ଡିସେମ୍ବର ସୁଦ୍ଧା ଲାଗୁ ହେବ ୪ ଶ୍ରମ କୋଡ୍‌: ଗଙ୍ଗଓ୍ବାର

ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ସୁଦ୍ଧା ସରକାର ୪ ଶ୍ରମ କୋଡ୍‌କୁ ଏକା ଥରକେ ଲାଗୁ କରିବାକୁ ଲକ୍ଷ୍ୟ ରଖିଥିବା ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ରବିବାର ସୂଚନା ଦେଇଛନ୍ତି। ଇଣ୍ଡଷ୍ଟ୍ର୍ରିଆଲ ରିଲେଶନ କୋଡ୍‌, ସୋସିଆଲ ସିକ୍ୟୁରିଟି କୋଡ୍‌, ଅକ୍ୟୁପେଶନାଲ ସେଫଟି ଏବଂ ହେଲ୍‌ଥ ଆଣ୍ଡ ଓ୍ବାର୍କିଂ କଣ୍ଡିଶନ କୋଡ୍‌କୁ ନିକଟରେ ପାର୍ଲାମେଣ୍ଟର ମଞ୍ଜୁରି ମିଳିଛି। ଗତ ବର୍ଷ ବେତନ କୋଡ୍‌ ବିଲ୍‌କୁ ପାର୍ଲାମେଣ୍ଟର ଅନୁମୋଦନ ମିଳିଥିଲା। ଶ୍ରମ ମନ୍ତ୍ରଣାଳୟ ଗତବର୍ଷ ଏହାର ଡ୍ରାଫ୍ଟ ନିୟମକୁ ଜାରି କରିଥିବା ବେଳେ ଚୂଡାନ୍ତ ଭାବେ ଏହାକୁ କାର୍ଯ୍ୟକାରୀ କରାଇ ନ ଥିଲା। ସମସ୍ତ ଲେବର କୋଡ୍‌କୁ ଏକାଥରକେ ଲାଗୁ କରିବା ଲାଗି ସରକାର ପ୍ରସ୍ତୁତିରେ ରହିଥିବା ଜଣାପଡିଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ସବୁ କାର୍ଯ୍ୟକୁ ଚୂଡାନ୍ତ ରୂପ ପ୍ରଦାନ କରି ଶ୍ରମ ସଂସ୍କାରକୁ ସମ୍ପୂର୍ଣ୍ଣ କରିବାକୁ ସରକାର ଆଶାବାଦୀ ରହିଥିବା ଗଙ୍ଗଓ୍ବାର ସୂଚନା ଦେଇଛନ୍ତି।
ନିକଟରେ ଅନୁମୋଦନ ଲାଭ କରିଥିବା ୩ ବିଲ୍‌ର ଡ୍ରାଫ୍ଟ ନିୟମକୁ ନଭେମ୍ବର ପ୍ରଥମ ସପ୍ତାହରେ ଜାରି କରାଯିବ। ମୋଟ ୪ ଶ୍ରମ କୋଡ୍‌ ଲାଗୁ ହେଲେ ଏହା ଗେମ୍‌ଚେଞ୍ଜର ସାବ୍ୟସ୍ତ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଶ୍ରମ ସଂସ୍କାର କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଦ୍ୱାରା ଭାରତକୁ ଇଜ ଅଫ୍‌ ଡୁଇଁ ବିଜନେସରେ ବିଶ୍ୱର ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ସାମିଲ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୨୦ରେ ପ୍ରକାଶିତ ଇଜ ଅଫ୍‌ ଡୁଇଙ୍ଗ ବିଜନେସ ରିପୋର୍ଟରେ ଭାରତ ୧୪ ସ୍ଥାନ ଉପରକୁ ଉଠି ୬୩ତମକୁ ଆସିଛି। ଗତ ୫ ବର୍ଷରେ ଭାରତ ଏକ୍ଷେତ୍ରରେ ବେଶ୍‌ ଉନ୍ନତି କରିଥିବା କୁହାଯାଏ। ର଼୍ୟାଙ୍କରେ ଉନ୍ନତି ହେଲେ ଏହା ନିଯୁକ୍ତି ସୃଷ୍ଟି ଏବଂ ନିବେଶ ବୃଦ୍ଧି ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri