Posted inଜାତୀୟ

ପୋଲିସ ଗୁଳିରେ ୪ ମୃତ

ସମ୍ଭଲ(ୟୁପି),୨୫ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଏକ ମସ୍‌ଜିଦରେ ରବିବାର ସକାଳେ ସର୍ଭେ ଚାଲିଥିବାବେଳେ ପୋଲିସ ଓ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉକ୍ତ ସମ୍ପ୍ରଦାୟର ଲୋକେ ଟେକାମାଡ଼ କରିବାରୁ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ ଉତ୍ତ୍ୟକ୍ତ ଜନତାଙ୍କ ଉପରକୁ ଗୁଳି ଚଳାଇବାରୁ ୪ ଯୁବକ(ନଉମାନ, ବିଲାଲ, ନଇମ ଓ ମହମ୍ମଦ କୈଫ୍‌)ଙ୍କ ମୃତ୍ୟୁ ଘଟିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷେ ପୋଲିସ ଏହାକୁ ଖଣ୍ଡନ କରିଛି। ପୋଲିସ ଏପରି କୌଣସି ଅସ୍ତ୍ର ବ୍ୟବହାର କରିନାହିଁ, ଯହିଁରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ ବୋଲି ସମ୍ଭଲ ଏସ୍‌ପି କୃଷ୍ଣକୁମାର ବିଷ୍ଣୋଇ କହିଛନ୍ତି। ଉତ୍ତେଜନା ଲାଗିରହିଥିବାରୁ ସମ୍ଭଲ ଅଞ୍ଚଳର ସ୍କୁଲଗୁଡ଼ିକୁ ବନ୍ଦ କରାଯିବା ସହ ଇଣ୍ଟରନେଟ ସେବାକୁ ବାତିଲ କରାଯାଇଛି। ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ସମ୍ଭଲ ଜିଲା କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ।
ପୂର୍ବରୁ ମୋଗଲ ସମ୍ରାଟ ବାବର ଉକ୍ତ ଅଞ୍ଚଳରେ ଥିବା ହରିହର ମନ୍ଦିରକୁ ଭାଙ୍ଗି ସେଠାରେ ମସ୍‌ଜିଦ ନିର୍ମାଣ କରାଇଥିଲେ ବୋଲି ସେ ଏଥିରେ ଉଲ୍ଲେଖ କରିବା ସହ ସର୍ଭେ ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ। ମସ୍‌ଜିଦ ସର୍ଭେ ପାଇଁ ଜିଲା କୋର୍ଟ ନିର୍ଦ୍ଦେଶ ଦେବା ସହ ନଭେମ୍ବର ୨୯ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଥିଲେ। ରବିବାର ସକାଳ ୭ଟାରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ଆରମ୍ଭ କରାଯିବା ପରେ ସ୍ଥାନୀୟ ଲୋକେ ଜୋର୍‌ଦାର ବିରୋଧ କରିବାବେଳେ ପୋଲିସ ସହ ସଂଘର୍ଷ ହୋଇଥିଲା। ପୋଲିସ ବିକ୍ଷୋଭକାରୀଙ୍କ ଟେକାମାଡ଼ର ଜବାବ ଗୁଳିରେ ଦେଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ବିକ୍ଷୋଭକାରୀମାନେ ଗାଡ଼ିଗୁଡ଼ିକୁ ଜାଳିଦେବା ସହ ପୋଲିସ ଉପରକୁ ଟେକାମାଡ଼ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିଲା। କେତେଜଣ ଦୁର୍ବୃତ୍ତ ଦେଶୀ ବନ୍ଧୁକରୁ ଗୁଳି ଚଳାଇବାରୁ ୨୦ରୁ ଊର୍ଦ୍ଧ୍ୱ ପୋଲିସ ଆହତ ହୋଇଛନ୍ତି। ଦୀପା ସରାଇ ଅଞ୍ଚଳରେ କେଉଁଠୁ ଗୁଳି ଫୁଟିଲା, ତାହାର ତଦନ୍ତ କରାଯାଉଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଗତ ମଙ୍ଗଳବାର ମସ୍‌ଜିଦ ସର୍ଭେ ଆରମ୍ଭ ହେବାଠାରୁ ସମ୍ଭଲରେ ଉତ୍ତେଜନା ଲାଗିରହିଥିଲା।

ମୋରାଦାବାଦ ଡିଭିଜନ କମିଶନର ଅଞ୍ଜନେୟ ସିଂଙ୍କ କହିବା ଅନୁଯାୟୀ, ରବିବାର ସକାଳେ ମସ୍‌ଜିଦ ନିକଟରେ ବହୁସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ସର୍ଭେ ଟିମ୍‌ ସେଠାରେ ପହଞ୍ଚତ୍ କାର୍ଯ୍ୟ ଆରମ୍ଭ କରିବାମାତ୍ରେ ସେମାନେ ସ୍ଲୋଗାନ ଦେଇଥିଲେ। ସେମାନେ ସର୍ଭେକୁ ବିରୋଧ କରିବା ସହ ଟେକାମାଡ଼ କରିଥିଲେ। ପୋଲିସ ସହ ସଂଘର୍ଷ ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ବିକ୍ଷୋଭ ବେଳେ ରାସ୍ତାକଡ଼ରେ ରହିଥିବା ମୋଟରସାଇକେଲଗୁଡ଼ିକରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇଦେଇଥିଲେ। ୨ ମହିଳାଙ୍କ ସମେତ ୧୫ ଜଣଙ୍କୁ ଅଟକ ରଖାଯାଇ ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ମାମଲା ରୁଜୁ ହେବ। ଉକ୍ତ ଅଞ୍ଚଳର ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ହିଂସାକୁ ପ୍ରୋତ୍ସାହିତ କରିଥିବା କମିଶନର କହିଛନ୍ତି।
ସର୍ଭେକୁ ବିରୋଧ ଏବଂ ଟେକାମାଡ଼ ଘଟଣାକୁ ଭାଜପା ପକ୍ଷରୁ ନିନ୍ଦା କରାଯାଇଛି। ଆଇନଶୃଙ୍ଖଳା ଭଙ୍ଗ କରୁଥିବା ଲୋକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶାସକ ଦଳ କହିଛି। ଅନ୍ୟପକ୍ଷରେ ସମ୍ଭାଲ ହିଂସା ପାଇଁ ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଭାଜପାକୁ ଦାୟୀ କରିଛନ୍ତି। ନିର୍ବାଚନରେ ହୋଇଥିବା ଜାଲିଆତିରୁ ଦୃଷ୍ଟି ହଟାଇବା ପାଇଁ ଶାସକ ଦଳ, ସରକାର ଏବଂ ପ୍ରଶାସନ ହିଂସାକାଣ୍ଡର ଯୋଜନା କରିଥିଲେ ବୋଲି ଅଖିଳେଶ ଏକ୍ଦ’ରେ ପୋଷ୍ଟ କରିଛନ୍ତି।
ପ୍ରକାଶ ଯେ, ୧୯୭୬ରେ ଭିନ୍ନ ସମ୍ପ୍ରଦାୟର ଜଣେ ବ୍ୟକ୍ତି ମସ୍‌ଜିଦର ଇମାମଙ୍କୁ ହତ୍ୟା କରିଥିଲେ, ଯାହାକୁ ନେଇ ହିଂସାକାଣ୍ଡ ବ୍ୟାପିବା ସହ ମାସେ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଥିଲା। ଉକ୍ତ ଅଞ୍ଚଳ ସାମ୍ପ୍ରଦାୟିକତା ଦୃଷ୍ଟିରୁ ସମ୍ବେଦନଶୀଳ ହୋଇଥିବାରୁ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ମସ୍‌ଜିଦଟି କଳ୍‌କି ମନ୍ଦିରଠାରୁ ୧୫୦ରୁ ୨୦୦ ମିଟର ଦୂରରେ ଅବସ୍ଥିତ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri