Posted inଜାତୀୟ

ଅମେଠିରେ ଦଳିତ ପରିବାରର ୪ ଜଣଙ୍କୁ ହତ୍ୟା

ଆମେଠି,୫ା୧୦(ପି.ଟି.): ଉତ୍ତରପ୍ରଦେଶର ଅମେଠିରେ ଜଣେ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ ଓ ୨ ଝିଅଙ୍କୁ ସେମାନଙ୍କ ଭଡ଼ାଘରେ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି। ସେମାନଙ୍କ ପ୍ରତି ଯଦି କୌଣସି କ୍ଷତି ଘଟେ, ତେବେ ରାଏବରେଲିର ଚନ୍ଦନ ବର୍ମା ଏଥିପାଇଁ ଦାୟୀ ରହିବେ ବୋଲି ପରିବାର ପକ୍ଷରୁ ମାସକ ତଳେ ପୋଲିସରେ ଅନୁସୂଚିତ ଜାତି/ଜନଜାତି ଆଇନରେ ଏତଲା ଦିଆଯାଇଥିଲା। କାରଣ ଶିକ୍ଷକଙ୍କ ସ୍ତ୍ରୀଙ୍କୁ ଚନ୍ଦନ ଅନେକ ସମୟରେ ଅପମାନିତ କରିବା ସହ ହଇରାଣ କରୁଥିଲେ। ତେବେ ଗୁରୁବାରର ହତ୍ୟାକାଣ୍ଡ ସହ ଉକ୍ତ ମାମଲାର ସମ୍ପୃକ୍ତି ରହିଛି କି ନାହିଁ, ତାହା ସ୍ପଷ୍ଟ ହୋଇ ନ ଥିବା ଅମେଠି ଏସ୍‌ପି ଅନୁପ କୁମାର ସିଂ କହିଛନ୍ତି। ମୃତକମାନେ ହେଲେ ସୁନୀଲ କୁମାର (୩୫), ତାଙ୍କ ସ୍ତ୍ରୀ ପୁନମ୍‌(୩୨) ଏବଂ ୬ ଓ ୧ ବର୍ଷ ବୟସର ୨ ଝିଅ। ସୁନୀଲଙ୍କ ଘର ରାଏବରେଲି ହୋଇଥିବାବେଳେ ସେ ଅମେଠିର ପନହୌନାରେ ଏକ ସରକାରୀ ସ୍କୁଲରେ ପୋଷ୍ଟିଂ ହୋଇଥିଲେ। ହତ୍ୟାକାଣ୍ଡର ତଦନ୍ତରେ ପୋଲିସ ସହ ସ୍ଥାନୀୟ ଗୋଇନ୍ଦା ୟୁନିଟ୍‌ ସ୍ପେଶାଲ ଅପରେଶନ ଗ୍ରୁପ୍‌ ସାମିଲ ହୋଇଛନ୍ତି। ପୁଅ ହତ୍ୟାକାରୀଙ୍କୁ ସମାନ ଦଶା ମିଳିବା ଆବଶ୍ୟକ ବୋଲି ସୁନୀଲଙ୍କ ବାପା ରାମଗୋପାଳ କହିଛନ୍ତି।
ହତ୍ୟା ଘଟଣାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିନ୍ଦା କରିଥିବାବେଳେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀ ଦଳଗୁଡ଼ିକ ଭାଜପା ସରକାରକୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଫୋନ୍‌ ଯୋଗେ ରାମଗୋପାଳଙ୍କ ସହ କଥା ହୋଇଛନ୍ତି। ରାମଗୋପାଳ ଶୁକ୍ରବାର ତାଙ୍କ ପୁଅବୋହୂ ଓ ୨ ନାତୁଣୀଙ୍କ ମୃତଦେହ ଧରି ରାଏବରେଲିର ସୁଦାମପୁରୀ ଗ୍ରାମରେ ପହଞ୍ଚତ୍ଥିଲେ। ରାହୁଲଙ୍କ ତରଫରୁ ଆମେଠି ଏମ୍‌ପି କିଶୋରୀ ଲାଲ୍‌ ସେଠାରେ ପହଞ୍ଚତ୍ ରାମଗୋପାଳଙ୍କୁ ରାହୁଲଙ୍କ ସହ ଫୋନ୍‌ରେ କଥା କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri