ସବୁଠାରୁ ପ୍ରସିଦ୍ଧ ଭବିଷ୍ୟଜ୍ଞମାନଙ୍କ ମଧ୍ୟରୁ ଜଣେ ଥିଲେ ବୁଲଗେରିଆନ୍ ବାବା ଭେଙ୍ଗା। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ବିଶ୍ୱବାସୀଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ କରିଥିଲେ ଯାହା ଆଜି ମଧ୍ୟ ଆଲୋଚନା ହେଉଛି। ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ୨୦୨୫ ବର୍ଷର ଏକ ବିଶେଷ ଉଲ୍ଲେଖ ରହିଛି!
୨୦୨୫ ବର୍ଷ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀର ଏକ ବିଶେଷ ଉଲ୍ଲେଖ ଅଛି। ସେ ପୂର୍ବରୁ ସଙ୍କେତ ଦେଇସାରିଛନ୍ତି ଯେ ଏହି ବର୍ଷରୁ ବିଶ୍ୱର ଅନ୍ତ ଆରମ୍ଭ ହେବାକୁ ଯାଉଛି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ବର୍ଷ ଶେଷ ହେବା ପୂର୍ବରୁ ୪ଟି ରାଶିର ଲୋକ ହଠାତ୍ କୋଟିପତି ହୋଇଯିବେ! ନଭେମ୍ବର ଏବଂ ଡିସେମ୍ବରରେ ସେମାନେ ପ୍ରଚୁର ଟଙ୍କାର ମାଲିକ ହେବେ! ଜାଣନ୍ତୁ ଭାଗ୍ୟବାନ କିଏ?
ବୃଷ ରାଶି: ନଭେମ୍ୱରରେ ଓ ଡିସେମ୍ୱରରେ ବୃଷ ରାଶିର ଲୋକଙ୍କ ପାଇଁ ଭାରୀ ମାତ୍ରାରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ସମ୍ପତ୍ତିରେ ଅଚାନକ ଲାଭ ହୋଇପାରେ । ଚାକିରିରେ ଉନ୍ନତି ସହ ପ୍ରୋମୋସନ ହେବା ସମ୍ଭାବନା ଅଧିକ । ବେପାର ଓ ବ୍ୟବାସାୟରେ ମଧ୍ୟ ଲାଭ ସମ୍ଭବ
ମିଥୁନ ରାଶି: ଏହି ରାଶିର ଲୋକଙ୍କ ପାଇଁ ଶୁଭ ସମୟ ଆସିବାକୁ ଯାଉଛି । ନଭେମ୍ୱର ଓ ଡିସେମ୍ୱରରେ ଏମାନଙ୍କ ହାତରେ ବଡ଼ ଡିଲ ଲାଗିବାକୁ ଯାଉଛି । ଲଟେରୀ ସହ ସେମାନଙ୍କ ପାରିବାରିକ ଜୀବନରେ ମଧ୍ଯ ଖୁସି ଆସିବାକୁ ଯାଉଛି ।
କନ୍ୟା ରାଶି – ନଭେମ୍ବର ଓ ଡିସେମ୍ବର ମାସରେ କନ୍ୟା ରାଶିର ଜାତବ୍ୟକ୍ତିମାନେ ବିପୁଳ ପରିମାଣର ଧନର ମାଲିକ ହେବେ। ସମ୍ପତ୍ତି ସମ୍ବନ୍ଧୀୟ ଏକ ଦୀର୍ଘକାଳୀନ ମାମଲାର ସମାଧାନ ହୋଇପାରେ।
କୁମ୍ଭ – ଲଟେରୀ ଜିତିବାର ସମ୍ଭାବନା ଅଛି, ସମ୍ପତ୍ତି ଲାଭ ହେବାର ସମ୍ଭାବନା ଅଛି। ଚାକିରି ଓ ବ୍ୟବସାୟରେ ଆପଣ ବିପୁଳ ଲାଭ ପାଇବେ। ବିଦେଶ ଯିବାର ସମ୍ଭାବନା ଅଛି।


