‘ଫ୍ଲୁ’ ବିପଦକୁ ଏଡ଼ାଇଥାଏ ୪-ଇନ୍‌-୧ ଫ୍ଲୁ ଭ୍ୟାକ୍ସିନେଶନ

ଭୁବନେଶ୍ୱର, ୧୫ା୮(ଅସମାପିକା ସାହୁ):ବର୍ଷା ଋତୁରେ ଇନ୍‌ଫ୍ଲୁଏଞ୍ଜା ବା ସଂକ୍ରମଣ ବୃଦ୍ଧି ପାଇଥାଏ। ତେଣୁ ପିଲାମାନଙ୍କୁ ଏହି ଫ୍ଲୁ’ଠାରୁ ସୁରକ୍ଷିତ ରଖିବା ଗୁରୁତ୍ୱପୂର୍ଣ୍ଣ। କାରଣ ୫ବର୍ଷରୁ କମ୍‌ ବୟସର ଶିଶୁ, ଆଜ୍‌ମା, କିଡ୍‌ନୀ ରୋଗ, ହୃଦ୍‌ରୋଗରେ ପୀଡ଼ିତ ଶିଶୁଙ୍କ ପ୍ରତି ଫ୍ଲୁ’ ଜଟିଳତାର ବିପଦ ଆଶଙ୍କା ଅଧିକ ରହିଥାଏ। ଏପରିକି ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ରହିଥାଏ ବୋଲି ଜଗନ୍ନାଥ ହସ୍ପିଟାଲର ଡା. ବିଶ୍ୱଜିତ ମିଶ୍ର କହିଛନ୍ତି। ନିଜର ପିଲାଙ୍କୁ ଫ୍ଲୁ’ଠାରୁ ସୁରକ୍ଷିତ ରଖିବା ପାଇଁ ଟିକାକରଣ କରାଇବାକୁ ଡା. ମିଶ୍ର ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ୪-ଇନ୍‌-୧ ବାର୍ଷିକ ଫ୍ଲୁ’ ଟିକାକରଣ ନିମୋନିଆ କିମ୍ବା ବ୍ରୋଙ୍କାଇଟିସ୍‌ ଭଳି ଫ୍ଲୁ’ଜନିତ ଜଟିଳତାଗୁଡ଼ିକୁ ରୋକିପାରେ। ଶିଶୁଙ୍କ ଟିକାକରଣ କରାଇ ଆମେ ସେମାନଙ୍କ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିପାରିବା ଓ ସାମଗ୍ରିକ ସୁସ୍ଥତା ପ୍ରତି ଯୋଗଦାନ ଦେଇପାରିବା। ଏଥିସହ ଚିକିତ୍ସକୀୟ ପରାମର୍ଶ ଓ ବାର୍ଷିକ ଫ୍ଲୁ’ ଟିକାକରଣ ସମ୍ପର୍କରେ ନିଜ ଡାକ୍ତରଙ୍କ ସହ ଆଲୋଚନା କରିବା ଉଚିତ। ତାଙ୍କ କହିବାନୁସାରେ, ୪ପ୍ରକାର ଭୂତାଣୁ ରହିଛି, ଯାହାକି ଇନ୍‌ଫ୍ଲୁଏଞ୍ଜାର କାରଣ ହୋଇଥାଏ। ଏହାକୁ ସାଧାରଣତଃ ଫ୍ଲୁ’ କୁହାଯାଇଥାଏ। ଫ୍ଲୁ’ ଭୂତାଣୁ ନାକ, ଗଳା ଓ ବେଳେ ବେଳେ ଫୁସ୍‌ଫୁସ୍‌କୁ ସଂକ୍ରମିତ କରିଥାନ୍ତି। ଫ୍ଲୁ’ ଜଟିଳତା ମଧ୍ୟରେ ବ୍ୟାକ୍ଟେରିଆଲ ନିମୋନିଆ, କାନ ଓ ସାଇନସ୍‌ ଇନ୍‌ଫେକ୍ସନ ଏବଂ ଚିକିତ୍ସା ଅବସ୍ଥା ଅତ୍ୟଧିକ ଖରାପ ହେବା ଆଦି ରହିଛି। ଜଣେ ଶିଶୁର ବିକଶିତ ରୋଗ ପ୍ରତିରୋଧକ ଶକ୍ତି ଏବଂ ଜଣେ ବୟସ୍କ ବ୍ୟକ୍ତିଙ୍କ ଦୁର୍ବଳ ହେଉଥିବା ରୋଗ ପ୍ରତିରୋଧକ ଶକ୍ତି ଏଭଳି ଜଟିଳତାଗୁଡ଼ିକ ବିରୋଧରେ ଲଢ଼ିବା ପାଇଁ ସକ୍ଷମ ହୋଇ ନ ଥାଏ। ଏହି ୪ଟି ଭୂତାଣୁ ମଧ୍ୟରୁ ଯେକୌଣସି ଦ୍ୱାରା ସଂକ୍ରମିତ ହେବାର ବିପଦକୁ କମାଇବାର ସବୁଠାରୁ ପ୍ରଭାବୀ ଉପାୟ ହେଉଛି ୪-ଇନ୍‌-୧ ଫ୍ଲୁ ଭ୍ୟାକ୍ସିନେଶନ। ଇଣ୍ଡିଆନ୍‌ ଏକାଡେମିକ୍‌ ଅଫ୍‌ ପେଡିଆଟ୍ରିକ୍ସ (ଆଇଏପି) ଓ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ, ୬ ମାସରୁ ୫ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଏବଂ ୫୦ ବର୍ଷରୁ ଅଧିକ ବୟସର ବୟସ୍କ ବ୍ୟକ୍ତିଙ୍କୁ ସଂକ୍ରମଣ ଜଟିଳତାକୁ ରୋକିବା ପାଇଁ ପ୍ରତିବର୍ଷ ଫ୍ଲୁ’ ଟିକା ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri