ଶୂନ୍ୟ ମୃତ୍ୟୁ ସପ୍ତାହରେ ୪ ଜୀବନ ଗଲା

ବାରିପଦା ଅଫିସ,୧୧।୪: ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ନେଇ ସପ୍ତାହବ୍ୟାପି ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନରେ ମୟୂରଭଞ୍ଜ ଜିଲା ପରିବହନ ଓ ପୋଲିସ ପ୍ରଶାସନ ଫେଲ ମାରିଛି। ସପ୍ତାହକ ମଧ୍ୟରେ ଜିଲାର ୧୪ଟି ବ୍ଳକ ଅଞ୍ଚଳରେ ୪ଜଣଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। କଡ଼ା ପଦକ୍ଷେପ ଗ୍ରହଣ କରିବା ସତ୍ତ୍ୱେ ସଡ଼କ ଦୁର୍ଘଟଣାରେ ଶୂନ୍ୟ ମୃତ୍ୟୁ ରୋକିବାରେ ବିଭାଗ ବିଫଳ ହୋଇଛି। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲାରେ ଏପ୍ରିଲ ୧ରୁ ୭ତାରିଖ ପର୍ଯ୍ୟନ୍ତ ଜିଲା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣା ରୋକିବା ପ୍ରୟାସ ଜାରି ରହିଥିଲା। ସପ୍ତାହକ ମଧ୍ୟରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଗାଡ଼ି ଚାଳକଙ୍କଠାରୁ ମୋଟ ୨୨ଲକ୍ଷ ୯୪ହଜାର ୧୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
ଦ୍ରୁତ ଗତିରେ ଗାଡ଼ି ଚାଳନା ନେଇ ୧୭୪ଟି, ବିନା ହେଲମେଟରେ ଗାଡ଼ି ଚାଳନାରେ ୨୧୯ ଓ ପୋଲିସ ପକ୍ଷରୁ ୧୪୧୩ଟି, ଦ୍ରୁତ ଚାଳନାରେ ୧୦୧ଟି, ବିନା ସିଟ ବେଲ୍ଟରେ ପରିବହନ ବିଭାଗ ପକ୍ଷରୁ ୩୯ଟି, ମୋବାଇଲ କଥାବାର୍ତ୍ତାରେ ପରିବହନ ବିଭାଗ ପକ୍ଷରୁ ୯ଟି , ମଦପିଇ ଗାଡ଼ି ଚଳାଇବାରେ ପରିହନ ବିଭାଗ ପକ୍ଷରୁ ୨୦ ଓ ପୋଲିସ ପକ୍ଷରୁ ୧୩ଟି, ଦ୍ରବ୍ୟ ପରିବହନ ଗାଡ଼ିରେ ଯାତ୍ରୀ ପରିବହନକୁ ନେଇ ବିଭାଗ ପକ୍ଷରୁ ୧ଟି, ଓଭରଲୋଡ୍‌କୁ ନେଇ ୩ଟି, ୩ଜଣ ବସି ଗାଡ଼ି ଚଳାଇବାରେ ବିଭାଗ ପକ୍ଷରୁ ୨୩ଟି, ଭୁଲ ରାସ୍ତାରେ ଗାଡ଼ି ଚାଳନାକୁ ନେଇ ୧୬ଟି, ନାବାଳକ ଗାଡ଼ି ଚାଳନାରେ ବିଭାଗ ପକ୍ଷରୁ ୫ଟି ଏବଂ ବିଭିନ୍ନ କାରଣରୁ ୧୧ଟି ଗାଡ଼ିକୁ ଜବତ କରାଯାଇଛି। ୭ଦିନ ମଧ୍ୟରେ ପରିବହନ ବିଭାଗ ପକ୍ଷରୁ ମୋଟ ୫୫୦ଟି ଓ ପୋଲିସ ପକ୍ଷରୁ ୧୪୩୪ଟିକୁ ମିଶାଇ ମୋଟ ୧୯୮୪ଟି ଚାଲାଣ କଟାଯାଇଛି। ଏହି ସବୁ ବାବଦରେ ପରିବହନ ବିଭାଗ ପକ୍ଷରୁ ୭୮ହଜାର ୫୧୦ଟଙ୍କା ଓ କାର୍ଯ୍ୟାଳୟ ଏବଂ ଅନଲାଇନ ଯୋଗେ ୧୦ଲକ୍ଷ ୫୫ହଜାର ଟଙ୍କାକୁ ମିଶାଇ ମୋଟ ୧୧ଲକ୍ଷ ୩୩ହଜାର ୫୧୦ଟଙ୍କା ଏବଂ ପୋଲିସ ପକ୍ଷରୁ ଘଟଣାସ୍ଥଳରୁ ୧୧ଲକ୍ଷ ୬୦ହଜାର ୫ଶହ ଟଙ୍କା ଆଦାୟ କରାଯାଇଛି। ତେବେ ମଦ୍ୟପାନ କରି ଗାଡ଼ି ଚଳାଇବା ବାବଦରେ ୧୦ହଜାର ଜରିମାନା ଓ ନାବାଳକ ଗାଡ଼ି ଚାଳନାରେ ଜରିମାନା ବାବଦରେ ୨୫ହଜାର ପୈଠ କରିବାକୁ ନେଇ ଉଭୟ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇଛି। ତେବେ ଉଭୟ ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri