Posted inଜାତୀୟ

ପୋଲିସ ଗୁଳିରେ ୪ ମୃତ

ସମ୍ଭଲ(ୟୁପି),୨୫ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଏକ ମସ୍‌ଜିଦରେ ରବିବାର ସକାଳେ ସର୍ଭେ ଚାଲିଥିବାବେଳେ ପୋଲିସ ଓ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉକ୍ତ ସମ୍ପ୍ରଦାୟର ଲୋକେ ଟେକାମାଡ଼ କରିବାରୁ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ ଉତ୍ତ୍ୟକ୍ତ ଜନତାଙ୍କ ଉପରକୁ ଗୁଳି ଚଳାଇବାରୁ ୪ ଯୁବକ(ନଉମାନ, ବିଲାଲ, ନଇମ ଓ ମହମ୍ମଦ କୈଫ୍‌)ଙ୍କ ମୃତ୍ୟୁ ଘଟିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷେ ପୋଲିସ ଏହାକୁ ଖଣ୍ଡନ କରିଛି। ପୋଲିସ ଏପରି କୌଣସି ଅସ୍ତ୍ର ବ୍ୟବହାର କରିନାହିଁ, ଯହିଁରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ ବୋଲି ସମ୍ଭଲ ଏସ୍‌ପି କୃଷ୍ଣକୁମାର ବିଷ୍ଣୋଇ କହିଛନ୍ତି। ଉତ୍ତେଜନା ଲାଗିରହିଥିବାରୁ ସମ୍ଭଲ ଅଞ୍ଚଳର ସ୍କୁଲଗୁଡ଼ିକୁ ବନ୍ଦ କରାଯିବା ସହ ଇଣ୍ଟରନେଟ ସେବାକୁ ବାତିଲ କରାଯାଇଛି। ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ସମ୍ଭଲ ଜିଲା କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ।
ପୂର୍ବରୁ ମୋଗଲ ସମ୍ରାଟ ବାବର ଉକ୍ତ ଅଞ୍ଚଳରେ ଥିବା ହରିହର ମନ୍ଦିରକୁ ଭାଙ୍ଗି ସେଠାରେ ମସ୍‌ଜିଦ ନିର୍ମାଣ କରାଇଥିଲେ ବୋଲି ସେ ଏଥିରେ ଉଲ୍ଲେଖ କରିବା ସହ ସର୍ଭେ ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ। ମସ୍‌ଜିଦ ସର୍ଭେ ପାଇଁ ଜିଲା କୋର୍ଟ ନିର୍ଦ୍ଦେଶ ଦେବା ସହ ନଭେମ୍ବର ୨୯ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଥିଲେ। ରବିବାର ସକାଳ ୭ଟାରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ଆରମ୍ଭ କରାଯିବା ପରେ ସ୍ଥାନୀୟ ଲୋକେ ଜୋର୍‌ଦାର ବିରୋଧ କରିବାବେଳେ ପୋଲିସ ସହ ସଂଘର୍ଷ ହୋଇଥିଲା। ପୋଲିସ ବିକ୍ଷୋଭକାରୀଙ୍କ ଟେକାମାଡ଼ର ଜବାବ ଗୁଳିରେ ଦେଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ବିକ୍ଷୋଭକାରୀମାନେ ଗାଡ଼ିଗୁଡ଼ିକୁ ଜାଳିଦେବା ସହ ପୋଲିସ ଉପରକୁ ଟେକାମାଡ଼ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିଲା। କେତେଜଣ ଦୁର୍ବୃତ୍ତ ଦେଶୀ ବନ୍ଧୁକରୁ ଗୁଳି ଚଳାଇବାରୁ ୨୦ରୁ ଊର୍ଦ୍ଧ୍ୱ ପୋଲିସ ଆହତ ହୋଇଛନ୍ତି। ଦୀପା ସରାଇ ଅଞ୍ଚଳରେ କେଉଁଠୁ ଗୁଳି ଫୁଟିଲା, ତାହାର ତଦନ୍ତ କରାଯାଉଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଗତ ମଙ୍ଗଳବାର ମସ୍‌ଜିଦ ସର୍ଭେ ଆରମ୍ଭ ହେବାଠାରୁ ସମ୍ଭଲରେ ଉତ୍ତେଜନା ଲାଗିରହିଥିଲା।

ମୋରାଦାବାଦ ଡିଭିଜନ କମିଶନର ଅଞ୍ଜନେୟ ସିଂଙ୍କ କହିବା ଅନୁଯାୟୀ, ରବିବାର ସକାଳେ ମସ୍‌ଜିଦ ନିକଟରେ ବହୁସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ସର୍ଭେ ଟିମ୍‌ ସେଠାରେ ପହଞ୍ଚତ୍ କାର୍ଯ୍ୟ ଆରମ୍ଭ କରିବାମାତ୍ରେ ସେମାନେ ସ୍ଲୋଗାନ ଦେଇଥିଲେ। ସେମାନେ ସର୍ଭେକୁ ବିରୋଧ କରିବା ସହ ଟେକାମାଡ଼ କରିଥିଲେ। ପୋଲିସ ସହ ସଂଘର୍ଷ ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ବିକ୍ଷୋଭ ବେଳେ ରାସ୍ତାକଡ଼ରେ ରହିଥିବା ମୋଟରସାଇକେଲଗୁଡ଼ିକରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇଦେଇଥିଲେ। ୨ ମହିଳାଙ୍କ ସମେତ ୧୫ ଜଣଙ୍କୁ ଅଟକ ରଖାଯାଇ ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ମାମଲା ରୁଜୁ ହେବ। ଉକ୍ତ ଅଞ୍ଚଳର ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ହିଂସାକୁ ପ୍ରୋତ୍ସାହିତ କରିଥିବା କମିଶନର କହିଛନ୍ତି।
ସର୍ଭେକୁ ବିରୋଧ ଏବଂ ଟେକାମାଡ଼ ଘଟଣାକୁ ଭାଜପା ପକ୍ଷରୁ ନିନ୍ଦା କରାଯାଇଛି। ଆଇନଶୃଙ୍ଖଳା ଭଙ୍ଗ କରୁଥିବା ଲୋକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶାସକ ଦଳ କହିଛି। ଅନ୍ୟପକ୍ଷରେ ସମ୍ଭାଲ ହିଂସା ପାଇଁ ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଭାଜପାକୁ ଦାୟୀ କରିଛନ୍ତି। ନିର୍ବାଚନରେ ହୋଇଥିବା ଜାଲିଆତିରୁ ଦୃଷ୍ଟି ହଟାଇବା ପାଇଁ ଶାସକ ଦଳ, ସରକାର ଏବଂ ପ୍ରଶାସନ ହିଂସାକାଣ୍ଡର ଯୋଜନା କରିଥିଲେ ବୋଲି ଅଖିଳେଶ ଏକ୍ଦ’ରେ ପୋଷ୍ଟ କରିଛନ୍ତି।
ପ୍ରକାଶ ଯେ, ୧୯୭୬ରେ ଭିନ୍ନ ସମ୍ପ୍ରଦାୟର ଜଣେ ବ୍ୟକ୍ତି ମସ୍‌ଜିଦର ଇମାମଙ୍କୁ ହତ୍ୟା କରିଥିଲେ, ଯାହାକୁ ନେଇ ହିଂସାକାଣ୍ଡ ବ୍ୟାପିବା ସହ ମାସେ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଥିଲା। ଉକ୍ତ ଅଞ୍ଚଳ ସାମ୍ପ୍ରଦାୟିକତା ଦୃଷ୍ଟିରୁ ସମ୍ବେଦନଶୀଳ ହୋଇଥିବାରୁ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ମସ୍‌ଜିଦଟି କଳ୍‌କି ମନ୍ଦିରଠାରୁ ୧୫୦ରୁ ୨୦୦ ମିଟର ଦୂରରେ ଅବସ୍ଥିତ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

ଭାରତ ପାଇଁ ଆଶ୍ୱସ୍ତି: ଷ୍ଟ୍ରେଟ ଅଫ୍‌ ହର୍ମୁଜ ଅତିକ୍ରମ କଲା ୨ ଏଲପିଜି ଟ୍ୟାଙ୍କର୍‌

ତେହେରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ବଡ଼ କୂଟନୈତିକ ସଫଳତା ହାସଲ କରିପାରିଛି। ଇରାନ ଏଲପିଜି ବୋଝେଇ ୨ଟି ଭାରତୀୟ ଟ୍ୟାଙ୍କରକୁ ଷ୍ଟ୍ରେଟ ଅଫ୍‌…

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri