁ ୧୪ ଶିକ୍ଷୟିତ୍ରୀ ଶିକ୍ଷକ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ସମୁଦାୟ ୪୦ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ କରାଯାଇଥିଲା। ସାଧନକର୍ମୀ ତଥା ଶିକ୍ଷକ ଉପେନ୍ଦ୍ର ପଣ୍ଡା, ସିଆରସିସି ରବୀନ୍ଦ୍ର ବେହେରା, ଅଳକା ପ୍ରଧାନ, ମେନ୍ସନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଷୟ ଭିତ୍ତିକ ସାମଗ୍ରୀ ପ୍ରସ୍ତୁତିରେ ସାହାର୍ଯ୍ୟ କରିଥିଲେ।

Share